ଦିନ ଦି ପହରେ ଝାମ୍ପିନେଲେ ଦୁର୍ବୁର୍ତ୍ତ :

ରାଉରକେଲାର ପାଓ୍ବାର ହାଉସ ରୋଡ ସ୍ଥିତ ଓଡିଶା ଫିଲିଙ୍ଗ ସେଣ୍ଟରର ଜନୈକ କର୍ମଚାରୀ ପରମଜୀତ ସିଂ ଆଜି ଉଦିତନଗର ସ୍ଥିତ ଷ୍ଟେଟ ବ୍ୟାଙ୍କରେ ୧. ୯୧ ଲକ୍ଷ ଟଙ୍କା ଜମା କରିବାକୁ ଆସିଥିଲେ । ତେବେ ବ୍ୟାଙ୍କରେ ଭିଡ ଥିବାରୁ ସେ ପ୍ରଥମେ କାନାରା ବ୍ୟାଙ୍କରେ ଚେକ ଡିପୋଜିଟ କରିବାକୁ ଗଲେ । କାନରା ବ୍ୟାଙ୍କ ଆଗରେ ଆକ୍ଟିଭା ଗାଡି ରଖି , ବ୍ୟାଙ୍କ ଭିତରକୁ ଚେକ ଡିପୋଜିଟ କରିବାକୁ ଯାଇଥିଲେ । ସେହି ସମୟରେ କିଛି ଦୁର୍ବୁର୍ତ୍ତ ତାଙ୍କ ଆକ୍ଟିଭା ଡିକି ଭାଙ୍ଗି ଡିକିରେ ଥିବା ୧ . ୯୧ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ । ଖବର ପାଇ ଉଦିତନଗର ପୋଲିଶ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିବା ସହିତ ପରମଜୀତ ସିଂକୁ ଥାନାକୁ ନେଇ ପଚାରା ଉଚରା ଜାରି ରଖିଛି ।


ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here