ଜମି ମାଫିଆଙ୍କ ଆତଙ୍କରାଜ କମାଇବା ପାଇଁ ଆସୁଛି ବ୍ଲୁଇସ ।

 ଭୁବନେଶ୍ବର : ରାଜ୍ୟରେ ଆଜି କାଲି ବେଆଇନ ଭାବେ ଜମି ବିକ୍ରି ବୃଦ୍ଧି ପାଇବାରେ ଲାଗିଛି। ସରକାରୀ ଜମିକୁ ଜମି ମାଫିଆ ମାନେ କଳେବଳେ କୌଶଳେ ନିଜ କବ୍ଜାରେ ରଖୁଛନ୍ତି। ଛୋଟ ବଡ ସରକାରୀ ପ୍ରକଳ୍ପ କଲାବେଳକୁ ଜମି ମିଳୁନି। ଜମି ମିଳିଲେ ସେଠାରେ ଜବରଦଖଲ ହଟାଇବାକୁ ଗଲା ବେଳେ କୋର୍ଟ ରୁ ନୋଟିସ ଆସିଯାଉଛି। ଏବେ ଜମି ମାଫିଆଙ୍କ ଆତଙ୍କରାଜ କମାଇବା ପାଇଁ ଆସୁଛି ଭୁବନେଶ୍ବର ଲ୍ୟାଣ୍ଡ ୟୁଜ ଇଣ୍ଟେଲିଜେନ୍ସ ସିଷ୍ଟମ। ଓରସାକ ପକ୍ଷରୁ ଏହି ଅତ୍ୟାଧୁନିକ ଆପ ପ୍ରସ୍ତୁତ ହେଉଛି। ଏହି ଆପକୁ ଗୁଗୁଲ ପ୍ଲେ ଷ୍ଟୋର ରୁ ଯେ କେହି ବି ଡାଉନଲୋଡ କରି ଜମି ବେଆଇନ ଅଧିଗ୍ରହଣ ଫଟୋ କିମ୍ବା ଭିଡିଓ କରି ଅଭିଯୋଗ କରିପାରିବେ। ବ୍ଲୁଇସ ଆପ ଡାଉନଲୋଡ କରି ଲଗ ଇନ କରିବାକୁ ପଡିବ। ଏହି ସବୁ ପ୍ରକ୍ରିୟାରେ ଅଭିଯୋଗକାରୀଙ୍କ ନାମ ଗୁପ୍ତ ରଖାଯିବ। କେବଳ ଉଚ୍ଚ କର୍ତ୍ତୃପକ୍ଷ ଅଧିକାରୀ ଅଭିଯୋଗକାରୀଙ୍କ ବିଷୟରେ ଜାଣି ପାରିବେ। ଅଭିଯୋଗକାରୀ ଫଟୋ ଉଠାଇଲା ବେଳେ ମୋବାଇଲ ଡାଟା ଅନ କରିବେ। ଫଳରେ ଫଟୋ ଗୁଡିକ ଜିଓ ଟ୍ୟାଗିଂ ହୋଇଯିବ। ବେଆଇନ ଜମି ଜବରଦଖଲ କରୁଥିବା ବ୍ୟକ୍ତିଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ଏପରି ବ୍ୟବସ୍ଥା କରାଯାଇଛି।

By- Amartya Anurag

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here