ଟ୍ରକ ଓ ସ୍କୁଟି ଧକ୍କାରେ ମହିଳାଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାଜରାସ୍ତା ଅବରୋଧ :

ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ କାଲଟା ଛକ ସମ୍ମୁଖସ୍ତ ୨୧୫/ ୫୨୦ ନଂ ଜାତୀୟ ରାଜପଥ ଉପରେ ଏକ ଟ୍ରକ ସ୍କୁଟିକୁ ଧକ୍କା ଦେବାରୁ ଗାଡି ତଳେ ଚାପି ହୋଇ ଜଣକର ମୃତ୍ୟ ହୋଇଛି । ସୂଚନା ମୁତାବକ ଲକ୍ଷ୍ମୀ ପାତ୍ର ବୟସ (୪୦) ସ୍ବାମି ସ୍ଵର୍ଗତ ସମ୍ଭୁ ପାତ୍ର ତୋଡା ବସ୍ତି ର ବେହେରା କ୍ୟାମ୍ପର ବାସିନ୍ଦା ଆଜି ସକାଳେ କୋଇଡା ପଞ୍ଚାୟତର ଉଳାଉଳି ଠାରୁ କୌଣସି ଏକ କାମରେ ତାଙ୍କ ପୁଅ ସହିତ ଏକ ସ୍କୁଟି ଯୋଗେ ତୋଡା ବେହେରା କ୍ୟାମ୍ପ ଯାଇଥିଲେ। ସେଠାରୁ କାମସାରି କୋଇଡା ଓଳାଉଳି କୁ ଫେରୁଥିବା ସମୟରେ କାଲଟା ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଲୁହା ପଥର ବୋଝାଇ ଏକ ଟ୍ରକ ସ୍କୁଟି କୁ ଧକ୍କା ଦେଇଥିଲା, ଫଳରେ ଭାରସାମ୍ୟ ହରାଇ ସ୍କୁଟି ସହ ମା ଏବଂ ପୁଅ ତଳେ ପଡି ଯିବାରୁ ଟ୍ରକ ର ଚକ ଲକ୍ଷ୍ମୀ ମୁଣ୍ଡ ଉପରେ ଚଢି ଯାଇଥିଲା। ଯାହା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଖରାପ ରାସ୍ତା ଯୋଗୁଁ ମରଣ ଯନ୍ତା ପଲଟିଥିବା ୨୧୫/୫୨୦ ଜାତୀୟ ରାଜପଥରେ ବାରମ୍ବାର ଏଭଳି ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଥିବା ଅଭିଯୋଗ କରି ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକେ ଘଟଣାସ୍ଥଳରେ ପହଞ୍ଚି ରାଜ ରାସ୍ତାକୁ ବନ୍ଦ କରିବା ସହିତ ମୃତକ ପରିବାରକୁ କ୍ଷତି ପୂରଣ ଦାବି କରିଛନ୍ତି। ସ୍ଥାନୀୟ ଜନସାଧାରଣଙ୍କ କହିବା ଅନୁଯାୟୀ ପ୍ରଥମେ ମୃତ କ ଙ୍କ ପରିବାରକୁ କ୍ଷତି ପୂରଣ ଯୋଗାଇ ଦେବା ସହ ଜାତୀୟ ରାଜପଥକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ କାର୍ଯ୍ୟରତ କଣ୍ଟ୍ରାକ୍ଟର କୁ ଦାବୀ କରିଛନ୍ତି। ଯେ ପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି ସେ ପର୍ଯ୍ୟନ୍ତ ଶବ ରାଜରାସ୍ତାରୁ ନ ଉଠାଇବାକୁ ଅବରୋଧ କରି ରୋକଠୋକ ମନା କରି ଦେଇଛନ୍ତି। ଘଟଣା ସମ୍ପର୍କରେ ଖବର ପାଇ କୋଇଡା ପୋଲିଶ ଓ କୋଇଡା ତହସିଲଦାର ଦୁର୍ଯ୍ୟୋଧନ ଭୋଇ ଘଟଣା ସ୍ଥଳରେ ପହଞ୍ଚି ଶବ କୁ ଜବତ କରିବା ସହିତ କ୍ଷତିପୂରଣ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେବା ପରେ ଉତ୍ୟକ୍ତ ଲୋକେ ରାଜରାସ୍ତାରୁ ଓହରି ଥିବା ଜଣାପଡିଛି।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here