ବାବା ତାଲାବ ସଫେଇ କାର୍ଯ୍ୟରେ ପୌରପାଳିକାର ନାହିଁ ନିଘା :

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ର ସୋନ୍ଦର୍ଯ୍ୟ କରଣ ପାଇଁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ ହେଉଥିଲେ ସୁଦ୍ଧା ଏହାକୁ ସଫା ସୁତୁରା ରଖିବାର ପୌରପାଳିକାର ଦାଇତ୍ୱ ଥିଲେ ମଧ୍ୟ ପୌରପାଳିକା କାର୍ଯ୍ୟରେ ଅବହେଳା କରୁଥିବା ଦେଖିବାକୁ ମିଳୁଛି । ରାଜଗାଙ୍ଗପୁର ସହରର  ମଧ୍ୟ୍ୟ ଭାଗରେ ୱାର୍ଡ ନମ୍ବର(୧)ରେ ରହିଥିବା ଏକ ପୁରାତନ ପୋଖରୀ ଯାହାକି ବାବା ତାଲାବ ନାମରେ ପ୍ରସିଦ୍ଧ । ଏହାର ପୁନରୁଦ୍ଧାର କରିବାର ଆବଶ୍ୟକ ରହିଛି ! ଏହାକୁ ଗତ କିଛି ବର୍ଷ ତଳେ ସୌନ୍ଦର୍ଯ୍ୟକରଣ କରାଯାଇଥିବା ବେଳେ ବର୍ତ୍ତମାନ ଏହାର ସଫେଇ କାର୍ଯ୍ୟରେ ପୌର ପାଳିକାର ନାହିଁ ନିଘା !ପ୍ରତେକବର୍ଷ ଏହାକୁ ସଫାସୁତୁରା କରାଯାଉଥିବା ବେଳେ ଏଥିରେ କୌଣସି ଵସ୍ତୁ ବିସର୍ଜନ ପାଇଁ ବର୍ଜିତ କରାଯାଇଛି । କିନ୍ତୁ ବର୍ତ୍ତମାନ ଏହି ପୋଖରୀରେ ଅଳିଆ ଆବର୍ଜନା ପଡ଼ିଥିବା ବେଳେ ସ୍ଥାନେ ସ୍ଥାନେ  ଘାସ ମଧ୍ୟ ରହିଛି !ଆଖ ପାଖରେ ମଧ୍ୟ ଅଳିଆ ଆବର୍ଜନା ପାଣିରେ ଭାସୁ ଥିବା ଦେଖିବାକୁ ମିଳୁଛି !ହେଲେ ସହରର ପୌରପାଳିକାର ନାହିଁ ନଜର !ଆଗକୁ ଛଟ ପୂଜା  ଆସୁଛି ଯାହାକି ଏକ ପୂର୍ବ ଭାରତୀୟ (ବିହା )ର ଏକ ବଡ଼ପର୍ବ ଏଥିରେ ସୁର୍ଯ୍ୟ ଦେବଙ୍କୁ ପୂଜାର୍ଚନା କରାଯାଇଥାଏ  । ରାଜଗାଙ୍ଗପୁର ରେ ମଧ୍ୟ୍ୟ ଆଡମ୍ବର ସହିତ ପାଳନ କରାଯାଇଥାଏ । ଏହି ସମୟ ରେ ପୋଖରୀର ଗୋଟିଏ ଭାଗ ଭୁଶୁଡି ଯାଇଥିବାର ଏକ ମାସ ପୂରିଯାଇଥିଲେ ମଧ୍ୟ୍ୟ ପୌରପରିଷଦ ର ନିଦ୍ରା ଭାଗୁନାହିଁ । ଏ ଦୁର୍ଦ୍ଦଶା ଦେଖି ସାଧାରଣ ରେ ଚର୍ଚ୍ଚା ହେଉଛି । କିନ୍ତୁ ବର୍ତ୍ତମାନ ଏହାର ସଫେଇ କାର୍ଯ୍ୟ ଓ ମରାମତି କୁ  ରାଜଗାଙ୍ଗପୁର ସହରର ପୌରପାଳିକା ଅବହେଳା କରୁଥିବାର ଜଣା ପଡିଛି !ସରକାର ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ସୌନ୍ଦର୍ଯ୍ୟକରଣ ଓ ପୁନରୁଦ୍ଧାରରେ ଖର୍ଚ୍ଚ କରୁଥିବା ବେଳେ ସହରର ପୌରପାଳିକା ଏହାଉପରେ  କୌଣସି କାର୍ଯ୍ୟ ଗ୍ରହଣ ନକରି ନଜର ବନ୍ଦ କରି ବସି ରହିଛି !ଏ ବିଷୟ ବର୍ତ୍ତମାନ ଜନ ମହଲ ରେ ଘୋର ଚର୍ଚ୍ଚାର ବିଷୟ ପାଲଟିଛି !

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here