ମାଲକାନଗିରି ଜିଲ୍ଲା କଚେଲି ଗାଁରେ ଅଭାବନୀୟ ଘଟଣା, ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ

ମାଲକାନଗିରି, ଅକ୍ଟୋବର ୧୫: ମାଲକାନଗିରି ଜିଲ୍ଲା କଚେଲି ଗାଁରେ ଅଭାବନୀୟ ଘଟଣା, ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ଘଟିଛି। 

ମୃତକଙ୍କ ମଧ୍ୟରେ ୨ଜଣ ଭଉଣୀ ଓ ଜଣେ ଭାଇ ଅଛନ୍ତି। ମୃତ୍ୟୁବରଣ କରିଥିବା ୩ ପିଲାଙ୍କ ବୟସ- ୧୨,୭ ଓ ୩ ବର୍ଷ। ସେମାନଙ୍କ ନାଁ ସୁକାନ୍ତି ମାଡ଼ି, ସୀତାରାମ ମାଡ଼ି, ଅଞ୍ଜଳି ମାଡ଼ି। ତେବେ ମା’ ଓ ଆଉ ଜଣେ ଭଉଣୀ ଗୁରୁତର ଥିବା ସୂଚନା ମିଳିଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଡାକ୍ତରୀ ଟିମ୍ ଗାଁରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି। ବିଷାକ୍ତ ଖାଦ୍ୟ ଯୋଗୁ ଝାଡ଼ା ବାନ୍ତି ହେବା ସହ ମୃତ୍ୟୁ ଘଟିଥିବା ଡାକ୍ତରୀ ଟିମ୍‌ ଅନୁମାନ କରୁଛି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here