ଜୋତାପିନ୍ଧି ଜଗନ୍ନାଥଙ୍କୁ ପୂଜାକଲେ HDFC ର ଅଧିକାରୀ

ପୁରୀ ଖବର :- ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଖାଲି ଓଡିଶା ନୁହେଁ କି ଭାରତ ନୁହେଁ ସମଗ୍ର ବିଶ୍ବର ଆରାଧ୍ୟ ଦେବତା କହିଲେ ମଧ୍ୟ ଅତୁକ୍ତି ହେବନି । କିନ୍ତୁ ବଡ ଦୁଃଖ ଆଉ ପରିତାପର ବିଷୟ ହେଉଛି ଯେ-HDFC ଭଳି ଏକ ଘରୋଇ ବ୍ଯାଙ୍କର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ନିଜର କାଣ୍ଡ ଜ୍ଞାନ ଭୂଲି ମହା ପ୍ରଭୁ ଜଗନ୍ନାଥଙ୍କ ନିକଟରେ ନିଜ ପାଦରୁ ଯୋତା ନଓହ୍ଲାଇ ଗୋଡରେ ଯୋତା ପିନ୍ଧି କିଭଳି ହିନ୍ଦୁ ଜାତି ଓ ଧର୍ମର ମୂଖ୍ୟ ଦେବତାଙ୍କ ଦୀପ ଲଗାଇବା ଦୃଶ୍ୟ ଭାଇରାଲ୍ ହେବାରେ ଲାଗିଛି । ଯାହାକୁ ନେଇ ଜଗନ୍ନାଥ ସଂସ୍କୃତି ଓ ଜଗନ୍ନାଥ ପ୍ରେମୀ ବା ଭକ୍ତ ମାନଙ୍କ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହିତ ଏପରି ଏଚଡିଏଫସି ଘରୋଇ ବ୍ୟାଙ୍କର ଅଧିକାରୀଙ୍କ ନିନ୍ଦନୀୟ ଅଟେ ବୋଲି ମୂଖ୍ୟ ଆଲୋଚ୍ୟର କାର୍ଯ୍ୟବଳୀ ଓ ନିଜର କାଣ୍ଡ ଜ୍ଞାନ ଭୂଲି ଜୋତା ପିନ୍ଧି କିଭଳି ମହାପ୍ରଭୁଙ୍କୁ  ଦୀପ ଲଗାଇବା ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ମୋବାଇଲରୁ ମୋବାଇଲକୁ ଘୁରିବୁଲିବା ସହିତ ଦିନକୁ ଦିନ ଯେପରି ଭାଇରାଲ୍ ହେବାରେ ଲାଗିଛି । ଯେଉଁ ଘଟଣା ବଳୀକୁ ନେଇ ବୁଦ୍ଧିଜୀବୀ ମହଲରେ ମୂଖ୍ୟ ଚର୍ଚ୍ଚା ଓ ଆଲୋଚ୍ୟର ବିଷୟ ପାଲଟିଛି । ଘଟଣାଟି ଘଟିଛି ପୁରୀ ଗୋପବନ୍ଧୁ ଆୟୁର୍ବେଦିକ କଲେଜ୍ ପରିସରରେ ଗତ ଅକ୍ଟୋବର ୧ ତାରିଖରେ । ସେଠାରେ ଓଡିଶା ବ୍ଲଡ୍ ବ୍ୟାଙ୍କ୍ ଓ ଏଚଡିଏଫସି ବ୍ୟାଙ୍କର ମିଳିତ ଆନୁକୂଲ୍ୟରେ ଆୟୋଜିତ ରକ୍ତଦାନ ଶିବିରକୁ ଉଦ୍ଦଘାଟନ୍ କରାଯାଉଥିବା ବେଳେ ଭୂବନେଶ୍ବର ସ୍ଥିତ HDFC ବ୍ୟାଙ୍କର ହୋଲସେଲ୍ କ୍ରେଡିଟ୍ ଅପରେସନ୍ ମ୍ୟାନେଜର ଦେବାଶିଶ୍ ପାଣି ଜାତିରେ ଜଣେ ବ୍ରାହ୍ମଣ ହୋଇ ମଧ୍ୟ କେମିତି ଏତେବଡ ଭୂଲ୍ କରିପାରିଲେ । ଯାହା ଆଜି ସମଗ୍ର ଦେଶବାସୀଙ୍କ ଓ ବିଶ୍ୱବାସୀଙ୍କ ମନକୁ ଆନ୍ଦୋଳିତ କରିବା ସଂଗେ ସଂଗେ ଉକ୍ତ ବ୍ୟକ୍ତିଙ୍କ ନାମରେ ଏପରିକି ଦୃଢରୁ ଦୃଢ ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ମଧ୍ୟ ଦାବି କରାଯାଇଅଛି ।

ପୁରୀରୁ ଆମ ଚିଫ୍ ବ୍ୟୁରୋ ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here