ହାଇଟେକ କୋଭିଡ ହସ୍ପିଟାଲ ରାଉରକେଲାରେ ଘୋର ଅବ୍ୟବସ୍ଥା ଅଭିଯୋଗ :

ସହରର ହାଇଟେକ କୋଭିଡ ହସ୍ପିଟାଲ୍ ରେ କରୋନା ଯୋଧାଙ୍କୁ ଅଣଦେଖା ଅଭିଯୋଗ କରିଛନ୍ତି ଲୋକେ। ହାଇଟେକ କୋଭିଡ ହସ୍ପିଟାଲ୍ ରେ କାର୍ଯ୍ୟରତ ଥିବା କରୋନା ଯୋଦ୍ଧା ମାନଙ୍କୁ ଅଣ ଦେଖା କରି ପିପିଇ କିଟ ଏବଂ ମାସ୍କ ନ ମିଳିବାର ଅଭିଯୋଗ ହୋଇଛି। ଗତ କାଲି ରାତିରେ ଏକ କରୋନା ଯୋଦ୍ଧାଙ୍କ ମୂତ୍ୟୁ ଘଟିଛି। ମୃତକଙ୍କ କିଛି ଦିନ ହେବ  ଦେହ ଅସୁସ୍ଥ ଥିବା ବେଳେ ତାଙ୍କୁ  ଅଣ ଦେଖା କରିଥିଲେ । ହାଇଟେକ ହସ୍ପିଟାଲରୁ ତାଙ୍କୁ ଗତ କାଲି ରାତିରେ ଆମ୍ବୁଲାନ୍ସରେ ଯୋଗେ ଭୁବନେଶ୍ୱର ନିଆଗଲା। ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି । କିନ୍ତୁ ସେଠି ମୃତ ହେଇଥିବା ଶବକୁ କରୋନା ପଜିଟିଭ ବୋଲି ହସ୍ପିଟାଲ କର୍ତୁପକ୍ଷ ସୂଚନା ଦେଇଥିଲେ। ଆଜି ହାଇଟେକ ହସ୍ପିଟାଲ୍ ରେ କରୋନା ଯୋଦ୍ଧା ଭାବେ କାର୍ଯ୍ୟ କରୁଥିବା  କର୍ମଚାରୀ ମାନେ ହସ୍ପିଟାଲ୍ ସମ୍ମୁଖରେ ଧାରଣା ଦେଇଥିଲେ । ସେମାନଙ୍କୁ ସରକାରୀ ନିୟମ ଅନୁଯାୟୀ ଯାହା କରୋନାର ନିୟମା ବଳି ରହିଛି ସେ ସବୁ ସୁବିଧା ପ୍ରଦାନ କରାଯାଉ। ଏହା ସହ ସେମାନଙ୍କ ଦରମା ଏବଂ କରୋନାର ସବୁ ସୁବିଧା ଦେବା  ପାଇଁ ଦାବୀ କରିଥିଲେ । ମୃତ୍ୟୁ ବରଣ କରିଥିବା ପ୍ରମିଳା କିସାନଙ୍କ ପରିବାର ଲୋକଙ୍କୁ କରୋନା ନିୟମ ଅନୁଯାୟୀ ୫୦ ଲକ୍ଷ ଟଙ୍କା କ୍ଷତି ପୁରଣ ଦିଆଯାଉ ବୋଲି ଆନ୍ଦୋଳନ କରିଥିଲେ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here