ପୌରପାଳିକାର ଖାମଖିଆଲି କାର୍ଯ୍ୟ ଯୋଗୁଁ ଅସୁରକ୍ଷିତ ଜୀବଜନ୍ତୁଙ୍କ ଜୀବନ :

ସୁନ୍ଦରଗଡ ଜିଲ୍ଲାର ରାଜଗାଙ୍ଗପୁର ସହରରେ ଦେଖିବାକୁ ମିଳିଛି ଏମିତି ଏକ ଦୃଶ୍ୟ ଯାହାକୁ ଦେଖିଲେ ଏ ସଭ୍ୟ ସମାଜ ଆଉ ସରକାରୀ ନିୟମ ନୀତି ଉପରେ ଘୃଣା ଆସିବ।ସ୍ୱଚ୍ଛତା ଅଭିଯାନ ସ୍ୱଚ୍ଛ ଭାରତ ଅଭିଯାନ ଭଳି ସ୍ଲୋଗାନ ଗୁଡିକ ମଧ୍ୟ୍ୟ ଅଛି ଏବଂ ଯୋଜନା ମଧ୍ୟ୍ୟ ଅଛି  ହେଲେ ଏହି ସହରର ପୌରପାଳିକାର ସମସ୍ତ ୱାର୍ଡ ଗୁଡ଼ିକୁ ସ୍ୱଚ୍ଛ ରଖିବା ପାଇଁ ସହରଠାରୁ ଦୂରରେ ବର୍ଜ୍ୟବସ୍ତୁ ନିଷ୍କାସନ ପାଇଁ ଲିପଲୋଇ ଠାରେ ବ୍ୟବସ୍ଥା କରାଯାଇଛି  କିନ୍ତୁ ବର୍ଜ୍ୟବସ୍ତୁ ଗୁଡିକ ନିର୍ଦ୍ଦିଷ୍ଟ  ସ୍ଥାନ ଭିତରେନ ପଡି ବାହାରେ ପଡି ରହିଛି।ପୌରପାଳିକା ତରଫରୁ ଏହି ବର୍ଜ୍ୟବସ୍ତୁ କୁ ଗାଡ଼ିରେ ନେଇ ପକେଇ ଦିଆଯାଉଛି।ସେହି ବସ୍ତୁଗୁଡିକୁ  ନିଆଁ ଲଗେଇ ଜଳେଇ ଦିଆଯାଉଛି।ସେହି ନିଆଁ ପାଖରେ ବୁଲା ଗୋରୁ ଗାଈ ଖାଦ୍ୟ ଖାଉଥିବାର ନଜରକୁ ଆସିଛି।

ଜୀବଜନ୍ତୁ ମାନେ ଖାଦ୍ୟ ଅନ୍ୱେଷଣ ରେ ଏଣେତେଣେ ବୁଲୁଥାନ୍ତି।ଏହି ଭଳି ଭାବରେ ବୁଲା ଜୀବଜନ୍ତୁ ଙ୍କ ଜୀବନ ମଧ୍ୟ ଅସୁରକ୍ଷିତ ବୋଲି ଜଣାପଡୁଛି ଏହି ବୁଲାଗାଈ ଗାରୁ ମାନେ ଅସୁରକ୍ଷିତ ରହିବା ସତ୍ବେ ଜନଜୀବନ କୁମଧ୍ୟ୍ୟ ଅଡୁଆରେ ପକାଉଛନ୍ତି ରାସ୍ତା ଉପରେ ବୁଲା ଗାଈ ଗୋରୁ ସଦାବେଳେ ଦେଖିବାକୁ ମଧ୍ୟ୍ୟ ମିଳୁଛି  । ବିଶେଷ କରି ରାତ୍ରକାଳୀନ ସମୟରେ ରାସ୍ତା ଗୁଡିକୁ ଅବରୋଧ କରି ସୋଇ ଥିବାରୁ ଲିପଲୋଈ ଛକ ଠାରୁ ପୋଲ ପର୍ଯନ୍ତ ଅନ୍ଧାର ମଧ୍ୟ୍ୟ ରହୁଛି ଫଳରେ ସମୟ ସମୟରେ ଦୃର୍ଘଟଣା ମଧ୍ୟ୍ୟ ଘଟୁଥିବାର ଦେଖିବାକୁ ମିଳିଥାଏ । ଏଭଳି ସାମୟରେ ସହରକୁ ସ୍ୱଚ୍ଛ ରଖିବା ସହିତ ଜୀବଜନ୍ତୁ ଙ୍କୁ ସୁରକ୍ଷା ଦେବା ପୌରପାଳିକାର ମୌଳିକ କର୍ତ୍ତବ୍ୟ।ଏହି ପରିପେକ୍ଷିରେ  ପ୍ରଶାସନର ନୀରବତା ସହରବାସୀ ଙ୍କୁ ଚକିତ କରୁଛି।ଏହି ସମସ୍ୟା କୁ ଦୂର କରିବା ପାଇଁ କି ପଦକ୍ଷେପ ନେବ ପୌରପାଳିକା ଦେଖିବାକୁ ବାକି ରହିଲା।

ସୁନ୍ଦରଗଡ଼ ରୁ ବ୍ୟୂରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here