ଜୁଆ ଆଡ୍ଡାରେ ଚଢାଉ ୭ ଗିରଫ ସମେତ ୩୮୮୦ ଟଙ୍କା ଜବତ

କରୋନା ମହାମାରୀରେ ଲୋକେ ଆତଙ୍କିତ ଅବସ୍ଥାରେ ଦିନ ଗଣୁଥିବାବେଲେ ସରକାରୀ ନିୟମକୁ ବେଖାତିର୍ କରି ଜୁଆଡି ମାନେ ଜୁଆ ଖେଳିବାକୁ ପଛଘୁଞ୍ଚା ଦେଉନାହାନ୍ତି । ଏଭଳି ଏକ ଘଟଣା ର ପର୍ଦାଫାସ ହୋଇଛି । ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ଅନ୍ତର୍ଗତ ବଜାର ଦାଣ୍ଡରେ ଚାଲିଥିଲା ଜୁଆ ଖେଳ, ବିଶ୍ୱସ୍ତ ସୂତ୍ରରୁ ଖବର୍ ପାଇ ରାଏବଗା ଥାନା ଅଧିକାରୀ ବିଜୟ କୁମାର ସିଂଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏ ଏସ ଆଇ ଭୱାନି ସଙ୍କର ବାଦି ଓ ସ୍ଵତନ୍ତ୍ର ଟାସ୍କ ଫୋର୍ସ ସୁନ୍ଦରଗଡ଼ ଦଳଙ୍କ ସମେତ ଜୁଆ ଆଡ୍ଡାରେ ଚଢାଉ କରି ୭ ଜଣ ଜୁଆଡିଙ୍କୁ ଗିରଫ କରିଥିଲେ । ଗିରଫ ହୋଇଥିବା ଜୁଆଡି ମାନଙ୍କ ପାଖରୁ ୫ଟି ମୋବାଇଲ୍, ୧ଟି ବାଇକ,୧ ପ୍ୟାକେଟ ତାସ ପତ୍ତା, ସହ ନଗଦ ଆକାରରେ ୩୮୮୦ ଟଙ୍କା ଜବତ କରିଥିଲେ । ଉକ୍ତ ଜୁଆଡି ମାନେ ହେଲେ, ଜୀଵାନ୍ଦାନ ବାଗେ, ବିପିନ୍ ମିଞ୍ଜ,ଅନିଲ ସାହୁ, ସୂଜାରଦ ଡାଙ୍ଗ, ଅମିତ ରାୟ, ସେବିୟାନ୍ ସୋରେଙ୍ଗ ଓ ଶୁକ୍ରା ଭେଙ୍ଗରା ଏମାନେ ହେଲେ ରାଏବଗା ଥାନା ଅଞ୍ଚଳର ବାସିନ୍ଦା  ବୋଲି ଜଣା ପଡିଛି ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here