ଟ୍ରେଲର ପଛପଟୁ ପିଟି ହେଲା ଟ୍ରକ, କ୍ୟାବିନ୍ ଭିତରେ ରହିଗଲେ ଡ୍ରାଇଭର

ଭୁବନେଶ୍ୱର: ବରମୁଣ୍ଡା ଓଭରବ୍ରିଜ୍ ଉପରେ ମର୍ମନ୍ତୁଦ ଦୁର୍ଘଟଣା। ଏକ ଟ୍ରେଲରକୁ ପଛପଟୁ ଧକ୍କା ଦେଲା ମାଲ ବୋଝେଇ ଟ୍ରକ। ଦୁର୍ଘଟଣା ପରେ କ୍ୟାବିନ ଭିତରେ ଚାପି ହୋଇଯାଇଛନ୍ତି ଡ୍ରାଇଭର। ଗୁରୁତର ଡ୍ରାଇଭରଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ କର୍ମଚାରୀ ଉଦ୍ୟମ କରୁଛନ୍ତି।

ସୂଚନା ଅନୁସାରେ ବିଶାଖାପାଟଣାରୁ ଗୋଟିଏ କମ୍ପାନୀର ୧୧ଟି ଗାଡି ବଣେଇ ଅଭିମୁଖେ ଯାଉଥିଲା।କିନ୍ତୁ ବରମୁଣ୍ଡା ଓଭରବ୍ରିଜ୍ ଉପରେ ଗୋଟିଏ କଲମ୍ ଲୁହା ଟ୍ରକ୍ ଖରାପ ହୋଇଯିବାରୁ ସେଠାରେ ଅଟକି ରହିଥିଲା।

କିନ୍ତୁ ପଛରୁ ଆସୁଥିବା ସେହି କମ୍ପାନୀର ଏକ କୋଇଲା ବୋଝେଇ ଟ୍ରକ୍ ଟ୍ରେଲରକୁ ପିଟିଥିଲା। ଦୁର୍ଘଟଣାର ତୀବ୍ରତା ଏତେ ରହିଛି ଯେ, ଟ୍ରକ୍‌ର ମୁଖଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ସହ କ୍ୟାବିନ୍ ଭିତରେ ଡ୍ରାଇଭର ଚାପି ହୋଇ ରହିଯାଇଯାଇଛନ୍ତି।

ତେବେ ଘଟଣାସ୍ଥଳ ଠାରୁ ଅଗ୍ନିଶମ ବିଭାଗ କମ୍ ଦୂରରେ ଥିବାରୁ ତୁରନ୍ତ ପହଞ୍ଚିଥିଲେ ଅଗ୍ନିଶମ ବାହିନୀ। ପ୍ରଥମେ ୨ କ୍ରେନ୍ ସହାୟତାରେ ଟ୍ରକ-ଟ୍ରେଲରକୁ ଅଲଗା କରିବା ପାଇଁ ଚେଷ୍ଟା ଜାରି ରହିଛି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here