ବିଶ୍ୱ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳନ :

ଜିଲ୍ଲା ସ୍ୱାସ୍ଥ୍ୟ ଵିଭାଗ ତରଫରୁ ଜିଲ୍ଳା ଚିକିତ୍ସାଳୟ ଠାରେ ବିଶ୍ୱ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳନ ଅବସରରେ ଏକ ମାନସିକ ସ୍ୱାସ୍ଥ୍ୟ ସଚେତନତା ରଥ , ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜଣ ସ୍ୱାସ୍ଥ୍ୟ ଅଧିକାରୀଙ୍କ କର କମଳରେ ସବୁଜ ପତାକା ଦେଖାଇ ଉଦ୍ଘାଟିତ ହୋଇ ଯାଇଛି । ମାନସିକ ସ୍ୱାସ୍ଥ୍ୟ ସଚେତନତା ନିମନ୍ତେ ଏହି ମାନସିକ ସ୍ୱାସ୍ଥ୍ୟ ସଚେତନତା ରଥ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ଶୁଭ ଯାତ୍ରା ଆରମ୍ଭ କରି ସପ୍ତାହ ବ୍ୟାପି ସୁନ୍ଦରଗଡ ଏବଂ ସୁନ୍ଦରଗଡ ର ସମସ୍ତ ବ୍ଲକ କୁ ଭ୍ରମଣ କରି ମାନସିକ ସ୍ୱାସ୍ଥ୍ୟ ନିମନ୍ତେ ସଚେତନତା ସୃଷ୍ଟି କରିବା ସହ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ମିଳୁଥିବା ସ୍ୱାସ୍ଥ୍ୟସେବା ସମ୍ପର୍କରେ ଅବଗତ କରାଇବ । ଏହା ସହ ଅନ୍ୟ ଏକ ଭ୍ରାମ୍ୟମାଣ ଟିମ ସମସ୍ତ ଜିଲ୍ଲା ଓ ତାଲୁକ ଗସ୍ତକରି ମାନସିକ ବ୍ୟାଧିଥିବା ଲୋକ ମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ସହ ଏହି କରୋନା ମହାମାରୀ ସମୟରେ ଜନ ସାଧାରଣଙ୍କ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନିମନ୍ତେ ସଚେତନ କରାଇବେ ।

ତେଣୁ ଲୋକମାନେ ଏହି ଭ୍ରାମ୍ୟମାଣ ଟିମ ର ଗସ୍ଥ ସମୟରେ ତାଙ୍କର ମାନସିକ ସ୍ୱାସ୍ଥ୍ୟ ସେବା ପାଇଁ ଟିମରେ ଉପସ୍ଥିତ ଥିବା ମାନସିକ ସ୍ୱାସ୍ଥ୍ୟ ପରାମର୍ଶଦାତା ଓ ସ୍ୱାସ୍ଥ୍ୟ କର୍ମୀଙ୍କ ସହ ଯୋଗାଯୋଗ (ଓପିଡି ୪/ଫୋନ ୦୬୬୨୨-୨୭୨୨୫୦ / ୭୬୫୫୦୫୧୪୦୩ / ୭୬୫୫୦୫୧୪୦୪ / ୯୭୦୯୦୭୮୮୮୧) କରି ମାଗଣା ପରାମର୍ଶ ସେବା ଓ ମାଗଣା ଆବଶ୍ୟକୀୟ ଔଷଧ ସେବାର ଲାଭ ଉଠାଇବା ପାଇଁ ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼. ସରୋଜ କୁମାର ମିଶ୍ର ଅନୁରୋଧ କରିଛନ୍ତି। ଯାହା ଫଳରେ ଆଜି ଦିବସର ମୁଖ୍ୟ ବାର୍ତ୍ତା ” ମାନସିକ ସ୍ୱାସ୍ଥ୍ୟ ପାଇଁ ପଦକ୍ଷେପ: ଆସନ୍ତୁ ବିନିଯୋଗ କରିବା ” ର ସଫଳ ରୂପାୟନ ହୋଇପାରିବ । ଅନ୍ୟ ମାନଙ୍କ ମଧ୍ୟରେ ଡିଏମଓ (ଏମଏସ) କମ ସୁପରିଟେଣ୍ଡେଣ୍ଟ ଡ଼: ପୁର୍ଣଚନ୍ଦ୍ର ସାହୁ, ଡ଼. କାହ୍ନୁଚରଣ ନାଏକ, ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପ୍ରବନ୍ଧକ ଦୀପକ କୁମାର ମହାନ୍ତି, ଡିପିଏଚସିଓ ମହେନ୍ଦ୍ର ବାଗ, ଏଡିପିଏଚସିଓ ମ୍ୟାନେଜର ପ୍ରଶାନ୍ତ ପରିଜା, ଏଫଏଲସି ଏନସିଡି ହିରଲାଲ ସାହୁ, ପିଡବ୍ଲୁଏସ କୁମାରୀ ଅଞ୍ଜଳି, ସିଆରଏ ଶ୍ରୀକାନ୍ତ କୁମାର ନାଏକ, ସିଏନ ଅଞ୍ଜନ କୁମାର ପଟେଲ ଏବଂ ଅନ୍ୟାନ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ପରିଚାଳନା କରିଥିଲେ ।

ସୁନ୍ଦରଗଡ଼ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here