ଓଡିଶା ସୀମାରେ ପୁନଶ୍ଚ ହାତୀ ଆତଙ୍କ , ବୃଦ୍ଧଙ୍କୁ କଚାଡି ମାରିଲା ଜଙ୍ଗଲୀ ହାତୀ :

ସୁନ୍ଦରଗଡ ଜିଲ୍ଲା ନୂଆଗାଁ ବ୍ଲକ ବିଶ୍ରା ବନରେଞ୍ଜ ଅନ୍ତର୍ଗତ ଚିତାପିଢି ପଞ୍ଚାୟେତର ବାଙ୍କି ଗ୍ରାମ ନିକଟରେ ଜଙ୍ଗଲୀ ହାତୀ ଆକ୍ରମଣରେ କ୍ରିଷ୍ଣା ମଲାର ( ୫୮ ) ନାମକ ଜନୈକ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଖବର ପାଇ ବିଶ୍ରା ରେଞ୍ଜର ମାନିକ ହାଁସଦା ଓ ବିଶ୍ରା ଥାନା ପୋଲିଶ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ପୋଲିଶ ମୃତ ବୃଦ୍ଧଙ୍କ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ଝାରଖଣ୍ଡର ମନୋହରପୁର ନିକଟସ୍ତ ବୁମଡି ଗ୍ରାମର କ୍ରିଷ୍ଣା ମଲାର ବିଗତ ୩/୪ ବର୍ଷ ହେବ ଓଡିଶା ସୀମା ଚିତାପିଢି ପଞ୍ଚାୟେତର  ସମିତି ସଭ୍ୟ ଗଞ୍ଜୁଆ ଓରାମଙ୍କ ବାଙ୍କିସ୍ଥିତ ଘରେ ରହୁଥିଲେ । ଗଞ୍ଜୁଆଙ୍କ ଘରେ ରହି କ୍ରିଷ୍ଣା ସମସ୍ତ କାର୍ଯ୍ୟ କରୁଥିଲେ । ହେଲେ ସବୁଦିନ ଭଳି କ୍ରିଷ୍ଣା ଶୌଚ ପାଇଁ ବାଙ୍କି ନାଳକୁ ଯାଇଥିଲେ । ନାଳରୁ ଶୌଚ କାମ ସାରି ଫେରୁଥିବା ବେଳେ ଜଙ୍ଗଲୀ ହାତୀ ସହ ମୁହାଁମୁହିଁ ହେବାରୁ ହାତୀଟି କ୍ରିଷ୍ଣାଙ୍କୁ କଚାଡି କଚାଡି ମାରି ଦେଇଥିଲା , ଘଟଣାସ୍ଥଳରେ ହିଁ ବୃଦ୍ଧ ଇହଲୀଳା ସମ୍ବରଣ କରିଥିଲେ । ଖବର ପାଇ ଗ୍ରାମବାସୀ ଉକ୍ତ ସ୍ଥାନକୁ ଯାଇ ଶବ ଦେଖି ବନରେଞ୍ଜ ଅଧିକାରୀ ଓ ପୋଲିଶକୁ ଖବର ଦେଇଥିଲେ । ଗ୍ରାମବାସୀଙ୍କ କହିବା ଅନୁସାରେ ଦୀର୍ଘ କିଛି ଦିନ ହେବ ଝାରଖଣ୍ଡ ଅଞ୍ଚଳର ପ୍ରାୟ ୮ ରୁ ୧୦ ଟି ହାତୀ ଓଡିଶା ମୁହାଁ ହୋଇଛନ୍ତି । ଏବେ ଜମିରେ ଧାନ ପାଚୁ ଥିବାରୁ ହାତୀମାନେ ମାଡିଦଳି ନଷ୍ଟ କରୁଛନ୍ତି । ଏ ସବୁ ଦିଗରେ ବନ ବିଭାଗ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି । ମୃତ ବୃଦ୍ଧଙ୍କ ପରିବାରକୁ ଯାହା ସରକାରୀ ସାହାର୍ଯ୍ୟ ମିଳିବା କଥା ସମସ୍ତ ସାହାର୍ଯ୍ୟ ବନ ରେଞ୍ଜ କାର୍ଯ୍ୟାଳୟ ତରଫରୁ ଯୋଗାଇ ଦିଆଯିବ ବୋଲି ବିଶ୍ରା ରେଞ୍ଜର ମତବ୍ୟକ୍ତ କରିଥିଲେ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here