ବହୁ ଚର୍ଚ୍ଚିତ କୁସୁନୁପୁର ଲୁଟ୍ ଘଟଣାର ପର୍ଦାଫାସ୍ କଲା ମାର୍ଶାଘାଇ ପୋଲିସ

ଗତ ସେପ୍ଟେମ୍ବର ମାସ ୨୦ ତାରିଖରେ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା କୁସୁନପୁର ଗାଁରେ ଏକ ସିରିଜ୍ ଚୋରି ଏବଂ ମରଣାନ୍ତ କ ଆକ୍ରମଣ ଘଟଣାରେ ପୋଲିସ ୩ ଜଣକୁ ଗିରଫ କରିଛି ।ପୁର୍ବରୁ ଆମେ ଦେଖାଇ ଥିଲୁ କିଭଳି ଲୁହା ଗ୍ରୀଲ କାଟି ଭୁଜାଲି ରେ ଆକ୍ରମଣ କରି ଘରୁ ଲୁଟ୍ କରିଥିଲେ ଲୁଟେରା ମାନେ ।ଟିକେ ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ କିଭଳି ନୃଶଂସ ଭାବେ ଭୁଜାଲି ରେ ହାଣି ଥିଲେ ଦୁର୍ବୁତ୍ତ ମାନେ । ଯାହାକି ଖାଲି ଆଖିରେ ଦେଖିଲେ ଆପଣଙ୍କୁ ମଧ୍ୟ ବିଚଳିତ କରିପାରେ ।ହେଲେ ମାର୍ଶାଘାଇ ପୋଲିସ୍ ଓ ଷ୍ପେଶାଲ ଷ୍କାଡ୍ ତତ୍ପରତା ପାଇଁ ମାତ୍ର 23 ଦିନ ଭିତରେ ବିଭିନ୍ନ ଜାଗାରେ ଚଢ଼ାଉ କରି ୩ ଜଣ ଲୁଟେରା କୁ ଗିରଫ୍ କରିବାରେ ସଫଳତା ମିଳିଛି ମାର୍ଶାଘାଇ ପୋଲିସ କୁ । ସୂଚନା ଅନୁସାରେ ଘଟଣାଦିନ ବିଳମ୍ବିତ ରାତିରେ କୁସୁନପୁର ଗାଁର କାହ୍ନୁ ଚରଣ ନାୟକ ଏବଂ ଅକ୍ଷୟ କୁମାର ସାହୁ ଙ୍କ ଘରେ ୫ ଜଣ ଦୃବୃର୍ତ୍ତ କବାଟ ତାଢି ଲୁହା ଗ୍ରୀଲ କାଟି ଘରେ ପଶି କାହ୍ନୁ ଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ୧୦ ଟା ମୋବାଇଲ , ୨୦ ହଜାର ଟଙ୍କା ଏବଂ ସୁନା ଗହଣା ଲୁଟି ନେଇଥିଲେ । ୩ ଜଣ ଆସାମୀ ଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ୬ ଟା ସ୍କୃଡ୍ରାଇଭର,ଏକ ଚାପଡ,ଏକ ଭୂଜାଲି,୩ ଟା ସ୍ମାର୍ଟଫୋନ ସହିତ ଅନ୍ୟ 5 ଟି ମୋବାଇଲ,ଓ ନଗଦ କିଛି ଟଙ୍କା ମଧ୍ୟ ଜବତ କରିଛି ପୋଲିସ । ଏହି ଘଟଣାରେ ସଂପୃକ୍ତ ଆଉ ୨ ଜଣ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି । ଏ ସଂକ୍ରାନ୍ତରେ କେନ୍ଦ୍ରାପଡା s p ନିତି ଶେଖର ଏକ ପ୍ରେସମିଟ୍ ଜରିଆରେ କଣ କହୁଛନ୍ତି ଆସନ୍ତୁ ଶୁଣିବା ।

କେନ୍ଦ୍ରାପଡାରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here