ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସବୀତା ଗିରୀଙ୍କ ନିଖୋଜ ପଛରେ କଣ ରହିଛି ରହସ୍ୟ ।

ଦେଖନ୍ତୁ ଏ ହେଉଛି କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ବତୀଘର ଗ୍ରାମ ପଞ୍ଚାୟତର ସାନ ନିପାଣିଆଁ ଗ୍ରାମର ପିତା-ବୁଦ୍ଧଦେବ ଗିରୀ ଏବଂ ମାତ-ତାପସୀ ଗିରୀଙ୍କ ବଡ ଝୀଅ ତଥା ମୁଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରପତି ପୁରଷ୍କାର ପ୍ରାପ୍ତ ସାହାସୀ ବାଳିକା ସବୀତା ଗିରୀଙ୍କ ନିଖୋଜ ହେବାର ରହସ୍ୟାବଳୀ ବା ଘଟଣା । ସବୀତା ଗିରୀ ନିଖୋଜ ହେବାର ଏଥି ମଧ୍ୟରେ ଏକମାସ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ନିଖୋଜର କାରଣ ଅସ୍ପଷ୍ଟ ବା ରହସ୍ୟ ଜଣା ନପଡିବା ବଡ ଦୁଃଖ ଆଉ ପରିତାପର ବିଷୟ ବୋଲି ସବୀତାର ‘ମା’ ଏବଂ ପଡୋଶୀ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । ସେ ଆହୁରି ମଧ୍ୟ ଗଣମାଧ୍ୟମକୁ କହିଛନ୍ତି ଯେ-ତାଙ୍କ ଝିଅ ନିଖୋଜ ହେବା ବିଷୟରେ ନିକଟସ୍ଥ ମେରାଇନ୍ ଥାନା ଓ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ନିତୀ ଶେଖର ଏବଂ କେନ୍ଦ୍ରାପଡା ଜିଲ୍ଲାପାଳ ଶ୍ରୀଯୁକ୍ତ ସମର୍ଥ ବର୍ମାଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଏକ ଲିଖିତ ଦାବିପତ୍ର ପ୍ରଦାନ କରିବା ପରେ ମଧ୍ୟ ପୋଲିସଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ନୀରବ ଦ୍ରଷ୍ଟା ପାଲଟିବା ପଛରେ କଣ ରହିଛି କାରଣ ଏବଂ କାହିଁକି ପୋଲିସ୍ ସବୀତାକୁ ଏପର୍ଯ୍ୟନ୍ତ ଖୋଜି ପାଉନି । ସବୀତା ବର୍ତ୍ତମାନ କେଉଁଠି ଅଛି । ପୋଲିସ୍ କରୁଛି କଣ ? ସବୀତା ଗିରୀର ନାପତା ହେବା ପଛରେଥିବା ଆସାମୀ ବା ଅଭିଯୁକ୍ତ ମାନେ କିଏ ? ଏମିତି ନାନାଦି ପ୍ରଶ୍ନ ସ୍ଥାନୀୟ ବୁଦ୍ଧିଜିବୀ ମହଲରେ ମୂଖ୍ୟ ଚର୍ଚ୍ଚା ଓ ଆଲୋଚ୍ୟର ବିଷୟ ପାଲଟିଥିବା ବେଳେ ଏପଟେ କିନ୍ତୁ ସବୀତାର ବାପା’ମା’ ବାରମ୍ବାର ଯମ୍ବୁ ମେରାଇନ୍ ଥାନକୁ ଦୌଡି ଦୌଡି ନୟାନ୍ତ ହେବାପରେ ପରେ ମଧ୍ୟ ସବୀତାର ପରିବାରକୁ ଏପର୍ଯ୍ୟନ୍ତ ମିଳୁନି ନ୍ୟାୟ । କଣ ରହିଛି ସବୀତା ଗିରୀ କିଣ୍ଡାପ୍ ପଛର ମୂଳ ରହସ୍ୟ । ୧୭ ବର୍ଷିଆ ନାବାଳିକା ସବୀତା ଗିରୀଙ୍କୁ କେହି ଦୁର୍ବୃତ୍ତ ଅପହରଣ କରି ନେଇଛି ନା ସେ ପ୍ରେମ ବିବାହ କରି କୌଣସି ଯୁବକ ସହିତ ଫେରାର ଅଛନ୍ତି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ  ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here