ରାଜଧାନୀରେ ବୁଲିଲା ଖଣ୍ଡା

ଭୁବନେଶ୍ୱର: ଭୁବନେଶ୍ୱର ଶାସ୍ତ୍ରୀନଗର ଅଞ୍ଚଳରେ ଦୁର୍ବୃତ୍ତଙ୍କ ଆତଙ୍କରାଜ। ଜଣେ ବ୍ୟକ୍ତିଙ୍କ ଘର ବାହାରେ ଖଣ୍ଡା ବୁଲାଇ ଦୁର୍ବୃତ୍ତ ଜଣକ ଧମକ ଚମକ ଦେଇଥିବା ନେଇ ଅଭିଯୋଗ ହୋଇଛ। ଘରୁ ପଦାକୁ ବାହାରିଲେ ପରିବାର ଲୋକଙ୍କୁ ହତ୍ୟା କରିଦେବାକୁ ଧମକ ଦେଇଛି ଦୁର୍ବୃତ୍ତ।

ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଖାରବେଳ ନଗର ଥାନା ପୋଲିସ। ଆତଙ୍କରାଜ ପରେ ଦୁର୍ବୃତ୍ତ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଆତଙ୍କରାଜର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବାରୁ ସେହି ଆଧାରରେ ପୋଲିସ ତାର ତଦନ୍ତ ଆଗକୁ ବଢାଇଛି।

କିଛି ଦିନ ତଳେ ରାଜଧାନୀର ସାମନ୍ତରାପୁରରେ ଦୁଇ ପ୍ରହରରେ ରାସ୍ତା ଉପରେ ଗୋଡେଇ ଗୋଡେଇ ଜଣେ ମିଠା ଦୋକାନୀଙ୍କୁ ନିର୍ମମ ବାବେ ହତ୍ୟା କରାଯାଇଥିଲା। ଦୁର୍ବୃତ୍ତଙ୍କ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ଅନ୍ୟ ୨ ସୁପାରିକିଲରଙ୍କୁ ପୋଲିସ୍ ଗିରଫ କରିଥିଲା।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here