ପୁଣି ଡେରାବିଶ୍ ତହସିଲଦାରଙ୍କ ବିରୋଧରେ ଅଭିଯୋଗ ଆଣି ନ୍ୟାୟ ପାଇଁ ଧାରଣାରେ ସପରିବାର ।

ପୁଣି ଆଜି କେନ୍ଦ୍ରାପଡା ଡେରାବିଶ୍ ବ୍ଲକ୍ ଅନ୍ତର୍ଗତ ବଶିପୁର ଗ୍ରାମର କଲ୍ୟାଣୀ ବାରିକ୍ ନାମକ ଜୈନିକ ମହିଳା ତାଙ୍କ ସ୍ୱାମୀ ଏବଂ ପିଲାମାନଙ୍କ ସହିତ ଡେରାବିଶ୍ ତହସିଲଦାରଙ୍କ ନାମରେ ଅଭିଯୋଗ ଆଣି ନ୍ୟାୟ ପାଇବା ଆଶାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଥିବା ଦେଖିବାକୁ ମିଳିଥିଲା । ତାଙ୍କ କହିବା କଥା ହେଲା ଯେ-ସରକାରଙ୍କ ତରଫରୁ ମୋ କୁଡିଆ ଆବାସ ଯୋଜନାରେ ଘରଟିଏ କରିବା ନିମନ୍ତେ ବ୍ଲକରୁ ସ୍ଥାନୀୟ ସରପଞ୍ଚଙ୍କ ଜରୀଆରେ ୱାର୍କ ଅଡର ଟିଏ ମଧ୍ୟ ମିଳି ସାରିଛି । କିନ୍ତୁ ବଡ ଦୁଃଖ ଆଉ ପରିତାପର ବିଷୟ ଯେ-ଏପର୍ଯ୍ୟନ୍ତ ସେ ଶହେରୁ ଅଧିକ ଥର ଆରାଇ ଅଫିସ୍ ଠାରୁ ଆରମ୍ଭ କରି ତହସିଲଦାରଙ୍ ଅଫିସ୍ ପର୍ଯ୍ୟନ୍ତ ଦୌଡି ଦୌଡି ନୟାନ୍ତ ହେଲେଣି ହେଲେ ଏପର୍ଯ୍ୟନ୍ତ ଆରାଇ କିମ୍ବା ତହସିଲଦାର ଘର ମିଳିଥିବା ସରକାରୀ ଓ ପୋଡୋଶୀ ଜମିକୁ ଲାଗିକରି ରହିଥିବା ତାଙ୍କ ପ୍ଲଟର ଡିମାରିକେସନ୍ ଦେଉନଥିବାରୁ ତାଙ୍କୁ ତାଙ୍କ ଜାଗା ଉପରେ ଘରକରିବା ପାଇଁ ନାନାଦି ସମସ୍ୟା ସୃଷ୍ଟି ହେଉଛି  । ଯାହାଫଳରେ ସ୍ଥାନୀୟ ସରପଞ୍ଚ ଯେତେ ଚାହୁଁଥିଲେ ମଧ୍ୟ ତାଙ୍କୁ କୌଣସି ପ୍ରକାରେ କିଛି ସାହାଯ୍ୟ କରିପାରୁ ନାହାନ୍ତି । ଡେରାବିଶର ପୂର୍ବତନ ତହସିଲଦାର ଏବଂ ବର୍ତ୍ତମାନର ତହସିଲଦାର ଉକ୍ତ ଗରିବ ଅସହାୟ ଲୋକଙ୍କ କଥାକୁ ଏପର୍ଯ୍ୟନ୍ତ କର୍ଣ୍ଣପାତ୍ କରୁନଥିବାରୁ ନିରୂପାୟ ହୋଇ କଲ୍ୟାଣୀ ତାଙ୍କ ପରିବାର ଲୋକଙ୍କ ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା ଏବଂ ମାନନୀୟ ଜିଲ୍ଲାପାଳ ଶ୍ରୀଯୁକ୍ତ ସମର୍ଥ ବର୍ମାଙ୍କୁ ମଧ୍ୟ ଭେଟି ତୁରନ୍ତ ତାଙ୍କୁ ନ୍ୟାୟ ପ୍ରଦାନ ନିମନ୍ତେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି  I

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here