ଟିଟୋ ଗ୍ୟାଙ୍ଗର ଦୁର୍ଦ୍ଦାନ୍ତ ଅପରାଧୀ ସେକ୍ ରାଜା ଗିରଫ

ଭୁବନେଶ୍ବର : ରାଜ୍ୟର ଅପରାଧ ଜଗତର ବାଦଶାହ ହେଉଛି ଟିଟୋ। ଆଉ ଟିଟୋ ଗ୍ୟାଙ୍ଗର ସେକ୍ ରାଜା ହେଉଛି ଏକ ଦୁର୍ଦ୍ଦାନ୍ତ ଅପରାଧୀ। ଯାହା ନାମରେ ରାଜ୍ୟର ଅନେକ ଥାନାରେ ଅନେକ ଅପରାଧିକ ମାମଲା ରୁଜୁ ହୋଇଛି। ଏବେ ସେ ପୋଲିସ ପଞ୍ଝାରେ ଧରା ଦେଇଛି। ପୋଲିସର ଅତର୍କିତ ଚଢାଉ ପରେ ଗିରଫ ହୋଇଛି ସେକ୍ ରାଜା। ସେ ଟିଟୋ ଗ୍ୟାଙ୍ଗର ଏକ ସକ୍ରିୟ ସଦସ୍ୟ ଥିଲା ତଥା ଦୁର୍ଦ୍ଦାନ୍ତ ଅପରାଧୀ ଭାବେ କାର୍ଯ୍ୟ କରୁଥିଲା ବୋଲି ସୂଚନା ଦେଇଛି ଏସଟିଏଫ ଟିମ୍। ସେ ଏବେ ମଧ୍ୟ ନିଜ ପାଖରେ ପିସ୍ତଲ ରଖି ଅନେକ ଅସାମାଜିକ ବା ଅପରାଧିକ କାର୍ଯ୍ୟରେ ଲିପ୍ତ ରହୁଥିବା ଜଣା ପଡ଼ିଛି।

ସୂଚନାନୁଯାୟୀ, ଏସଟିଏଫ ଟିମ୍ ଓ ଭଦ୍ରକ ଗ୍ରାମାଞ୍ଚଳ ପୋଲିସର ମିଳିତ ଚଢାଉରେ ଭଦ୍ରକ ନୂଆ ବସ ଷ୍ଟାଣ୍ଡ ନିକଟରୁ ସେକ୍ ରାଜା ଗିରଫ ହୋଇଛି। ଗିରଫ ହେବା ସମୟରେ ସେକ୍ ଠାରୁ ଏକ ଦେଶୀ ବନ୍ଧୁକ ସହ ଜୀବନ୍ତ ଗୁଳି ଓ ଟିଭିଏସ ଆପାଚି ବାଇକ ଜବତ କରିଛି ପୋଲିସ।ସେକ୍ ରାଜା ନାମରେ ରାଜ୍ୟର ଅନେକ ଜିଲ୍ଲା ଯଥାକ୍ରମେ ଢେଙ୍କାନାଳ, ଭଦ୍ରକ ଓ କେନ୍ଦ୍ରାପଡ଼ାର ବିଭିନ୍ନ ଥାନାରେ ହତ୍ୟା ଓ ଲୁଟ ଭଳି ବିଭିନ୍ନ ଅପରାଧିକ ମାମଲା ରୁଜୁ ହୋଇଛି। ତେବେ ସେକ୍ ରାଜା କେନ୍ଦ୍ରାପଡ଼ାର ବାସିନ୍ଦା ହୋଇଥିବା ବେଳେ ସେ ପୁରୁଣା ବଜାର ଅଞ୍ଚଳରେ ରହି ତାର କାର୍ଯ୍ୟ ଚଳାଇ ଆସୁଥିଲା ବୋଲି ଏସଟିଏଫ ପକ୍ଷରୁ ସୂଚନା ମିଳିଛି।  

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here