ବିରାଟ ଯୋଜନା ପଣ୍ଡ , ଗିରଫ ହେଲେ ୩ ଅଭିଯୁକ୍ତ :

ରାଉରକେଲା ସ୍ଥିତ ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ଟ୍ରାଫିକ ଗେଟ ପାର୍କିଂ କ୍ଷେତ୍ରରୁ ୩ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିଶ । ବିଶ୍ବସ୍ତ ସୂତ୍ରରୁ ଖବର ପାଇଲେ ଯେ ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ଟ୍ରାଫିକ ଗେଟ ପାର୍କିଂ ଅଞ୍ଚଳରେ ୩ ଜଣ ଯୁବକ କୌଣସି ଏକ ବଡ ଧରଣର ଅପରାଧ ଘଟାଇବା ପାଇଁ ମାରଣାସ୍ତ୍ର ଶହ ଯୋଜନା କରୁଛନ୍ତି । ଉକ୍ତ ସ୍ଥାନକୁ ସଦଳବଳେ ପୋଲିଶ ପହଞ୍ଚି ୩ ଜଣ ଅଭିଯୁକ୍ତ ଯୁବକଙ୍କୁ କାବୁ କରିବାରେ ସକ୍ଷମ ହେବା ସହିତ ସେମାନଙ୍କର ଯୋଜନାକୁ ପଣ୍ଡ କରି ଦେଇଥିଲେ । ଗିରଫ ହୋଇଥିବା ଯୁବକ ଗଣ ହାସନପୁର ନାଲାରୋଡ ବାସୀନ୍ଦା ମହମ୍ମଦ ଦାନିସ ଓରଫ କୌଶର ( ୨୦ ) , ଶୋହାଇବ ଅଖତର ( ୧୯ ) , ଓ ପୋଷ୍ଟ ଅଫିସ ଗଳିର ବାସୀନ୍ଦା ମହମ୍ମଦ ନସୀମ (୧୯) ବୋଲି ଜଣାପଡିଛି । ଗିରଫ ପରେ ସେମାନଙ୍କ ଠାରୁ ଗୋଟିଏ ସିଙ୍ଗଲ ସଟ ଦେଶୀ ପାସ୍ତଲ ଓ ଗୋଟିଏ ଜୀବନ୍ତ ଗୁଳି ଜବତ ହୋଇଥିଲା । ମହମ୍ମଦ ଦାନୀସ ଜଣେ ସ୍ଥାନୀୟ ପୁରୁଣା ଦୁର୍ଦ୍ଦାନ୍ତ ଅପରାଧୀ ସହ ତା ନାମରେ ଅନେକ ମାମଲା ରୁଜୁ ହୋଇଥିବା ଜଣାପଡିଛି । ପ୍ରାଥମିକ ତଦନ୍ତ ପରେ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ପ୍ଲାଣ୍ଟସାଇଟ ଥାନାରୁ ଜଣାପଡିଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here