କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଞ୍ଚଳରେ ବୋହୁ ଦିନ ଧରି କିଛି ଗୁଟଖା ବେପାରୀ ବେଧଡକ ଗୁଟଖା ବେପାର କରୁଥିଲେ।କୋରାପୁଟ SP ଙ୍କ ନିର୍ଦ୍ଦେଶକ୍ରମେ ବୋରିଗୁମ୍ମା SDPO ,ଥାନା ଅଧିକାରୀ ଏବଂ ପୋଲିସ କର୍ମଚାରୀ ମିଳିତ ଭାବେ ଚଢ଼ାଉ କରିଥିଲେ।ମୋଟ ତିନି ଜଣଙ୍କ ଠାରୁ ବିପୁଳ ପରିମାଣର ଗୁଟଖା ଜବତ କରି ୩ ଜଣଙ୍କୁ ଗିରଫ କରିଥିଲେ।ସେମାନଙ୍କ ଠାରୁ ବିଭିନ୍ନ ପ୍ରକାର ବ୍ରାଣ୍ଡର ଗୁଟଖା ଜବତ କରାଯାଇଛି।ତିନି ଜଣ ଗୁଟଖା ବେପାରୀଙ୍କୁ ଆଜି ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ।ମୋଟ 56 ବସ୍ତା ଏବଂ ଏହାର ଅନୁମାନିକ ମୂଲ୍ୟ ଦୁଇ ଲକ୍ଷ୍ୟ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି କହିଛନ୍ତି ବୋରିଗୁମ୍ମା ଥାନା ଅଧିକାରୀ ସଞ୍ଜୟ ମଣ୍ଡଳ।
Report – ଗୋପାଳ ଡଙ୍ଗରି