ମହାରଥୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଯୁବ ବିଜେଡି ନେତ୍ରୀ ଲଗ୍ନଦୀପା ମିଶ୍ର I

ପିପିଲି : ଜୀବନ ଯୁଦ୍ଧରେ ହାରିଯାଇ ସବୁଦିନ ପାଇଁ ଆର ପାରିକୁ ଚାଲି ଯାଇଛନ୍ତି ପିପିଲି ର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ପ୍ରଦୀପ ମହାରଥୀ। ଦୁନିଆଁ ରୁ ମହାରଥୀ ଚାଲି ଯାଇଛନ୍ତି ସତ ହେଲେ ତାଙ୍କୁ ଭଲ ପାଉଥିବା ହଜାର ହଜାର ପ୍ରଶଂସକଙ୍କ ହୃଦୟରୁ ଲିଭିନାହାନ୍ତି ସେ । ଏବେ ବି ଗହଳି ଦେଖିବାକୁ ମିଳୁଛି ତାଙ୍କ ପିପିଲି ନିକଟସ୍ଥ ହୁଙ୍କେଇପୁର ଫାର୍ମ ହାଉସ ଠାରେ। ତାହା ଆଜି ପ୍ରମାଣ କରିଛନ୍ତି ରାଜ୍ୟ ଯୁବ ବିଜେଡିର ସମ୍ପାଦିକା ଲଗ୍ନଦୀପା ମିଶ୍ର ଓ ସମାଜ ସେବି ପ୍ରସନ୍ନ ପାଣି। ମହାରଥୀ ଛାଡି ଯାଇଥିବା ସ୍ମୃତି ସବୁକୁ ଦେଖି ଭାବ ବିହ୍ଵଳ ହେବା ସହ ସେ ଜଣାଇଛନ୍ତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।

ମହାରଥୀଙ୍କ ନୀତି ଆଦର୍ଶ କୁ ମନେପକାଇi ସହ ତାଙ୍କ ବିୟୋଗରେ ମର୍ମାହତ ବୋଲି କୋହଭରା କଣ୍ଠରେ କହିଛନ୍ତି ଲଗ୍ନଦୀପା । ଚାଷୀ ମାନଙ୍କୁ ଭଲ ପାଉଥିବା ମାଟିର ମଣିଷ ଆଜି ମାଟିରେ ମିଶିଯାଇଛନ୍ତି। ତାଙ୍କ ବିୟୋଗରେ ରାଜ୍ୟ ପାଇଁ ଏକ ଅପୁରଣୀୟ କ୍ଷତି ହୋଇଛି। ଚଷା ପୁଅ ସବୁବେଳେ ଚାଷର କଥା କହୁଥିବାରୁ ମହାରଥୀ ଙ୍କୁ ଭଲ ପାଉଥିବା ଚାଷୀ ମାନଙ୍କ ଦ୍ୱାରା ନିଆରା ଢଙ୍ଗରେ ସେ ବସୁଥିବା ସ୍ଥାନରେ ଥିବା ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶେଷରେ ଶୋକ ସନ୍ତପ୍ତ ପରିବାର କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦ୍ଗତି ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପାର୍ଥନା କରିଛନ୍ତି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here