ସହର ଶୁଦ୍ଧିକରଣରେ ଡାଲମିଆ ସିମେଣ୍ଟ ର ସହଯୋଗ :

କୋରୋନା ଭୁତାଣୁ ସଂକ୍ରମଣ ବଢିଚାଲିଥିବା ସମୟରେ ନିଜକୁ ସୁସ୍ଥ ରଖିବା ସହିତ ଆଖପାଖ ଅଂଚଳ କୁ ସଫା ରଖିବା ଅତ୍ୟନ୍ତ ଆବଶ୍ୟକ l ଏହି କ୍ରମେ ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ଼ କୋରୋନା ସଂକ୍ରମଣକୁ ପ୍ରତିହତ କରିବାପାଇଁ ରାଜଗାଙ୍ଗପୁର ସହରର ବିଭିନ୍ନ ଅଂଚଳ ଗୁଡିକୁ କମ୍ପାନୀ ପକ୍ଷରୁ ବିଶୋଧନ କରାଯାଇଛି l ଦୁର୍ଗା ମନ୍ଦିର, ଶିତଳା ମନ୍ଦିର, ଇଣ୍ଡିଆନ ଗ୍ୟାସ ଅଫିସ ରୋଡ, ପୌରପାଳିକା କାର୍ଯ୍ୟାଳୟ, ପୋଷ୍ଟ ଅଫିସ, ସାପ୍ତାହିକ ବଜାର ଇତ୍ୟାଦି କମ୍ପାନୀ ପକ୍ଷରୁ ବିଶୋଧନ କରାଯାଇଛି l  ଏଠାରେ କୋରୋନା ରୋଗୀଙ୍କ ବଢୁଥିବା ସଂଖ୍ୟା କୁ ଦେଖି ସ୍ଥାନୀୟ ଜନସାଧାରଣଙ୍କ ତରଫରୁ ଡାଲମିଆ ସିମେଣ୍ଟ କର୍ତ୍ତୃପକ୍ଷ କୁ ସହର ର ବିଭିନ୍ନ ଅଂଚଳ କୁ ସାନିଟାଇଜ କରିବା ପାଇଁ ଅନୁରୋଧ କରାଯାଇଥିଲା l

କମ୍ପାନୀ ସ୍ଥାନୀୟ ଅଂଚଳ ପ୍ରତି ନିଜର ଦାୟିତ୍ୱକୁ ଧ୍ୟାନରେ ରଖି ରାଜଗାଙ୍ଗପୁର ସହର କୁ ନିୟମିତ ସାନିଟାଇଜ କରିଆସୁଅଛି l ପୂର୍ବରୁ ରାଜଗାଙ୍ଗପୁର ସହରର ବିଭିନ୍ନ ସରକାରୀ କାର୍ଯ୍ୟାଳୟ, କୋର୍ଟ, ତହସିଲ, ଓକିଲ ସଙ୍ଘ କାର୍ଯ୍ୟାଳୟ, ଥାନା,ପୌରପାଳିକାର ବିଭିନ୍ନ ଗୃହ ଏବଂ ଝାରବେଡାସ୍ଥିତ ଡାଲମିଆ ମହାବିଦ୍ୟାଳୟକୁ  ମଧ୍ୟ କମ୍ପାନୀ ପକ୍ଷରୁ ବିଶୋଧନ କରାଯାଇଥିଲା l  ଆଵଶ୍ୟକତାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ଏହି ବ୍ୟବସ୍ଥା ଜାରି ରହିବ ବୋଲି କମ୍ପାନୀ କର୍ତ୍ତୃପକ୍ଷ ମଧ୍ୟ ପ୍ରକାଶ କରିଛନ୍ତି l କମ୍ପାନୀର କିଛି କର୍ମଚାରୀ କୋରୋନା ସଂକ୍ରମିତ ଚିହ୍ନଟ ହେବା ପରେ କମ୍ପାନୀ ନିଜର ରାଜଗାଙ୍ଗପୁର ସ୍ଥିତ ଆବାସିକ ପରିସର ଏବଂ ଏହାର ଆଖପାଖ ଅଂଚଳରେ ଲକଡାଉନର ନିୟମକୁ ଆହୁରି କଡାକଡି କରିଦେଇଛି l  କମ୍ପାନୀ ଏହାର ପ୍ରତ୍ୟେକ ପ୍ରବେଶ ଫାଟକରେ ସ୍କ୍ରିନିଂ ସଂଖ୍ୟା ବଢ଼ାଇଛି ଯାହାଫଳରେ ବାହାର ଲୋକଙ୍କ ପ୍ରବେଶ କୁ ନିୟନ୍ତ୍ରଣ କରାଯାଇପାରିବ l ସମସ୍ତ କାର୍ଯ୍ୟାଳୟ ତଥା ପ୍ଲାଣ୍ଟର ବିଭିନ୍ନ ଅଂଚଳ ରେ ସାନିଟାଇଜେସନ ବଢ଼ାଯାଇଛି   l

କଥିତ ଲକଡାଉନ ଉଠି ଯିବା ପରେ ମଧ୍ୟ କମ୍ପାନୀ ନିଜର ଆବାସିକ ପରିସର ଓ କର୍ମଚାରୀଙ୍କ ହିତ କୁ ଧ୍ୟାନରେ ରଖି କୋଭିଡ-19 ଜନିତ ସୁରକ୍ଷା ବିଧି କୁ କଡାକଡି ଭାବେ ପାଳନ କରୁଛି l କାର୍ଯ୍ୟାଳୟ ଏବଂ କାରଖାନା ଅଂଚଳରେ ସାମାଜିକ ଦୂରତା ଉପରେ ପ୍ରମୁଖ ଧ୍ୟାନ ଦେଉଛି l ସାମାଜିକ ଦୂରତା ରକ୍ଷା ନ କରିବା, ମାସ୍କ ନ ପିନ୍ଧିବା, ଉପଯୁକ୍ତ ଭାବରେ ହାତ ନ ଧୋଇବା ଭଳି ଘଟଣା ଆଗକୁ ଆସିଲେ କମ୍ପାନୀ ତରଫରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି l

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here