ପଶ୍ଚିମ ଓଡିଶାର ବ୍ୟୟବହୁଳ ଡାକ୍ତର ଖାନା : ଜେପି ହସ୍ପିଟାଲ

କରୋନା ମହାମାରୀ ସମୟରେ ସରକାରୀ ସହାୟତା ଥିବା ସତ୍ୱେ ଚିକିତ୍ସା ଧୀନ ରୋଗୀ ଡାକ୍ତରଖାନା ର ବ୍ୟୟକୁ ନେଇ ହନ୍ତସନ୍ତ ହେଉଛନ୍ତି । ଡାକ୍ତରଖାନାରେ ସରକାରୀ ସହାୟତା ଏବଂ ଅଦେଶ କୁ ଖୋଲାଖୋଲି ଭାବେ ବେଖାତିର କରୁଛନ୍ତି । କରୋନା ରୋଗୀ ମାନଙ୍କ ଠାରୁ ପ୍ରଚୁର ପରିମାଣରେ ଅର୍ଥ ନେଇ ମଧ୍ୟ ରୋଗୀ ସେବା ଠିକ ଭାବେ ହେଉ ନାହିଁ  , ଯାହା କିଛି ଦିନ ମଧ୍ୟରେ ଏହା ଘୋର ଅଭିଯୋଗ ହୋଇଆସୁଛି  । ରାଜଗାଙ୍ଗପୁରର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ମଙ୍ଗଳା କିଷାନ ଓ ସୁନ୍ଦରଗଡର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଯୋଗେସ ସିଂ ଙ୍କର ନିର୍ଦ୍ଦେଶରେ ବିଜୁ ଜନତା ଦଳର ଏକ ପ୍ରତିନିଧି ଜିଲ୍ଲାର ଜିଲ୍ଲାପାଳ ଓ ସିଡିଏମଓଙ୍କ ସହ ଆଲୋଚନା କରିଥିଲେ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କର ସରକାର ବେସରକାରୀ ହସ୍ପିଟାଲ ଗୁଡିକ ପାଇଁ ନିର୍ଦ୍ଦିଷ୍ଟ ମୂଲ୍ୟସୂଚୀ ପ୍ରଦାନ କରିଛନ୍ତି । କିନ୍ତୁ ରାଉରକେଲା ସହରର ଜେପି ହସ୍ପିଟାଲ ଏହାକୁ ଖୋଲାଖୋଲି ଭାବେ ଉଲଘଂନ କରୁଛନ୍ତି । ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି କିଛି ଶୁଣୁନାହାନ୍ତି । ଏଥିପାଇଁ ଆଜି ଜିଲ୍ଲାର ଜିଲ୍ଲାପାଳ ଶ୍ରୀ ନିଖିଳ ପବନ କଲ୍ୟାଣଙ୍କ ସହ ଆଲୋଚନା କରି ଜେପି ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରିଥିଲେ  । ଜିଲ୍ଲାର ଜିଲ୍ଲାପାଳ ଏହାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here