ଡାଲମିଆ ଭାରତ ସିମେଣ୍ଟ କାରଖାନାରେ ଦୃର୍ଘଟଣାରେ ଜନୈକ କାର୍ଯ୍ୟରତ ଶ୍ରମିକ ମୃତ :

ରାଜଗାଙ୍ଗପୁର ସ୍ଥିତ ସିମେଣ୍ଟନଗରୀରେ ଆଜି ସକାଳ ୯ଟା ସମୟରେ ଡାଲମିଆ ଭାରତ ସିମେଣ୍ଟର ୟୁନିଟ ଦୁଇରେ କାର୍ଯ୍ୟରତ ଶ୍ରମିକଙ୍କ ମୃତୁ କୁନେଇ ଉତେଜନା ଦେଖା ଯାଇଥିଲା ଜଣେ ଠିକାଦାର ଙ୍କ ଦ୍ୱାରା ନିୟୋଜିତ ଶ୍ରମିକ  ଯାହାର ନାମ ଦୀପକଏକା (୨୨)ଘର ବାରୁ ପଡ଼ା Iସେ ୟୁନିଟ ଦୁଇର ସାତ ତାଲା ଉପରେ ଥିବା ଫ୍ରି ହିଟର କୁ ଅନ୍ୟ ଦୁଇ ଜଣ ଙ୍କୁ ନେଇ ଯାଇଥିବା  ଶୁଣିବାକୁ ମିଳୁଛି ଯେ ସେଠାରେ ଚଡିବା ପାଇଁ ଭଡା ବାନ୍ଧୁ ଥିବା ଅବସ୍ଥାରେ କୌଣସି କାରଣ ରୁ ସାତ ତାଲା ଉପରୁ ତଳକୁ ଖସି ଯାଇ ଥିଲା ଘଟଣା ସ୍ଥଳରେ ତାର ମୃତ ହୋଇ ଯାଇଥିଲା । ସାଥିରେ ଥିବା ଅନ୍ୟ ଶ୍ରମିକ ଦୁଡୁକା ବାହଲର ଅକ୍ଷୟ ତନ୍ତି (୨୫)  ଏଵଂ ମିଖେଲ ମିଞ୍ଜ (୩୫) ଏହି ଦୁଇଜଣ ତଳକୁ ଆସି ତାଙ୍କ ସାଙ୍ଗର ମୃତ୍ୟୁ ହେବା ଦେଖି  ଘଟଣାସ୍ଥଳରେ  ଦୁଇଜଣ ଚେତା ଶୂନ୍ୟ ହୋଇ ପଡି ଯାଇଥିଲେ । ଏହି ଦୁଇ ଜଣଙ୍କୁ କାରଖାନା ପରିସରରେ ଥିବା ସ୍ପନ୍ଦନ ମେଡିକାଲକୁ ତୁରନ୍ତ ଆଣା ଯାଇଥିଲା । ସେଠାରେ ସେମାନଙ୍କ ସ୍ଵାସ୍ଥ୍ୟ  ଭଲଥିବା ଜଣା ଯାଇଛି ।ଡାକ୍ତରଖାନା ପରିସରରେ ଗ୍ରାମର ଲୋକ ମାନେ ରୁଣ୍ଡ ହୋଇଥିଲେ । କ୍ଷତିପୂରଣ ପାଇଁ ଦାବି ଦାବୀ କରିଥିଲେ ଶେଷରେ କଂପାନୀକୃତପକ୍ଷ ତାଙ୍କ ପରିବାର  ସଦସ୍ୟ ଓ ଗ୍ରାମର ଭଦ୍ର ବ୍ୟକ୍ତିଙ୍କ ଉପସ୍ଥିତିରେ ମିଳିତ ଆଲୋଚନା କରି କ୍ଷତିପୂରଣ  ବାବଦରେ ୧୮ଲକ୍ଷ ଟଙ୍କା  ତଥା ସୁଧି କାର୍ଯ୍ୟ ପାଇଁ ୫୦ ହଜାର ଟଙ୍କା ସହିତ ମାସକୁ ପେନସନ ୫ହଜାର ଟଙ୍କା ଦେବାପାଇଁ ଚୁକ୍ତିନାମା କରା ଯାଇଥିଲା । ସମାଧାନ ପରେ ଶବ ବ୍ୟବଚ୍ଛେଦ କରା ଯାଇ ତାଙ୍କ ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯାଇ ଥିବା ଜଣାପଡିଛି ।


ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here