କେନ୍ଦ୍ରାପଡାର ଲୋକପ୍ରିୟ ଜିଲ୍ଳାପାଳ ଶ୍ରୀଯୁକ୍ତ ସମର୍ଥ ବର୍ମାଙ୍କୁ କରୋନା ଯୋଦ୍ଧାଭାବେ ସମ୍ବର୍ଦ୍ଧିତ

ଆଜି କେନ୍ଦ୍ରାପଡା ଜିଲ୍ଲାର ରାଜନଗର ନିର୍ବାଚନ ମଣ୍ଡଳୀର ମହିଁଷାସୁର ଗ୍ରାମ ପଞ୍ଚାୟତର ପଞ୍ଚାୟତ ସମିତି ସଭ୍ୟ ଏବଂ ଯୁବ ଜନତା ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ରାଉତ ମାନନୀୟ ଜିଲ୍ଲାପାଳ ଶ୍ରୀଯୁକ୍ତ ସମର୍ଥ ବର୍ମାଙ୍କୁ ତାଙ୍କ ଗରାପୁର ସ୍ଥିତ ଆବାସିକ କାର୍ଯ୍ୟାଳୟ ଠାରେ ଅପରାହ୍ନ ସମୟରେ ଭେଟି ପୁଷ୍ପଗୁଚ୍ଛ ସହିତ ଉତ୍ତରୀୟ ଏବଂ ଏକ ପୁଷ୍ପ ବୃକ୍ଷ ମଧ୍ୟଦେଇ ସମ୍ବର୍ଦ୍ଧିତ କରିଛନ୍ତି । ସମଗ୍ର ବିଶ୍ବରେ ଯେଭଳି ଭାବରେ କରୋନା ଭଳି ଏକ ମହାମାରୀ ରୋଗ ଦିନକୁ ଦିନ ତାରା କାୟା ବିସ୍ତାର କରି ଚାଲିଛି ଓ ପୋକ ମାଛି ଭଳି ହଜାର ହଜାର, ଲକ୍ଷ ଲକ୍ଷ ଲୋକ ମରିବାକୁ ଲାଗିଛନ୍ତି ଓ ଦେଶ ଏବଂ ରାଜ୍ୟ ବାସୀଙ୍କୁ ବିପଦ ମୁହଁକୁ ଠେଲିହୋଇ ଯିବାଭଳି ପରିସ୍ଥିତି ସୃଷ୍ଟି ହେବା ସହିତ । ଯେଭଳି ଦେଶବାସୀ ଏଭଳି ସଂକଟ ମୟ ପରିସ୍ଥିତି ଓ ସମୟ ଦେଇ ଗତି କରୁଛନ୍ତି । ଏହାସବୁ ଜାଣିବା ସତ୍ୱେ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ ନିଜର କର୍ତ୍ତବ୍ୟକୁ ବ୍ରତବୋଲି ଭାବି କେନ୍ଦ୍ରାପଡା ଜିଲ୍ଲାର ଲୋକପ୍ରିୟ ଜିଲ୍ଳାପାଳ ଦିନରାତି ଏକାକାର ବା ଏକଖଣ୍ଡ କରି ଜିଲ୍ଲାବାସୀଙ୍କୁ ଅତି ନିଷ୍ଟାର ସହିତ ସେବା ଯୋଗାଇ ଆସୁଛନ୍ତି ଏବଂ ପ୍ରତିଟି ମୁହୂର୍ତ୍ତରେ ଲୋକ ବା ଜିଲ୍ଲାବାସୀଙ୍କ ପାଇଁ କିଛି ଗୋଟେ ନୂର୍ତନ ଭାବେ କରିବାର ଆଶା ବା ସୋପ୍ନ ଦେଖୁଥିବା ସେହି ମହାନ ବ୍ୟକ୍ତିତ୍ୱର ଅଧିକାରୀ ବା ଜଣେ କର୍ତ୍ତବ୍ୟ ନିଷ୍ଠା ଅଫିସରଙ୍କୁ ଶ୍ରଦ୍ଧା ଓ ସମ୍ମାନ ସ୍ୱରୂପ ତାଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରା ଯାଇଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି । ତେବେ ଆସନ୍ତୁ ଶୁଣିବା ମାନନୀୟ ଜିଲ୍ଲାପାଳ ଶ୍ରୀଯୁକ୍ତ ବର୍ମାଙ୍କ ଉଦ୍ଧେଶ୍ୟରେ ଗଣମାଧ୍ୟମ ଆଗରେ କଣ ଦୁଇଧାଡିରେ କହୁଛନ୍ତି ସମ୍ବର୍ଦ୍ଧନା କାରୀ ଏବଂ ତାଙ୍କ ସାଥୀମାନେ । ତେବେ ଚାଲନ୍ତୁ ନା ସିଧାସଳଖ ଯିବା ଆଉ ସମାନଙ୍କୁ ଭେଟିବା ସହିତ ସେମାନଙ୍କ ମୁହଁରୁ ଶୁଣିବା କଣ କହୁଛନ୍ତି ସେମାନେ ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here