ରାଜ୍ୟ ଜନଶକ୍ତି ପାର୍ଟି ତରଫରୁ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ।

ଆଜି ମାନନୀୟ ଜିଲ୍ଲାପାଳ କେନ୍ଦ୍ରାପଡା ଶ୍ରୀଯୁକ୍ତ ସମର୍ଥ ବର୍ମାଙ୍କୁ ତାଙ୍କ ମୂଖ୍ୟ କାର୍ଯ୍ୟାଳୟ ପରିସରରେ ରାଜ୍ୟ ଜନଶକ୍ତି ପାର୍ଟି ତରଫର ସଭାପତି ପ୍ରଦୀପ କୁମାର ଦାଶଙ୍କ ସଭାପତିତ୍ବରେ ଏବଂ ସମ୍ପାଦକ ରମେଶ ଚନ୍ଦ୍ର ଥାଟୋଇଙ୍କ ନେତୃତ୍ୱରେ ଶାନ୍ତନୁ ନାୟକଙ୍କୁ ମିଶାଇ ଏକ ୧୫ଜଣିଆଁ ଟିମ୍ ୩ଦଫା ପୂର୍ଣ୍ଣ ଦାବିପତ୍ର ମହା ମହିମ ରାଜ୍ୟପାଳ ଶ୍ରୀଯୁକ୍ତ ଗଣେଷୀ ଲାଲଙ୍କ ଉଦ୍ଧେଶ୍ୟରେ ପ୍ରଦାନ କରିଥିବା ବିଶେଷ ସୁତ୍ରରୁ ଖବର ନେବାରୁ ଜଣାପଡିଛି । ସେମାନଙ୍କର ମୂଖ୍ୟ ଦାବି ଗୁଡିକଥିଲା ଯେ-କେନ୍ଦ୍ରାପଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ପ୍ରାୟ ୬୨ଜଣ ଡାକ୍ତର ରହିବା ପାଇଁ ବ୍ୟବସ୍ଥା ଥିବାବେଳେ । ବର୍ତ୍ତମାନ ମାତ୍ର ୨୩ଜଣ ଡାକ୍ତର ରୋଗୀସେବା ପାଇଁ ରହିଛନ୍ତି । ବର୍ତ୍ତମାନ ହସପିଟାଲର ଅବସ୍ଥା ବହୁତ ଶୋଚନୀୟ ଅବସ୍ଥା ଦେଇ ଗତି କରୁଛି । ମେଡିକାଲକୁ ଆସୁଥିବା ରୋଗୀମାନେ ଡାକ୍ତର ବା ଷ୍ଟାଫ୍ ଅଭାବରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହିତ ମୃର୍ତ୍ୟୁ ମୁଖରେ ପଡୁଛନ୍ତି । ଅଧିକାଂଶ ସମୟରେ ରୋଗୀ ମାନଙ୍କୁ ଜାଣିଶୁଣି ହଇରାଣ ହରକତ୍ କରାଯିବା ସହିତ ଅତି ଛୋଟମୋଟ ରୋଗରେ ମଧ୍ୟ କଟକ ଏସିବି ମେଡିକାଲ କଲେଜକୁ ରେଫର୍ କରି ଡାକ୍ତର ତାଙ୍କ କାମ ସାରି ଦେଉଥିବା ବେସ୍ ମନେ କରୁଛନ୍ତି । ମେଡିକାଲରେ ଡାକ୍ତରମାନେ ଦଲାଲମାନଙ୍କ ସହାୟତାରେ ତାଙ୍କ ପ୍ରାଇଭେଟ୍ କ୍ଲିନିକକୁ ଡାକି ଆର୍ଥ ଶୋଷଣ କରୁଥିବା ବିଷୟରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ସେମାନଙ୍କ ପ୍ରତି କୌଣସି ପଦକ୍ଷେପ୍ ନନେବା ଏବଂ ପୁରୀରୁ କବୀର ନାମକ ଜୈନିକ ବ୍ୟକ୍ତି ତାଙ୍କ ପତ୍ନୀର ଦେହ ଖରାପ୍ ହେବାରୁ ଆମ୍ବୁଲାନ୍ସ ନପାଇ ଦୀର୍ଘ ୯୦ କିଲୋମିଟର ବାଟ ପୁରୀରୁ କଟକ ବଡ ମେଡିକାଲକୁ ଏକ ଭଡା ଟ୍ରଲି ସାହାଯ୍ୟରେ ବୋହି ନେବା ଭଳି ଏକ ସଂଗୀନ ମୂଳକ ଅଭିଯୋଗ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନାମରେ ଆସିଥିବା ଏବଂ ଏହି ଖବର ବିଭିନ୍ନ ଗଣମାଧ୍ୟମର ଶୀରୋନାମା ପାଲଟିଥିବା ଦେଖିବାକୁ ମିଳିଛି । ସେଥିପାଇଁ ତୁରନ୍ତ ସେହି କବୀର ନାମକ ଜୈନିକ ବ୍ୟକ୍ତିଙ୍କୁ ତାଙ୍କ ପତ୍ନୀ ମୃର୍ତ୍ୟୁପାଇଁ କ୍ଷତିପୂରଣ ରାଜ୍ୟ ସରକାର ଦିଅନ୍ତୁ । ତେବେ ଏଥିପ୍ରତି ତୁରନ୍ତ ରାଜ୍ୟପାଳଙ୍କ ସମେତ ରାଜ୍ୟ ସରକାର ପଦକ୍ଷେପ୍ ନେବାପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡ଼ାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here