ଛୁରି ଓ ପଥରରେ ଆକ୍ରମଣ ଗୋଟିଏ ପରିବାରର ୪ଜଣ ଗୁରୁତର

ଡାବୁଗାଁ, ୧୫/୧୦ ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଘୁଷୁରାବେଡ଼ା ଗାଁରେ ଅଭାବନୀୟ ଘଟଣା ଘଟିଛି । ସାମାନ୍ୟ କଥାରେ ମରଣାନ୍ତକ ଆକ୍ରମଣ ହୋଇଛି । ଛୁରି ଓ ପଥରରେ ଆକ୍ରମଣ ହୋଇଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ନିମନ୍ତେ କୋରାପୁଟ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାବୁଗାଁ ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ଆକ୍ରମଣକାରୀ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଅଭିଯୋଗ ଅନୁଯାୟୀ:- ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ ଟାରେ ଘୁଷୁରାବେଡ଼ା ଗ୍ରାମର ବାବୁନୁ ଧୋବା ( ୧୪ ) ଟ୍ୟୁସନ ସାରି ଘରକୁ ଫେରୁଥିବା ସମୟରେ ସେହି ଗ୍ରାମର ତନୟ କୁମାର ନାୟକ ରାସ୍ତାରେ ଅଟକାଇ ଜଣଙ୍କୁ ଫୋନ କରିବାକୁ କହିଥିଲା । ବାବୁନୁ ମନା କରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରବର୍ତ୍ତୀ ସମୟରେ ତନୟର ପରିବାରର କିଛି ସଦସ୍ୟ ସଂଘବଦ୍ଧ ଭାବେ ବାବୁନକୁ ମାଡ଼ ମାରିଥିଲେ । ଖବର ପାଇ ପରିବାର ଲୋକ ପହଞ୍ଚି ପ୍ରତିବାଦ କରିବା ସହ ବାବୁନୁକୁ ଉଦ୍ଧାର କରିଥିଲେ । ଏହି ସମୟରେ ସେଠାରେ ଥିବା ଅନନ୍ତରାମ ନାୟକ, ଦେବ କିଶୋର ନାୟକ, କୁବେର ଦାସ ନାୟକ ଓ ବିନୁ ନାୟକ ପ୍ରମୁଖ ବାବୁନୁର ସମ୍ପର୍କୀୟ ଭଗବାନ ହରିଜନ ( ୬୫ ) ଓ ବୁଲୁ ନାୟକ ( ୧୮ ) କୁ ପଥରରେ ପୁଣି ଆକ୍ରମଣ କରିଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଡାବୁଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଏ ନେଇ ଭଗବାନ ହରିଜନଙ୍କ ପୁଅ ହଳଧର ଡାବୁଗାଁ ଥାନାରେ ଏତଲା ଦେଇଥିଲେ । ଥାନା କେସ୍ ନଂ – ୧୭୧ / ୨୦ରେ ମାମଲା ରୁଜୁ କରିଥିଲା ଏବଂ ଏଆଇ ଫକୀର ମୋହନ ଖରା ତଦନ୍ତ ଆରମ୍ଭ କରିଥିଲେ । ଅପରପକ୍ଷରେ ଏତଲା ଦେଇ ରାତି ପ୍ରାୟ ସାଢ଼େ ୧୦ଟାରେ ହଳଧର ତାଙ୍କ ପରିବାର ଲୋକଙ୍କ ସହ ଘୁସୁରାବେଡ଼ା ଫେରୁଥିବା ସମୟରେ କୁବେର ଦାସ ନାୟକ ଏବଂ ତାର ସହଯୋଗୀ ମାନେ ପୁଣିଥରେ ହଳଧର ଓ ତାଙ୍କ ପୁଅ ଶଙ୍କରକୁ ଛୁରିରେ ମରଣାନ୍ତକ ଆକ୍ରମଣ କରିଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଡାବୁଗାଁ ଓ ଏହାପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । କିଛି ଘଣ୍ଟା ବ୍ୟବଧାନରେ ଗୋଟିଏ ପରିବାର ଉପରେ ଦୁଇ ଥର ଆକ୍ରମଣ ହୋଇଥିବାରୁ ପୁଲିସ ପୁଣି ଗୋଟିଏ ମାମଲା ରୁଜୁ କରିଛି । ବୁଧବାର ସମସ୍ତ ଗୁରୁତର ଆହତଙ୍କ ସ୍ଵାସ୍ଥ୍ୟ ଅବସ୍ଥାରେ ଅବନତି ଦେଖା ଦେବାରୁ କୋରାପୁଟ ମେଡିକାଲ କଲେଜ ଓ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅଭିଯୁକ୍ତ କୁବେର ଦାସ ନାୟକଙ୍କ ପତ୍ନୀ ସୁରଭି ନାୟକ ଏହାକୁ ପ୍ରତିବାଦ କରି ଡାବୁଗାଁ ଥାନାରେ ଏତଲା ଦେଇଛନ୍ତି ହଳଧର ଏବଂ ତାଙ୍କ ପରିବାର ସଦସ୍ୟ ତାଙ୍କ ସ୍ଵାମୀଙ୍କୁ ଆକ୍ରମଣ କରିଛନ୍ତି ଏବଂ ଜୀବନରେ ମାରି ଦେବାକୁ ଧମକ ଦେଇଥିବା ଦର୍ଶାଇଛନ୍ତି । ଏତଲାକୁ ଭିତ୍ତି କରି କେସ୍ ନଂ – ୧୭୨ / ୨୦ ରେ ମାମଲା ରୁଜୁ ହୋଇଥିବା ବେଳେ ସବଇନିସ୍ପେକ୍ଟର ଚନ୍ଦ୍ରଭାନୁ ମହାନ୍ତି ତଦନ୍ତ କରୁଛନ୍ତି । କିନ୍ତୁ ପୋଲିସ ଅଧିକାରୀ ମାନଙ୍କୁ ଘଟଣା ସମ୍ପର୍କରେ ପଚାରିଲେ ଆମ ପାଖରେ କୌଣସି ଖବର ନଥିବା କହୁଛନ୍ତି |

ପ୍ରଜ୍ଞାରଞ୍ଜନ ପରିଡା,ଡାବୁଗାଁ,Odisha1

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here