ତିର୍ତ୍ତୋଲ ଉପନିର୍ବାଚନ ନିମନ୍ତେ ସାମ୍ବାଦିକ ସମ୍ମିଳନୀ

୧୭:୧୦:୨୦ 🙁 ଜଗତସିଂହପୁର ଜିଲ୍ଲା ପ୍ରତିନିଧି ପ୍ରଫୁଲ କୁମାର ସାହୁ ଙ୍କ ରିପୋର୍ଟ ):  ଜଗତସିଂହପୁର: ତିର୍ତ୍ତୋଲ ୧୦୨ ଉପନିର୍ବାଚନ ନିମନ୍ତେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ସରୋଜ କୁମାର ମିଶ୍ର ଅଧ୍ୟକ୍ଷତା କରି କହିଥିଲେ । ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଟୋଟାଲ ବୁଥ ସଂଖ୍ୟା ୩୨୭,ଥିଵା ବେଳେ ଭୋଟର ସଂଖ୍ୟା୨୩୯୧୫୩, ଥିବା ବେଳେ ପୁରୁଷ ଭୋଟର ସଂଖ୍ୟା ୧୨୪୧୬୮, ମହିଳା ଭୋଟର ସଂଖ୍ୟା ୧୧୪୯୫୭,ଓ ଅନ୍ୟାନ୍ୟ ୨୯ଜଣ , ପ୍ରଥମ ରାଉଣ୍ଡ ରେ ୧୦୨୬ଜଣ ପୋଲିଂ ଙ୍ଗ ଅଧିକାରୀ ପ୍ରଶିକ୍ଷଣ ଦିଆଯାଇଛି । ଆଜି ଶେଷ ଦିନରେ ନାମାଙ୍କନ ପତ୍ର ଦାଖଲ  ସମୁଦାୟ ୯ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି, ବିଜେପି, କଂଗ୍ରେସ, ବିଜେଡି,ସିପିଆଇ,୫ଜଣ ସ୍ଵାଧୀନ ପ୍ରାର୍ଥୀ ନାମାଙ୍କ ନ ଦାଖଲ କରିଛନ୍ତି। କୋଭିଡ ନିୟମ ଅନୁସାରେ ରାଜନୈତିକ ସଭା ରେ ନିୟମ  ମାନିବାକୁ ପଡ଼ିବ । କଣ୍ଟ୍ରୋଲ ରୁମ୍ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ଖୋଲାଯାଇଛି। କଣ୍ଟ୍ରୋଲ ରୁମ୍ ର -୧୮୦୦୩୪୫୭୨୭୯,ରେ ସାଧାରଣ ନାଗରିକ ନିର୍ବାଚନ ସଂକ୍ରାନ୍ତୀୟ ଅଭିଯୋଗ କରିପାରିବେ। ତିର୍ତ୍ତୋଲ ଉପନିର୍ବାଚନ ନିମନ୍ତେ ଜିଲ୍ଲାରେ ‌ପର୍ଯ୍ୟଵେକ୍ଷ ଯୋଗଦାନ କରିଛନ୍ତି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରକାଶ ଆର୍ ଯୋଗ ଦେଇ କହିଥିଲେ ନିର୍ବାଚନ‌ ରେ ଆଇନ ଶୃଙ୍ଖଳା ପରିସ୍ଥିତି ନିମନ୍ତେ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣି ଅଧିକାରୀ ସଚ୍ଚିଦାନନ୍ଦ ସାହୁ, ଉପଜିଲ୍ଲାପାଳ ଧର୍ମେନ୍ଦ୍ର କୁମାର ମଲ୍ଲିକ, ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର  ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here