କାକଟପୁରରେ ବିଜେପିର ମିଶ୍ରଣ ପର୍ବ I

କାକଟପୁର ବିଜେପି ନେତା ରବି ମଲ୍ଲିକଙ୍କ ଅଧ୍ୟକ୍ଷତାରେ କାକଟପୁର ବ୍ଲକ ଜଳେଶ୍ବରପଡା ପଞ୍ଚାୟତ ର ଶତାଧିକ ବିଜେଡି କର୍ମୀ ବିଧିବଦ୍ଧ ଭାବେ ଭାରତୀୟ ଜନତାଙ୍କ ପାର୍ଟି ରେ ଯୋଗଦାନ କରିଛନ୍ତି l ଦୀର୍ଘଦିନ ଧରି ବିଜୁ ଜନତା ଦଳ ଶାସନ ରେ ଦୁର୍ନୀତି ଅନେକ ମାତ୍ରାରେ ବୃଦ୍ଧି ପାଇଛି ଓ ଲୋକମାନେ  ସାଧାରଣ ସୁବିଧା ଯେପରିକି ପ୍ରଧାନମନ୍ତ୍ରୀ ଆବାସ  ଯୋଜନା, ବିଜୁ ପକ୍କାଘର, ରାସନ କାର୍ଡ ଓ ବାର୍ଦ୍ଧକ୍ୟ ଭତ୍ତା ଇତ୍ୟାଦି ପାଇପାରୁ ନାହାନ୍ତି l ବିଜେଡ଼ି ଶାସନରେ ଶାସକ ଦଳର ନେତମାନେ ଜନସାଧାରଣଙ୍କ ପାଇଁ  ଥିବା ସବୁ ସୁବିଧା ସୁଯୋଗ ହଡପ କରିବାରେ ଲାଗିପଡ଼ିଥିବାବେଳେ ଗରିବ ଖଟିଖିଆଙ୍କ ପାଖରେ ସରକାରୀ  ଯୋଜନା ପହଂଚି ପାରୁନାହିଁ l ଏହିସବୁ କାରଣରୁ ବିଜେଡ଼ି ଦଳ ଛାଡି ଜନପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜଳେଶ୍ବରପଡା ପଂଚାୟତ ର ବିଜେଡି କର୍ମୀମାନେ ବିଜେପି ରେ ଯୋଗ ଦେଇଛନ୍ତି ବୋଲି 7ନମ୍ବର ଜୋନ ର ମଣ୍ଡଳ ସଭାପତି ଉପେନ୍ଦ୍ର ସୁବୁଦ୍ଧି ପ୍ରକାଶ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ଯୁବ ସଂଗଠକ ମଙ୍ଗଳା ପ୍ରସାଦ ପରିଡାଙ୍କୁ ସର୍ବସମ୍ମତି କ୍ରମେ ପଞ୍ଚାୟତ ସଭାପତି ଦାୟିତ୍ୱ ଅର୍ପଣ କରାଯାଇଛି l କାର୍ଯ୍ୟକ୍ରମରେ ବିଜେପି ନେତା ସରୋଜ ମିଶ୍ର, ଅଭୟ ରାଉତ, ଦିଲ୍ଲୀପ ନାୟକ, ସନ୍ତୋଷ ସାମନ୍ତରାୟ, ରଂଜିତ ରାଉତରାୟ ଓ ସୁଦାମ ପରିଡା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here