ଭଦ୍ରକରେ ସାମ୍ବାଦିକଙ୍କୁ ଆକ୍ରମଣ : ୨ ଗିରଫ

ଧାମନଗର : ଗଣମାଧ୍ୟମ ହେଉଛି ଦେଶର ଚତୁର୍ଥ ସ୍ତମ୍ଭ। ଲୋକଙ୍କ କଥାକୁ ଗଣମାଧ୍ୟମ ପ୍ରତିନିଧି ସରକାରଙ୍କ ନିକଟରେ ପହଞ୍ଚାଇଥାନ୍ତି। କିନ୍ତୁ ବେଳେ ସେଇ ସାମ୍ବାଦିକଙ୍କୁ ଆକ୍ରମଣ କରିବାର ନଜିର ପୂର୍ବରୁ ରହିଛି। ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚହଳ ପକାଇଛି। ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସ୍ଥାନୀୟ ଖବରକାଗଜର ଦୋବଲ ପ୍ରତିନିଧି ସଞ୍ଜୀବ ମହାନ୍ତି ନିଜ କାମ ସାରି ଅନ୍ୟ ସାମ୍ବାଦିକଙ୍କ ସହ ଛିଡା ହୋଇଥିଲେ। ଉକ୍ତ ଅଭିଯୁକ୍ତ ଆସି ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ।

ଛିଡା ହୋଇଥିବା ଅନ୍ୟ ସାମ୍ବାଦିକଙ୍କ ମାନେ ଅବରୋଧ କରିବାରୁ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଉକ୍ତ ଆକ୍ରମଣ ରେ ସାମ୍ବାଦିକଙ୍କ ଆଖି ଓ ହାତରେ ଆଘାତ ଲାଗିଛି। ସ୍ଥାନୀୟ ଲୋକେ ଅଭିଯୁକ୍ତଙ୍କୁ ଅଟକ ରଖିଥିଲେ। ପରେ ତାଙ୍କ ଭାଇ ଆସି ମଧ୍ୟ ସମାନ ବ୍ଯବହାର ଦେଖାଇଥିଲେ। ତେଣୁ ଦୁଇ ଜଣଙ୍କୁ ଅଟକ ରଖି ଧାମନଗର ଥାନା ରେ ଜିମା ଦେଇଥିଲେ ସାମ୍ବାଦିକ ଓ ସ୍ଥାନୀୟ ଲୋକ। ଘଟଣାର ତଦନ୍ତ ପାଇଁ ଦୁଇ ଭାଇଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରିଛି। ତେବେ ଉକ୍ତ ଅଭିଯୁକ୍ତଙ୍କୁ ସାମ୍ବାଦିକଙ୍କ ଜାଣି ନ ଥିବା କହିଛନ୍ତି। ଗିରଫ ହୋଇଥିବା ଦୁଇ ଭାଇ ହେଉଛନ୍ତି ଦେବେନ୍ଦ୍ର ମହାପାତ୍ର ଓ ମହେନ୍ଦ୍ର ମହାପାତ୍ର। ତେବେ ଆକ୍ରମଣ ର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟୀକରଣ ହୋଇପାରି ନାହିଁ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here