ତିନିମାସ ହେଲା ପଞ୍ଚରା ଗ୍ରାମ ପଞ୍ଚାୟତର ୬ ଟି ଗାଁ ଅନ୍ଧାରରେ ଅଧିକାରୀ ନୀରବ :

କୁତ୍ରା ବ୍ଲକ ଅନ୍ତର୍ଗତ ପଞ୍ଚରା ଗ୍ରାମପଞ୍ଚାୟତ ରେ ଆଜକୁ ୩ ମାସ ହେବ ବିଜୁଳି ବିଭ୍ରାଟ ଦେଖାଦେଇ ୬ ଟି ଗ୍ରାମ ଅଦ୍ୟାବଧି ଅନ୍ଧାରରେ ରହିଛି ପଞ୍ଚରା ଗ୍ରାମ ପଞ୍ଚାୟତର ରାଏଡିହି,  ବେଲଡିହି,  ତେଲେନଢିପା, ପାନପଡା, ମଝାପଡା, ଖଡିଆପଡା ପ୍ରଭୃତି ୬ ଟି ପଡାର ଟ୍ରାନ୍ସଫର୍ମର ଆଜକୁ ୩ ମାସ ହେବ ପୋଡି ଯାଇଥିବା କାରଣରୁ ଅନ୍ଧାରରେ ପଡାବାସୀ ରହୁଛନ୍ତି। ଏବାବଦରେ ଗ୍ରାମବାସୀଙ୍କ ଠାରୁ ଆରମ୍ଭ କରି ସରପଞ୍ଚଙ୍କ ପର୍ଯ୍ୟନ୍ତ ବିଦ୍ୟୁତ୍ ବିଭାଗ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ହେଁ ବିଦ୍ୟୁତ୍ ବିଭାଗ ଅଧିକାରୀ ନିରବଦ୍ରଷ୍ଟା ସାଜିଛନ୍ତି । ଏପଟେ ବିଜୁଳି ନଥିବା କାରଣରୁ ଲୋକଙ୍କ ପାଣି ପମ୍ପ ଅଚଳ ପଡିରହିଛି।  ପାଣି ପାଇଁ ଡହଳବିକଳ ହେଉଛନ୍ତି ପିଲା ଛୁଆଙ୍କ ପାଠ ପଢା ଚୁଲିକୁ ଗଲାଣି।  ଏହି ଅଞ୍ଚଳ ଗୁଡ଼ିକରେ ହାତୀ ଉପଦ୍ରବ ଥିବାରୁ ଅନ୍ଧାରରେ ଲୋକଙ୍କ ଦୂରାବସ୍ଥା କହିଲେ ନ ସରେ।  ନିଆଁ ହୁଳା ହିଁ ସାହାରା ହୋଇଛି । ଏ ବାବଦରେ ବଡଗାଁ ବିଜୁଳି ବିଭାଗ କନିଷ୍ଠ  ଜନ୍ତ୍ରୀଙ୍କୁ ପଚାରିବାରୁ ୩ ମାସ ଅଞ୍ଚଳବାସୀ ଅନ୍ଧାରରେ ରହିବା କଥାକୁ ସ୍ବୀକାର କରିବା ସହ ମୁଁ ବିଭାଗୀୟ ଅଧିକାରୀଙ୍କୁ ଜଣେଇଦେଇଛି ବୋଲି କହିଥିଲେ । ସେମାନଙ୍କୁ ପଚାରିଲେ ଟ୍ରାନ୍ସଫର୍ମର ନାହିଁ କହୁଛନ୍ତି ମୁଁ ବା କଣ କରିପାରିବି ବୋଲି କହୁଛନ୍ତି। ଉଚ୍ଚ ଅଧିକାରୀଙ୍କୁ ଏବାବଦରେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ହେଁ ଏହା ସମ୍ଭବ। ହୋଇନଥିଲା । ତେବେ ଦିନକୁଦିନ ବିଜୁଳି ଦର ବଢୁଥିବା ବେଳେ ମାସ ମାସ ଧରି ଲୋକଙ୍କୁ ବିଜୁଳି ସେବାରୁ ବଞ୍ଚିତ କରିବା ବିଜୁଳି ବିଭାଗର ଅସଲ ଚେହେରା ପଦାରେ ପକେଇ ଦେଇଛି । ବିଲ୍ ଅସୁଲ ପାଇଁ ବିଭାଗ ଯେଭଳି ତତ୍ପର ସେବା ପାଇଁ ସେପରି ତତ୍ପରତା ବିଭାଗ ଦେଖାଉନାହିଁ ଏହାହିଁ ବିଡମ୍ବନା ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here