ଦୁଇ ପିଲାଙ୍କ ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଖୁଲଣା ବେହେରା ।

ହଁ ଆଜ୍ଞା ଆମେ ଦେଖାଉଛୁ ଆପଣ ମାନଙ୍କୁ ଏପରି ଏକ ହୃଦୟ ବିଦାରକ ଏବଂ ଦୁଃଖଦ ପୂର୍ଣ୍ଣ କାହାଣୀ ବା ଘଟଣା ଯେ- ଯୋଉ ଦୃଶ୍ୟକୁ ଆପଣମାନେ ଦେଖିଲେ ହୁଏତ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । ଏ ହେଉଛନ୍ତି ଖୁଲଣା ବେହେରା, ପିତା-କେଳୁ ଚରଣ ବେହେରା, ଗ୍ରାମ-ବିଲବଳରିମପୁର ଆଉ ଥାନା ସଦର । ଏ ମହିଳା ଜଣଙ୍କ ବିଚାରୀ ନାହାତି ଗରିବ ଆଉ ଅସହାୟ ଓ ସ୍ୱାମୀ ପରିତିକ୍ତା ମହିଳା । ୟାଙ୍କର ପୁଣି ତିନି ତିନୋଟି କୁନି କୁନି ପିଲା । ସ୍ୱାମୀ ବାହାର କରିଦେବାରୁ ସେବେଠାରୁ ବାପଘରେ ବାପ ମାଙ୍କ ପାଖରେ ରହି ମୁଲପାଇଟି କରି ପେଟ ପୋଷୁଥିଲେ । ହେଲେ ବାପ ‘ମା’ ମରିଯିବା ପରେ ଗାଁ ଗଣ୍ଡାରୁ ମାଗିଯାଚି ଓ ପରଘରେ ଅଇଁଠା ବାସନ ମାଜି ଏବଂ ମୂଲ ମଜୁରୀ ଲାଗି ହାଡଭଂଗା ପରିଶ୍ରମ କରି ଯେଉଁ ଦି ପଇସା ରୋଗଜଗାର କରନ୍ତି । ସେଥିରେ ବିଚରା ପେଟଭୋକ ମୁଣ୍ଡରେ ମାରି ତିନି ତିନୋଟି ଛୁଆଙ୍କୁ ନେଇ ବହୁ ଦୁଃଖ କଷ୍ଟରେ ଭଂଗା ନଡା ଛପର ଘରେ ଚଳୁଛନ୍ତି ବିଚାରୀ ଖୁଲଣା । ଏପର୍ଯ୍ୟନ୍ତ ସରକାରୀ ସାହାଯ୍ୟ ସହାୟତା ତାଙ୍କ ପାଇଁ ପାଲଟି ଯାଇଛି ସାତସପନ । ହେଲେ ବଡ ଦୁଃଖ ଆଉ ବିଡମ୍ବନା ଏବଂ ପରିତାପର ବିଷୟ ଯେ-ସେହି ଗ୍ରାମର ସରପଞ୍ଚଙ୍କ ବଡ ଭାଇ ସୂର୍ଯ୍ୟ କାନ୍ତ ବେହେରା ନାମକ ଜୈନିକ ବ୍ୟକ୍ତି ତୁମର ଇନ୍ଦିରା ଆବାସ ଘର କରାଇଦେବି ଆଉ ସରପଞ୍ଚ ମୋତେ ପଠାଇଛନ୍ତି ୫ହଜାର ଟଙ୍କା ଦେ ଆଉ ଅବଶିଷ୍ଟ ଟଙ୍କା ତୋର ଘର ମିଳିଲେ ଦେବୁ କହି ଖୁଲଣାଙ୍କଠୁ ନଗଦ ୫ହଜାର ଟଙ୍କା ନେଇଥିଲେ । ଟଙ୍କା ନେବାର ଏଥି ମଧ୍ୟରେ ଦୀର୍ଘ ୩/୪ ବର୍ଷ ବିତିଗଲାଣି । ହେଲେ ଘର କାହିଁକି ମିଳୁନି ବୋଲି ଖୁଲଣା ପଚାରିଲେ ଓଲଟି ସରପଞ୍ଚଙ୍କ ଭାଇ ସହିତ ଖୋଦ୍ ସରପଞ୍ଚ କୁଆଡେ ଉଭୟ ମିଶି ଖୁଲଣାକୁ ଅଶୀଳ ଭାଷାରେ ଗାଳିଗୁଲଜ କରିବା ସହିତ ମାଡ ମାରିବାକୁ ମଧ୍ୟ ପଛାଇ ନଥିଲେ । ଟଙ୍କା କି ଘର କଥା କହିଲେ ତୋତେ ଓ ତୋ ପିଲାକୁ ଜୀବନରୁ ମାରି ଫୋପାଡି ଦେବୁ କହି ଧମକ ଦେବାରୁ । ଏହି ଘଟଣାକୁ ନେଇ ଖୁଲଣା ପାଟକୁରା ଥାନାରେ ଦୀର୍ଘ ୨ମାସ ପୂର୍ବରୁ ଏକ ଲିଖିତ ଅଭିଯୋଗ କରିବା ସହିତ ବାରମ୍ବାର ମଧ୍ୟ ଥାନକୁ ଦୌଡି ଦୌଡି ନୟାନ୍ତ ହେବା ସହିତ ଥାନା ଆଇଆଇସି ବା ଥାନା ଅଧିକାରୀଙ୍କୁ ଭେଟି ନେହୁରା ନିମନ୍ତ ବା କାକୁତି ମିନତି ହୋଇ ନିବେଦନ କରିବା ପରେ ମଧ୍ୟ ଖୁଲଣାକୁ ନ୍ୟାୟ ଦେବା ବଦଳରେ କରୋନା ଆଳଦେଖାଇ ଥାନବାବୁ କୁଆଡେ ଖୁଲଣାକୁ ଗାଳିଗୁଲଜ କରି ଥାନାରୁ ବାରମ୍ବାର ତଡିଦେଉ ଥିବା ଏବଂ ସରପଞ୍ଚଙ୍କ ଠାରୁ ଟଙ୍କା ଖାଇ ଖୁଲଣାର କଥାକୁ ଏ ପର୍ଯ୍ୟନ୍ତ କର୍ଣ୍ଣପାତ୍ କରୁନଥିବା କିମ୍ବା ଆସାମୀ ମାନଙ୍କ ବିରୋଦ୍ଧରେ କେସ୍ ରୁଜୁ ନକରି ଅଭିଯୁକ୍ତ ବା ଆସାମୀ ମାନଙ୍କୁ ରାଜନେତାଙ୍କ ଚାପରେ ଗିରଫ ନକରି ଆସାମୀ ମାନଙ୍କୁ ଘଣ୍ଟ ଘୋଡାଇବା ଭଳି ସଂଗୀନ ମୂଳକ ଅଭିଯୋଗ ଆଣି ଶେଷରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ଖୁଲଣା ବେହେରା । ତେବେ ଆସନ୍ତୁ ଶୁଣିବା କଣ କହୁଛନ୍ତି ଏବଂ କିପ୍ରକାର ପ୍ରତିକ୍ରିୟା ଗଣ ମାଧ୍ୟମ ଆଗରେ ରଖୁଛନ୍ତି ଖୁଲଣା ବେହେରା ସିଧାସଳଖ ଯିବା ତାଙ୍କ ମୁହଁରୁ ଶୁଣିବା ।

କେନ୍ଦ୍ରାପଡାରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here