ଫିଟିଲା ପୁରୀ ଛତୁଆ ମହା ଘୋଟାଲାର ଭିତିରି ଗୁମର

ଏହି ବାବୁ ଜଣଙ୍କୁ ଟିକେ ଆପଣମାନେ ଭଲଭାବରେ ଚିହ୍ନି ରଖନ୍ତୁ ଏ ହେଉଛନ୍ତି କୁଆଡେ ପୁରୀ ସିଡିପିଓ ଅଫିସର କିରାଣୀ ଶ୍ରୀକୃଷ୍ଣ ଜେନାଙ୍କ ପୁଅ । ଏ ବାବୁ ମଧ୍ୟ ପୁରୀ ଛତୁଆ ଘୋଟାଲା ସହିତ ସମ୍ପୃକ୍ତିଥିବା କଥା ଏବେ ଲୋକ ଲୋଚନକୁ ଆସିଛି । ଏ ବାବୁ କୁଆଡେ ଜଣେ ଡାକ୍ତରୀ ଛାତ୍ର । ହେଲେ ଏ ବାବୁଙ୍କ ପାଠ ପଢିବା ପାଇଁ ଏଙ୍କ ଆକାଉଣ୍ଟକୁ ତା-10-04-2017 ତାରିଖରେ ଏହି  ଆକାଉଣ୍ଟ୍ ନମ୍ବର ୩୩୯୫୦୦୧୮୧୯କୁ ଲକ୍ଷ ଲକ୍ଷ ଛତୁଆ ଦୁର୍ନୀତି ବା ଘୋଟାଲାର ଟଙ୍କା ପଠାଇଲା କିଏ ? ଏତେ ଟଙ୍କା ଆସିଲା କୁଆଡୁ ଏବଂ କିଏ ପଠାଇଲା ଶ୍ରୀକୃଷ୍ଣ ଜେନାଙ୍କ ପୁଅଙ୍କ ଆକାଉଣ୍ଟକୁ ଏସବୁ ଟଙ୍କା । ଏତେ ଟଙ୍କା ପୁଣି ତାଙ୍କ ପୁଅ ଆକାଉଣ୍ଟରେ ଜମାହେବାର କାରଣ କଣ । କଣ ରହିଛି ଏହି କାହାଣୀ ପଛରେ ଗୁଢ ରହସ୍ୟ ବା ଗୁମର । ଆଉ କିଏସେ ଏହି କାହାଣୀ ପଛଦ ପଟ୍ଟର ଖଳ ନାୟକ  । ଦେଖନ୍ତୁ ଆମ ଚ୍ୟାନେଲ ମଧ୍ୟମରେ ସମ୍ପୂର୍ଣ୍ଣ ତଥ୍ୟାବଳୀ ସହିତ ଛତୁଆ ଘୋଟାଲାର ପୁରା ଭିତିରି ଗୁମର । ଶ୍ରୀକୃଷ୍ଣ ଜେନାଙ୍କ ନାମରେ ଭୁବନେଶ୍ବର ଠାରେ ଏକ ଘର ,ପୁରୀରେ ଏକ ଘର ଏବଂ ବ୍ରହ୍ମଗିରୀ ଠାରେ ୪ଏକର ଜମି ରହିଥିବା ଖବର ମିଳିଛି । ତାଙ୍କ ଆକାଉଣ୍ଟକୁ ଆସିଥିବା ଏହା କାହାଟଙ୍କା ଅଟେ । ଛୋଟ ପିଲା ନା ଗର୍ଭବତୀ ମହିଳା ମାନଙ୍କ ପାଇଁ ସରକାର ଦେଉଥିବା ଛତୁଆ ଅପ ମିଶ୍ରଣର ପଇସା । ଏହି ସିଡିପିଓ ଅଫିସର କିରାଣୀ ଶ୍ରୀକୃଷ୍ଣ ଜେନାଙ୍କ ପୁଅ କୁଆଡେ କୁହନ୍ତି ଯଦି ମୋଆକାଉଣ୍ଟକୁ ଆଉ କାହା ଆକାଉଣ୍ଟରୁ ଟଙ୍କା ଆସିଥାଏ ତେବେ ମୁଁ ଚାକିରୀ ଛାଡ଼ି ଦେବି । ଉକ୍ତ ବାବୁ ଜଣକଙ୍କର ଏହା କିଭଳି ମାନସିକତା ଅଟେ ତାହା ସର୍ବ ସମ୍ମୁଖରେ ଏବଂ ସ୍ଥାନୀୟ ବୁଦ୍ଧିଜିବୀ ମହଲରେ ମୂଖ୍ୟ ଆଲୋଚ୍ୟର ବିଷୟ ପାଲଟିଛି । ଯଦି ଜିଲ୍ଲାପାଳ ଜିଲ୍ଲା ପ୍ରଶାସନିକ ଅଧିକାରୀ ମାନେ ଉକ୍ତ ବାବୁଙ୍କ ବ୍ୟାଙ୍କ ଆକାଉଣ୍ଟକୁ ତୁରନ୍ତ ଇନକ୍ୱାରୀ ବା ତଦନ୍ତ କରି ଦେଖନ୍ତେ ତେବେ ନିଶ୍ଚିନ୍ତ ରୂପେ ପୁରୀ ମହା ଛତୁଆ ଘୋଟାଲାର ମାମଲାର ସବିଶେଷ ତଥ୍ୟ ଲୋକ ଲୋଚନକୁ ଆସିବା ସହିତ ବା ସର୍ବ ସମ୍ମୁଖରେ ପୁରା ତଥ୍ୟାବଳୀ ସହିତ ଗୁମର ଫିଟି ପାରନ୍ତା ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଦେଖାଯାଉ କେବେ ଖୋଲୁଛି ଏହି ପୁରୀ ଛତୁଆ ମହା ଘୋଟାଲାର ପୁରା ଗୁମର । ଆପଣମାନେ ଏମିତି ଆମ ଚ୍ୟାନେଲକୁ ଦେଖୁଥାନ୍ତୁ ଆଉ ଲାଇକ୍ ସବସ୍କ୍ରାଇବ୍ କରୁଥାନ୍ତୁ । ଆଗାମୀ ଅଧ୍ୟାୟରେ ଆମେ ଆଣିବୁ ପୁରା ତଥ୍ୟାବଳୀ ଓ ପ୍ରମାଣ ସହିତ ଛତୁଆ ମହା ଘୋଟାଲାର ସମ୍ପୂର୍ଣ୍ଣ ପ୍ରଛଦ କାହାଣୀ ପୁରା ତଥ୍ୟାବଳୀ ଓ ଫଟୋ ସହିତ ଆଉ କିଏ କିଏ ଏହି ଘୋଟାଲା ସହିତ ଜଡିତ ରହିଛନ୍ତି ।

ପୁରୀରୁ ଆମ ଚିଫ୍ ବ୍ୟୁରୋଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here