କାନ୍ଥ ଭୁଶୁଡି ତିନି ଶିଶୁ ଅସୁସ୍ଥ ଏବଂ ବାଛୁରିର ମୃତ୍ୟୁ ।

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଆଲୋମଣ୍ଡା ପଞ୍ଚାୟତର କେଶଭଦ୍ରା  ଗ୍ରାମରେ ସକାଳ ଘଣ୍ଟା 7:30 ମିନିଟ୍ ସମୟରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ଘରର ମାଟି କାନ୍ଥ ଭାଙ୍ଗି ଯାଇ  3 ଜଣ ଶିଶୁ ଅସୁସ୍ଥ ଥିବା ବେଳେ ପାଖରେ ବନ୍ଧା ହୋଇଥିବା 2ଟି ବାଛୁରୀ ମଧ୍ୟରୁ ଗୋଟିଏ ବାଛୁରୀର ମୃତ୍ୟୁ ହୋଇଯାଇଛି । ସକାଳେ ଉଠି ଖେଳୁଥିବା ବେଳେ  ହେମନ୍ତ କେଣ୍ଡୁରୁକା(ପୁ) ୫ବର୍ଷ  ପିତା ଯୁମ୍ବି  କେଣ୍ଡୁରୁକା, ସମିରା କଣ୍ଡାତାମାରା  (ଝିଅ) ୫ ବର୍ଷ  ଶ୍ରିଶାନ୍ତ୍ କଣ୍ଡା  ତାମାରା (ପୁ) ୩ ବର୍ଷ ପିତା  ପ୍ରସାଦ କଣ୍ଡାତାମାରା ଙ୍କ ଉପରେ ନିଜ ଘର ର ମାଟି କାନ୍ଥ ପଡ଼ି ଯାଇଥିଲା ।ସଙ୍ଗେ ସଙ୍ଗେ ଗାଁ ଲୋକଙ୍କ ସହାୟତାରେ ତିନି ଜଣ ଶିଶୁଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଏବଂ ସେଠାରେ ଥିବା ଓଟ ଗାଡ଼ି ରେ ଆଲୋମଣ୍ଡ। ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଡକ୍ଟରଙ୍କ ଦ୍ୱାରା ଚିକିତ୍ସା କରିବା ପରେ ସଙ୍ଗେ ସଙ୍ଗେ ଆନ୍ଧ୍ର ପ୍ରଦେଶର ପାର୍ବତୀ ପୁରମ୍ ଚିକିତ୍ସା ପାଇଁ ପରାମର୍ଶ ଦେଇ ପଠାଇ ଦେଇଛନ୍ତି।ଏହି ୩ ଜଣ ଶିଶୁ ଙ୍କ ମଧ୍ୟରୁ ହେମନ୍ତ କେଣ୍ଡୁରୁକା( ପୁ) ୫ ବର୍ଷ ବହୁତ୍ ଗୁରୁତର ଅବସ୍ଥାରେ ରହିଥିବା ଜଣାପଡିଛି। ପାଖରେ ଦୁଇଟିବାଛୁରୀ ଥିବା ବେଳେ ଗୋଟିଏ ବାଛୁରୀର ମୃତ୍ୟୁ ହୋଇଯାଇଛି ଓ ଅନ୍ୟ ଏକ ବାଛୁରୀ ମୁଣ୍ଡରେ ଆଘାତ ବାଜିଥିବା ପରିବାର ଲୋକେ କହିଛନ୍ତି। ଘଟଣାକୁ ନେଇ ବିଡ଼ିଓ  ରଜନୀ କାନ୍ତ ଦାସ ଓ ତହସିଲଦାର ଶିମାଞ୍ଚଳ ପାତ୍ର ଙ୍କୁ ଅବଗତ କରାଯାଇଥିଲା ।ସେ ଭି ଏ ଏସ ଙ୍କୁ ଫୋନ୍ କରି ଜଣା ଜଣାଇବା ପାଇଁ କହିଥିଲେ ସେମାନଙ୍କ ରିପୋ୍ଟ କୁ ନେଇ ସାହାଯ୍ୟ କରାଯିବ ବୋଲି ଜଣାଇଛନ୍ତି । ଭି ଏ ଏସ ଶ୍ରୀ ଅଣଡା ଶଙ୍କର ଦାସଙ୍କୁ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିବା ରୁ ସେ ନିଜେ ମିଟିଙ୍ଗ୍ ରେ ବସିକି ଆମ ଷ୍ଟାଫ୍ ଙ୍କୁ ପଠାଇବା ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କୁ  ଜଣାଇ ଥିଲେ ।

REPORTER= ତପନ ହିଆଲ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here