ସଚେତନ ନାଗରିକ ମଞ୍ଚ ପକ୍ଷରୁ ଛତୁଆ ଦୁର୍ନୀତି ର ଭିଜଲାନ୍ସ ତଦନ୍ତ ଦାବି, ରାଜ୍ୟ ପାଳ ଓ ଭିଜିଲାନସ୍ ଏସପି ଙ୍କୁ ପତ୍ର

ପୁରୀ: ତା ୧୮/୧୦/୨୦: ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରଗୁଡିକୁ ଶିଶୁମାନଙ୍କ ପାଇଁ ଆସୁଥିବା କୋଟି କୋଟି ଟଙ୍କା ଓ ଛତୁଆ ବଣ୍ଟନରେ ପୁରୀ ଜିଲ୍ଲା ତଥା ପୁରୀ ମ୍ୟୁନିସପାଲିଟି  ସିଡିପିଓଙ୍କ କାର୍ଯ୍ୟାଳୟରେ ବ୍ୟାପକ ଦୁର୍ନିତୀ ହୋଇଛି। ସହରରେ ଥିବା ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ଶିଶୁମାନଙ୍କ ମିଥ୍ୟା ଉପସ୍ଥାପନ ଦର୍ଶାଇ ଲକ୍ଷାଧିକ ଟଙ୍କା ଲୁଟ ହେଉଛି। ସହରରେ ଜଗନ୍ନାଥ କ୍ଲଷ୍ଟର ନାମରେ ଏକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଛତୁଆ ଯୋଗାଇବା ଅନୁମତି ଦିଆଯାଇ ବିଭାଗୀୟ ସିଡିପିଓ, କାର୍ଯ୍ୟାଳୟର କର୍ମଚାରୀ ଓ ଯୋଗାଣକାରୀ ସଂସ୍ଥା ଚଳାଉଥିବା କର୍ମକର୍ତ୍ତାମାନେ ମାସକୁ ମୋଟାଙ୍କର ଅର୍ଥ ନେଇ ହାତ ଚିକଣ କରୁଛନ୍ତି। ସେହିପରି ନିମ୍ନମାନର ଛତୁଆ ଯୋଗାଇ ଦିଆଯାଇ ଲକ୍ଷାଧିକ ଟଙ୍କା ହଡପ କରାଯାଉଛି ବୋଲି ରବିବାର ପୂର୍ବାହ୍ନରେ ସ୍ଥାନୀୟ ହୋଟେଲ୍ ନାୟକ ପ୍ଲାଜା ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଅଭିଯୋଗ ଆଣିଛନ୍ତି ସଚେତନ ନାଗରିକ ମଞ୍ଚର ସଭାପତି ପ୍ରସନ୍ନ କୁମାର ଦାସ। ଏହି ମହା ଦୁର୍ନୀତିର ସେ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି। ଏନେଇ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଓଡ଼ିଶାର ମହାମହିମ ରାଜ୍ୟପାଳ ଓ ଭିଜିଲାନ୍ସ ଏସ୍ପିଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି। ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ଦାସ କହିଛନ୍ତି ପୁରୀ ମ୍ୟୁନିସିପାଲଟି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟରେ କୃଷ୍ଣ ଚନ୍ଦ୍ର ଜେନା ନାମରେ ଜଣେ ବ୍ୟକ୍ତି କାର୍ଯ୍ୟ କରୁଛନ୍ତି। ସେ ଦୀର୍ଘ ଆଠ ବର୍ଷ ହେଲା ସେଠାରେ ପରିସଂଖ୍ୟାନ ସହାୟକ ପଦବୀରେ ରହି କାର୍ଯ୍ୟ କରୁଛନ୍ତି। ସେ ଜଣେ ଦୁର୍ନୀତି ଗ୍ରସ୍ତ ବ୍ୟକ୍ତି। ତାଙ୍କର କୋଟି କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତି ରହିଛି। ସେ ଜିଲ୍ଲାର ବିଭିନ୍ନ ଛତୁଆ ଯୋଗାଣ କାରି ସଂସ୍ଥାମାନଙ୍କ ଠାରୁ ମାସିକ ଲକ୍ଷାଧିକ ଟଙ୍କା ବଟି ଆକାରରେ ନେଉଛନ୍ତି। ପ୍ରମାଣ ସ୍ବରୂପ ତାଙ୍କ ପୁତ୍ର ବିଶ୍ବରଂଜନ ଜେନା ଡାକ୍ତର ପଢ଼ିବା ପାଇଁ ସେ ବିଭିନ୍ନ ଛତୁଆ ଯୋଗାଣ କାରୀ ସଂସ୍ଥା ଠାରୁ ସେଣ୍ଟ୍ରାଲ ବ୍ୟାଙ୍କ ଏନିଫଟି ମାଧ୍ୟମରେ ଲକ୍ଷାଧିକ ଟଙ୍କା ଲାଞ୍ଚ ନେଇଛନ୍ତି। ମିଳିଥିବା ଖବର ଅନୁସାରେ ଶ୍ରୀଜେନା ତାଙ୍କ ପୁତ୍ର ବିଶ୍ବରଂଜନଙ୍କ ନାମରେ ସାଇ କୃପା ଏଣ୍ଟରପ୍ରାଇଜ୍ରର ପୁରୀ ବଡଦାଣ୍ଡ ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଶାଖା ଖାତା ନମ୍ବର  ୩୩୯୫୦୦୧୮୧୯ ରୁ   ୨୦୧୭ ଏପ୍ରିଲ୍ ୧୦ ତାରିଖ ଦିନ ୧ ଲକ୍ଷ ୧୬ ହଜାର, ୨୦୧୭ ସେପ୍ଟେମ୍ବର ୪ ତାରିଖ ଦିନ ୧ ଲକ୍ଷ ୬୮ ହଜାର ଟଙ୍କା  ନେଇଛନ୍ତି। ସେହିପରି ସେଣ୍ଟ୍ରାଲ ବ୍ୟାଙ୍କରେ ଥିବା ଓମ୍ ଏଣ୍ଟର୍ ପ୍ରାଇଜ ଖାତା ନମ୍ୱର୍ ୩୫୧୯୬୭୪୪୧୫ ରୁ ୨୦୧୭ ଜୁନ ୨୨ ତାରିଖ ଦିନ ୫୮ ହଜାର  ଓ ୨୦୧୭ ଅକ୍ଟୋବର ୧୬ ତାରିଖ ଦିନ ୯୬ ହଜାର ଟଙ୍କା ଏନଇଫଟି ମାଧ୍ୟମରେ ବିଶ୍ୱରଂଜନଙ୍କ ଆକାଉଣ୍ଟକୁ ଯାଇଛି। ଏହି ମହା ଦୁର୍ନୀତିରେ ଜିଲ୍ଲାର ବରିଷ୍ଠ ଅଧିକାରୀ , ସିଡିପିଓ ଙ୍କ ଠାରୁ ଆରମ୍ଭ କରି ରାଜନେତାମାନେ ସଂଶ୍ଳିଷ୍ଟ ଅଛନ୍ତି। ତଳଠୁ ଉପର ପର୍ଯ୍ୟନ୍ତ ଜେନାବାବୁ ସମସ୍ତଙ୍କୁ  କିଣି କୀ ରଖିଛନ୍ତି। ବରିଷ୍ଠ ଅଧିକାରୀମାନେ ମାସକୁ ମୋଟା ଅଙ୍କର ଅର୍ଥ ହାତ ଗୁଂଜା ନେଉଛନ୍ତି । ତେଣୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ସବୁ ଜାଣି ଶୁଣି ଆଖିବୁଜି ଦେଇଛନ୍ତି। ଏହି ମହା ଘୋଟାଲାର ଭିଜିଲାନସ୍ ତଦନ୍ତ ହେଲେ ସବୁ ସତ ପଦାକୁ ଆସିବ ବୋଲି ମଞ୍ଚ ଦାବୀ କରିଛି। ଆଜିର ଏହି ସାମ୍ୱାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅଶୋକ ଆଢିୟ, ରାକେଶ ପ୍ରଧାନ, ସମୀର ସାମନ୍ତରାୟ ଓ ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here