ମିଳିଲାଣି ପିଏମ କିଷାନ ସହାୟତା : ସମବାୟ ବ୍ୟାଙ୍କ ଚାଷୀଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ।

ଭୁବନେଶ୍ବର : ପ୍ରାୟତଃ ଦେଖିବାକୁ ଗଲେ ଅନେକ କୃଷି ଭିତ୍ତିକ ଯୋଜନାରେ ହିତାଧିକାରୀମାନଙ୍କୁ ସଠିକ ସହାୟତା ମିଳି ପାରୁ ନାହିଁ। ସେହିପରି ସମବାୟ ବ୍ୟାଙ୍କରେ ଜମା ଖାତା ଥିବା ଚାଷୀଙ୍କୁ ଏଯାଏଁ ମିଳିନି ପିଏମ କିଷାନ ସହାୟତା। ଆଇଏଫସି କୋଡ ସଂଶୋଧନ ତାଲିକା କେନ୍ଦ୍ରକୁ ପଠାଇ ଚୁପ ବସିଛି କୃଷି ବିଭାଗ। କେବେ ଚାଷୀଙ୍କ ଆକାଉଣ୍ଟ ରେ ଅର୍ଥ ଆସିବ ସେ ନେଇ କିଛି ବି ଉତ୍ତର ମିଳୁନି। ଏ ନେଇ ଗତ ଜୁଲାଇ ମାସରେ ଅଭିଯୋଗ କରାଯାଇଥିଲା।
ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ବହୁ ଚାଷୀ ଜିଲ୍ଲା କୃଷି ଅଧିକାରୀଙ୍କ ଜରିଆରେ କୃଷି ନିର୍ଦ୍ଦେଶକଙ୍କୁ ଅଭିଯୋଗ କରିଥିଲେ। କୃଷି ବିଭାଗର ପିଏମ କିଷାନ ସେଲ ଦାୟିତ୍ବ ରେ ଥିବା ଜନୈକ ଅଧିକାରୀ ସେତେବେଳେ କହିଥିଲେ ଯେ ଗୋଟିଏ ଲେଖାଏଁ ଆଇଏଫ୍ଏସସି କୋଡ ଏକାଧିକ ସମବାୟ ବ୍ୟାଙ୍କ ଶାଖା ପାଇଁ ଥିବାରୁ ଏହି ସହାୟତା ଅର୍ଥ ଜମା ହେବାରେ ଅସୁବିଧା ହେଉଛି। ଗୋଟିଏ ଲେଖାଏଁ ଚାଷୀଙ୍କ ଆକାଉଣ୍ଟରେ ଏକାଧିକ ଥର ଅର୍ଥ ରାଶି ଜମା କରିବାକୁ ଉଦ୍ୟମ କରିଯାଇଥିଲେ। ଏହି ଦୃଷ୍ଟିରୁ ପ୍ରାୟ ୮୦ ହଜାର ଚାଷୀଙ୍କର ବ୍ୟାଙ୍କ ଖାତାରେ ଟଙ୍କା ଜମା ହୋଇ ପାରୁ ନ ଥିବା ଅଭିଯୋଗ ମିଳିଛି। କିନ୍ତୁ ଯାଞ୍ଚ ପରେ ଜଣାପଡିଥିଲା ଯେ ପ୍ରାୟ ୨୦ ହଜାର ଚାଷୀ ଏହି ଅର୍ଥ ରାଶି ପାଇବାରୁ ବଞ୍ଚିତ ହୋଇଛନ୍ତି।
ଏହି ସମସ୍ୟା ଦୂର କରିବା ପାଇଁ ରାଜ୍ୟ ସମବାୟ ବ୍ୟାଙ୍କ ସମସ୍ତ ଶାଖା ପାଇଁ ସ୍ୱତନ୍ତ୍ର ଆଇଏଫ୍ଏସସି କୋଡ ପ୍ରଦାନ କରାଯାଇଛି। ଗତ ସେପ୍ଟେମ୍ବର ୧୩ ତାରିଖ ସୁଦ୍ଧା କୋଡ ଅପଲୋଡ କାର୍ଯ୍ୟ ସରିଯିବା କଥା। ସଂଶୋଧିତ ତାଲିକା କେନ୍ଦ୍ରକୁ ପଠାଇବା ପରେ ସହାୟତା ରାଶି ପାଇବାରୁ ବଞ୍ଚିତ ହୋଇଥିବା ଚାଷୀଙ୍କୁ ପିଏମ କିଷାନ ସହାୟତା ମିଳିବାରେ ଅସୁବିଧା ହେବ ନାହିଁ। ଏବେ ସମ୍ପୃକ୍ତ ଅଧିକାରୀ ଅବସର ଗ୍ରହଣ କରିସାରିଲେଣି। ମାସେ ପୂରିଲାଣି ଅଥଚ ଏବେ ସୁଦ୍ଧା ବି ଚାଷୀଙ୍କ ଆକାଉଣ୍ଟ ରେ ପିଏମ କିଷାନ ଅର୍ଥ ପହଞ୍ଚିଲା ନାହିଁ। ପିଏମ କିଷାନ ହିତାଧିକାରୀଙ୍କ ତାଲିକା ସମ୍ପର୍କରେ ଆଲୋଚନା ନେଇ ଗତ ବିଧାନସଭାର ମୌସୁମୀ ଅଧିବେଶନ ବିଜେପି ଗୃହରେ ହଙ୍ଗାମା କରିଥିଲା। ଏ ନେଇ ସମସ୍ତ ବିରୋଧୀ ଦଳ ମଧ୍ୟ ଶୂନ୍ୟ କାଳରେ ପ୍ରଶ୍ନ ଉଠାଇଥିଲେ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here