ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଲେ ନନ୍ଦିନୀ ପଣ୍ଡା , ମୃତକ ଅଙ୍ଗନବାଡି କର୍ମୀ ଙ୍କୁ ମିଳିଲା 2 ଲକ୍ଷ ର ସହାୟତା ରାଶି

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲାର ବିଶୋଇ ବ୍ଲକ ଅନ୍ତର୍ଗତ ନଙ୍ଗଳବେଣ୍ଟା ପୋଖରିଆ ପଞ୍ଚାୟତର ଅସନସିକଡ ଗ୍ରାମର ଅଙ୍ଗନୱାଡି କର୍ମୀ ସାବିତ୍ରୀ ମୁଣ୍ଡା(୪୫) ଓ ସ୍ୱାମୀ ସୁକ୍ରା ମୁଣ୍ଡା ଗତ ୨୮ ସେପ୍ଟେମ୍ବରରେ କୌଣସି ଏକ ଅଙ୍ଗନୱାଡି ସଭାରେ ଯୋଗଦେଇ ଫେରିବା ସମୟରେ ସାର୍ଣ୍ଣା ଛକ ନିକଟରେ ଏକ ଟ୍ରକ୍ ଧକ୍କା ଦୁର୍ଘଟଣାରେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ଶୁକ୍ରା ମୁଣ୍ଡାଙ୍କ ସ୍ତ୍ରୀ ସାବିତ୍ରୀ ପରିବାରର ଏକମାତ୍ର ରୋଜଗାରକ୍ଷମ ସ୍ତ୍ରୀ ହୋଇଥିବାରୁ ତାଙ୍କର ୪ ଜଣ ପୁଅଝିଅ ଅସହାୟ ହୋଇପଡିଥିଲେ। ଅସହାୟ ପିଲାମାନେ ଏକା ସାଙ୍ଗରେ ତାଙ୍କ ବାପା ମା ଦ୍ୱୟଙ୍କୁ ହରାଇଥିବାରୁ ସେ ଅତ୍ୟନ୍ତ ଦୁଃଖର ସହ ଜୀବନ ବିତାଉଥିଲେ। ଏହି ଖବର ପାଇ ଶବକୁ ପରିବାର ପାଖରୁ ପହଞ୍ଚାଇବା ଠୁ ନେଇ ସବା ଗୃହ ପର୍ଯ୍ୟନ୍ତ ଏବଂ ଏହା ପରେ ମଧ୍ୟ ତାଙ୍କ ପରିବାରସହ
ଶ୍ରୀମତୀ ପଣ୍ଡା ତାଙ୍କ ସହ ଥିଲେ । ଏହି ଖବର ପାଇଲା ପରେ ଶ୍ରୀମତୀ ପଣ୍ଡା , ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସଙ୍କୁ ଏ ବିଷୟରେ ଅବଗତ କରାଇଥିଲେ । ସଂଗେ ସଂଗେ ଶ୍ରୀଯୁକ୍ତ ଦାସ ତାଙ୍କୁ ସହାୟତା ରାଶି ଘୋଷଣା କରିବା ସହିତ ସେ ପିଲାଙ୍କର ପାଠପଢା ର ଦାୟିତ୍ୱ ବହନ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏହା ସାରା ରାଜ୍ୟ ପାଇଁ ଏକ ଉଦାହରଣ ପାଲଟିଥିଲା କାରଣ ଅଙ୍ଗନବାଡି କର୍ମୀ ଙ୍କୁ ଏପରି ସହାୟତା ଦେବା ରାଜ୍ୟ ରେ ପ୍ରଥମ । ଏଥିପାଇଁ ରାଜ୍ୟ ସଭାନେତ୍ରୀ ନନ୍ଦିନୀ ପଣ୍ଡା ରାଜ୍ୟ ସରକାରଙ୍କୁ ଏବଂ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଙ୍କୁ ଧନ୍ୟବାଦ ଦେବା ସହ, ରାଜ୍ୟର ସମସ୍ତ ଅଙ୍ଗନବାଡି କର୍ମୀ କୃତଜ୍ଞତା ଜ୍ଞାପନ କରିଥିଲେ ଏବଂ ଶ୍ରୀଯୁକ୍ତ ଦାସଙ୍କର ଏପରି ପଦକ୍ଷପ କୁ ସେ ପ୍ରଶଂସା କରିଥିଲେ । ତେବେ ଏ ସମ୍ପର୍କରେ ଜାଣିବା ପରେ ରାଜସ୍ୱ ମନ୍ତ୍ରୀ ସୁଦାମା ମାରାଣ୍ଡି ଉକ୍ତ ୪ ଭାଇ ଭଉଣୀଙ୍କ ଘରକୁ ଯାଇ ସେମାନଙ୍କୁ ସହାୟତା ରାଶି ନିମନ୍ତେ ୨ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିବା ସହ ସାନ୍ତ୍ବନା ଦେଇଥିଲେ। ଏହା ସହ ଉକ୍ତ ୪ ଭାଇ ଭଉଣୀଙ୍କ ପାଠପଢା ଖର୍ଚ୍ଚ ବହନ କରିବା ସହ ଅନ୍ୟାନ୍ୟ ଆବଶ୍ୟକୀୟ ସହାୟତା ଉଚିତ ସମୟରେ ଯୋଗାଇଦେବା ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ମନ୍ତ୍ରୀ ସୁଦାମା ମାରାଣ୍ଡିଙ୍କ ସମେତ ବିଜେଡି ରାଜ୍ୟ ସମ୍ପାଦକ ଡ଼ଃ ଦେବାଶିଷ ମାରାଣ୍ଡି, ବରିଷ୍ଠ ବିଜେଡି ନେତା ରତିକାନ୍ତ ପରିକ୍ଷା, ରାଜ୍ୟ ଯୁବ ବିଜେଡି ସମ୍ପାଦକ ଚକ୍ରଧର ହେମ୍ବ୍ରମ, ମୟୂରଭଞ୍ଜ ସଦର-୨ ଯୁବ ବିଜେଡି ସଭାପତି ଅଭିଷେକ ପଟ୍ଟନାୟକ ଏବଂ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଅଙ୍ଗନୱାଡି ଅଧ୍ୟକ୍ଷା ନନ୍ଦିନୀ ପଣ୍ଡା, ମୟୂରଭଞ୍ଜ ଜିଲ୍ଲା ସଭାନେତ୍ରୀ ସୌଭାଗ୍ୟ ମଞ୍ଜରୀ କରଣ, କୋଷାଧ୍ୟକ୍ଷ ନନ୍ଦିତା ଦତ୍ତ, ଉପସଭାପତି କମଳା ମହାନ୍ତ, ବିଶୋଇ ବ୍ଲକ ସଭାପତି ସଞ୍ଜୁକ୍ତା ସେଠୀ, ବିଜେଡି ସାଧାରଣ ସମ୍ପାଦକ ଖେଲାରାମ ଟୁଡୁ, ସୁଶାନ୍ତ ମହାନ୍ତି ଓ ରାମଲାଲ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here