ମୃତ୍ତିକା ସଂରକ୍ଷଣ କାର୍ଯଳୟରେ ଶିଶୁଶ୍ରମିକ ,ଅଧିକାରୀଙ୍କ ଜ୍ଞାତରେ :

ବଣାଇ ଉପଖଣ୍ଡ ରାଜାମୁଣ୍ଡା ଠାରେ ଥିବା ମୃତ୍ତିକା ସଂରକ୍ଷଣ କାର୍ଯାଳୟରେ ଦୀର୍ଘ ଏକମାସ ହେବ ଶିଶୁଶ୍ରମିକକୁ ନେଇକାମ କରୁଥିବା ବେଳେ ଏହାର ଦୃଷ୍ଟି ଖବର ସଂଗ୍ରହ ସଂସ୍ଥା ହାତରେ ପଡିଛି।ସବିଶେଷ ବିବରଣୀ ନେବାରୁ ଜଣାପଡିଛି କପଣ୍ଡ ଗ୍ରାମର ଶ୍ରୀ ନିରଞ୍ଜନ ମାହାନ୍ତ,ପିତା ଜୟଦେବ ମାହାନ୍ତ ଚଳିତ ବର୍ଷ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବା ସହ ଆସନ୍ତା ବର୍ଷ ଦଶମ ବୋର୍ଡ ପରୀକ୍ଷାଦେବ।କୋମଳମତି ଛାତ୍ରକୁ ନେଇ କାର୍ଯାଳୟ ପରିସରରେ କାମରେ ନିୟୋଜିତ କରିବା ଓ ଅଧିକାରୀ ମହୋଦୟଙ୍କ ନିର୍ଦେଶରେ କରୁଥିବା ଜଣାପଡିଛି।ଛାତ୍ରକୁ କେତେ ମଜୁରୀ ଦିଆଯିବ ଜାଣା ନ ଥିବାବେଳେ ଏକମାସ ହେବ ମଜୁରୀ ପାଇନି।ଏ ବିଷୟରେ କାର୍ଯଳୟରେ ଥିବା ଶ୍ରୀଯୁକ୍ତ ଦାସ,ଓ ଶ୍ରୀଯୁକ୍ତ ନାୟକଙ୍କୁ ପଚାରାଯିବାରୁ ଦାସ ତାଙ୍କ ଅଜ୍ଞାତରେ ହେଉଥିବା କହିଥିବାବେଳ।ନାୟକ କହିଛନ୍ତି ପିଲାର ଅଠର ବର୍ଷ ହୋଇଯାଇଛି। ଆଉ ଅଧିକ ପ୍ରତିକ୍ରିୟା ଦେବାକୁ ମନାକଲେ। ବନାଇ ପି ଆଇ ଏ ଶ୍ରୀଯୁକ୍ତ ଗିରିଜା ନନ୍ଦ ପାହୁଲେଇ ନାୟକଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ଭୟ କରିବାର କିଛି ନାହିଁ ସମସ୍ତ ମିଡ଼ିଆ ହାତରେ ଓ ତଳୁ ଉପରମହଲ ପର୍ଯନ୍ତସମସ୍ତ  ଅଫିସର ହାତରେ।ପ୍ରଶ୍ନ ଆସୁଛି ଶିଶୁଶ୍ରମିକକୁ କାମରେ ଲଗେଇ ଏଭଳି ଅଧୀନସ୍ତ କର୍ମୀଙ୍କୁ କହିବା କେତେଠିକ?ପୁଣି କୋଭିଡ ୧୯ ନିୟମ ଉଲଂଘନ ସ୍ପଷ୍ଟ ଭାବେ ଛାତ୍ରଛାତ୍ରୀ ଙ୍କପାଇଁ ରହିଛି ।

ନିଶ୍ଚିତ ଭାବରେ ପି ଆଇ ଏ କହୁଥିବା ସମସ୍ତେ ମୋ ହାତରେ  ?   ନ ହେଲେ ଏକ ମାସ ଧରି କାମ କରୁଥିବା ଶିଶୁଶ୍ରମିକ ପ୍ରତି ଦୃଷ୍ଟି ପଡୁନଥିବା ସନ୍ଧେହ ସୃଷ୍ଟି କରୁଛି।

ଏଥି ପ୍ରତି ଶିଶୁଶ୍ରମିକ ବିଭାଗ ଓ ଜ଼ୀଲ୍ଲା ପାଳ ତଦନ୍ତ କରି ପଦକ୍ଷେପ ଗ୍ରହଣ କରିବା ପାଇଁ ସର୍ବସାଧାରଣରେ ଦାବୀ ହେଉଛି।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here