ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାଳୟ ସିଲ ହେବ : ବିଏମସି।

ଭୁବନେଶ୍ବର : ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପାଇଁ ବଢିଛି ଏବେ ଅଡୁଆ। ନିଜ ଜନ୍ମ ଦିନ ପାର୍ଟି ରେ କୋଭିଡ ନିୟମ ଉଲଂଘନ କରି ନାଚ ଗୀତ କରୁଥିବାର ଏକ ଭିଡିଓ ଭାଇରାଲ ହୋଇଛି। ତାଙ୍କ ଭୁବନେଶ୍ଵର ସ୍ଥିତ କାର୍ଯ୍ୟାଳୟ ୧୫ ଦିନ ପାଇଁ ସିଲ ହୋଇପାରେ ବୋଲି ବିଏମସି ପକ୍ଷରୁ ସୂଚନା ମିଳିଛି ଏବଂ ଏଥିପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ବିଏମସି। ବାରମ୍ବାର ଭାବେ କୋଭିଡ ନିୟମ ଉଲଂଘନ କରୁଥିବା ଅଭିଯୋଗ ଆସୁଛି। ଜନ୍ମ ଦିନ ପାର୍ଟି ରେ ନାଚ ଗୀତର ଆସର ଜମେଇଥିବା ଅଭିଯୋଗ ଆଣିଛନ୍ତି ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ଏ ନେଇ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ପାଖକୁ ଚିଠି ଲେଖି ଜଣାଇଛନ୍ତି। ଜଣେ ବିଜେପି ମୁଖପାତ୍ର ଭାବେ ଅପରାଜିତା ଷଡଙ୍ଗୀଙ୍କୁ କେନ୍ଦ୍ର ମନୋନିତ କରିଥିବା ବେଳେ ତାଙ୍କର କୋଭିଡ ଉଲଂଘନ କାର୍ଯ୍ୟ କେତେ ଗ୍ରହଣୀୟ ସେ ନେଇ ପ୍ରଶ୍ନ କରିଛନ୍ତି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସେ ଉକ୍ତ ଚିଠି ମାଧ୍ୟମରେ ଜଣାଇଛନ୍ତି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here