ମନ୍ଦିର ଖୋଲିବା ନେଇ ପ୍ରସ୍ତୁତି ବୈଠକ

ଡାବୁଗାଁ, ୧୫/୧୦:  ନବରଙ୍ଗପୁର ଜିଲା ଡାବୁଗାଁ ତହସିଲ କାର୍ଯ୍ୟ|ଳୟ ଠାରେ ତହସିଲଦାର ଡା॰ ଉମେଶ କୁମାର ପୂଜାରୀ ଙ୍କ ଅଧ୍ୟକ୍ଷତାରେ ମନ୍ଦିର ଖୋଲିବା ନେଇ ଏକ ପ୍ରସ୍ତୁତି ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଡାବୁଗାଁ ବ୍ଲକ ର ବିଭିନ୍ନ ମନ୍ଦିର, ମସଜିଦ ଓ ଚର୍ଚ୍ଚ ଖୋଲିବା ପାଇଁ ଆଲୋଚନା ହୋଇଥିଲା | ଏଥିରେ ସରକାରଙ୍କ କୋଭିଡ-୧୯ ନିୟମ ଯଥା:- ସମସ୍ତ ଭକ୍ତ ମୁହିଁରେ ମାସ୍କ ପିନ୍ଧିବା, ଭକ୍ତ ମାନେ ହାତକୁ ସାନିଟାଇଜ କରିବା ଓ ଧର୍ମାନୁଷ୍ଠାନ ଗୁଡିକ ଖୋଲିବା ପୂର୍ବରୁ ସାନିଟାଇଜ ହେବ ଓ ବନ୍ଦ ପରେ ସାନିଟାଇଜ ହେବା ପାଇଁ ଆଲୋଚନା ହୋଇଥିଲେ | ଏହାସହ ବିଭିନ୍ନ ମନ୍ଦିରର ପ୍ରତ୍ୟକ ସୋମବାର ଭକ୍ତ ମାନଙ୍କ ଗହଳିକୁ ନଜରରେ ରଖି ପୋଲିସ ସୁରକ୍ଷା ଯୋଗାଇ ଦେବା ପାଇଁ ମତ ପ୍ରକାଶ କରିଥିଲେ | କର୍ମକର୍ତ୍ତା ମାନେ  ସମସ୍ତ ଧର୍ମାନୁଷ୍ଠାନ ର କର୍ମକର୍ତ୍ତା ମାନେ ଉକ୍ତ ନିୟମ ପାଳନ କରାଯିବ ନେଇ ସହମତ ହୋଇଥିଲେ | ଏହି ବୈଠକରେ ଜି॰ ସାଇ ରାଜୁ, ଦେବରାଜ ପାତ୍ର, ସିମାଞ୍ଚଳ ଦାସ, ଯୁରେଶ୍ଵର ପଣ୍ଡା, ଏମ॰ ୟାସିନ, ଏସ॰ଏନ ବାରି ଓ ଅନ୍ୟମାନେ ଉପସ୍ଥିତ ଥିଲେ |                                                                                                                                          

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ, Odisha1

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here