ଅଵସରପ୍ରାପ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ କିରାନୀ ସମ୍ବର୍ଦ୍ଧିତ ।

କରୋନା ମୁକାବିଲାରେ ଜନଭାଗିଦାରୀ ବଢାଇବା ଏବଂ ସଂକ୍ରମଣକୁ ରୋକିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ ଜନଆନ୍ଦୋଳନର ଶୁଭାରମ୍ଭ କରିଛନ୍ତି।ଏଥିରେ ସାମିଲ ହୋଇ ଓଡିଶାର ଵୀରପୂତ୍ର ଉଜ୍ଵଳାପୁରୁଷ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୀ ଓଡ଼ିଶାର ଗୁରୁଜନ,ଭାଇ ଓ ଭଉଣୀଙ୍କୁ ମାସ୍କକୁ ଠିକ୍ ଭାବରେ ପିନ୍ଧିବା,ସାମାଜିକ ଦୂରତା ବଜାୟ ରଖିବା , ହାତକୁ ସାବୁନ ସାନିଟାଇଜର ବ୍ୟବହାର କରି ସଫା ରଖିବା,କରୋନା ଟିକା ବାହାରିବା ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ କରିବାପାଇଁ ନିବେଦନ କରିଛନ୍ତି।
ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ ଙ୍କ ଏ ବିରାଟ ଜନଭାଗିଦାରୀ ଆନ୍ଦୋଳନ ରେ ସାମିଲ ହେବାକୁ ଦେଇଥିବା ଆହ୍ଵାନ ଓ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୀ କରିଥିବା ନିବେଦନ ରେ ପର୍ଜଙ୍ଗ ନିର୍ବାଚନ ମଣ୍ଡଳୀ, ତୁମୁସିଙ୍ଗା ପଞ୍ଚାୟତ,ତୁମୁସିଙ୍ଗା ଗ୍ରାମ ,ମାଟିଗୋଡା ସାହିର ବିଶିଷ୍ଟ ସମାଜସେଵକ ବୁଦ୍ଧିଜୀବୀ ଅବସରପ୍ରାପ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ କିରାନୀ ଶ୍ରୀଯୁକ୍ତ ଗୋପବନ୍ଧୁ ନାୟକ ଅନୁପ୍ରାଣିତ ହୋଇ କରୋନା ମୁକାବିଲା ରେ ଭାଗିଦାରୀ ବଢ଼ାଇବା ଜନ ଆନ୍ଦୋଳନ ରେ ସାମିଲ ହୋଇ କୋରନା ସଚେତନତା ବାର୍ତ୍ତା ନିଜ ଗାଁ ରେ ନିଜ ଅଞ୍ଚଳ ରେ ପହଞ୍ଚାଇ ସମସ୍ତଙ୍କ ପାଇଁ ଆଦର୍ଶ ସାଜିଛନ୍ତି ,ଏହି ଅବସରରେ
ଵିଜେପି ନମୋ ଇଣ୍ଡିଆ ୨୦୨୪ ମିଶନ ଓଡିଶା ଓ ରାଷ୍ଟ୍ରୀୟ ଗୋ ସୁରକ୍ଷା ବାହିନୀ ସେବା ସଂଘ ଢେଙ୍କାନାଳ ଜିଲ୍ଲା ସଭାପତି ଇଞ୍ଜିନିୟର ହିମାଦ୍ରି ଦାସ ଓ ଜିଲ୍ଲା ସାଧାରଣ ସମ୍ପାଦକ ଗଣେଶ ମହାକୁଡ ଦୁଇ ନେତା ଉଭୟ ଶ୍ରୀଯୁକ୍ତ ଗୋପବନ୍ଧୁ ନାୟକଙ୍କ ତୁମୁସିଙ୍ଗା ଗ୍ରାମ,ମାଟିଆଗୋଡା ସାହି ସ୍ଥିତ ବାସଭବନ ରେ ପହଞ୍ଚି ଆଦର୍ଶ ଓ ପ୍ରେରଣାର ପ୍ରତୀକ ଗୋପବନ୍ଧୁ ନାୟକ ମହୋଦୟ ଙ୍କୁ କୋଟି କୋଟି ପ୍ରଣାମ ଜଣାଇ ତାଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରି ଉତ୍ତରୀୟ ଉପୋଢୋକଣ ଦେଇ ସମ୍ବର୍ଦ୍ଧିତ କରିଛନ୍ତି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here