ବିଜେଡି ନେତା ଅରୂପ ପଟ୍ଟନାୟକଙ୍କ ନାଁରେ ଅଭିଯୋଗ

କୋଭିଡ ନିୟମ ପାଳନକୁ ନେଇ ଏବେ ରାଜ୍ୟ ରାଜନୀତି ବେଶ ସରଗରମ ହୋଇଛି। ଏବେ ଗୋଟିଏ ପରେ ଗୋଟିଏ ନେତା କୋଭିଡ ନିୟମ ଉଲଂଘନ କରି ବେସ ଚର୍ଚ୍ଚାରେ ଆସୁଛନ୍ତି । 

ବିଜେଡି ନେତା ଅରୂପ ପଟ୍ଟନାୟକଙ୍କ ନାଁରେ କୋଭିଡ୍ ଗାଇଡ୍ ଲାଇନ୍ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି।  ଅରୂପ ପଟ୍ଟନାୟକଙ୍କ ବିରୋଧରେ ଏତଲା ଦେଇଛନ୍ତି ଇନ୍ଦ୍ରମଣି ରଣସିଂ ନାମକ ଜଣେ ବ୍ୟକ୍ତି।
ଇନ୍ଦ୍ରମଣି ବେଗୁନିଆ ଥାନାରେ ଏତଲା ଦେଇଛନ୍ତି।

ସେ ଅଭିଯୋଗ କରିଛନ୍ତି ଯେ,  ଅରୂପ ଗଡ଼ମାଣିତ୍ରୀ ଗାଁକୁ ଯାଇଥିବା ବେଳେ କୋଭିଡ୍ ନିୟମ ମାନିନଥିଲେ। ମାସ୍କ ପିନ୍ଧି ନଥିବା ଓ ସାମାଜିକ ଦୂରତା ନିୟମ ମାନିନଥିବା ଅଭିଯୋଗ କରିଛନ୍ତି ଇନ୍ଦ୍ରମଣି। ଇନ୍ଦ୍ରମଣି ଗ୍ୟାସ୍ ସିଲିଣ୍ଡର ଫାଟି ଆହତ ଏକ ପରିବାର ସଦସ୍ୟଙ୍କୁ ଭେଟିବାକୁ ଯାଇଥିଲେ। ହେଲେ ଯିବା ସମୟରେ କୋଭିଡ ନିୟମ ମାନି ନ ଥିଲେ। ତେବେ ଏନେଇ ଅରୂପ ପଟ୍ଟନାୟକଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି। 

Edited by

Amartya Anurag

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here