ମାର୍ଶାଘାଇ ତୁଳସୀପୁର ଗ୍ରାମର ପକ୍ଷାଘାତ ଓ କିଡିନୀ ରୋଗୀଙ୍କୁ ଆର୍ଥିକ ସହାୟତା ।

ଆଜି କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଳକ ଅନ୍ତର୍ଗତ ତୁଳସୀପୁର ଗ୍ରାମର ଜଣେ ଅସହାୟ ଏବଂ ଗରିବ ନିରାଶ୍ରୟୀ ଓ ବିଧବ ମହିଳା ଏବଂ ପକ୍ଷାଘାତ ରୋଗୀ କମଳା ଜେନାଙ୍କ ସମେତ ସେହି ଗ୍ରାମର ଅତିଦୟନୀୟ ଅବସ୍ଥାରେ ଜରୀ ପାଲଟାଂଗି ଛୋଟଛୋଟ ତିନି ପିଲାଙ୍କୁ ନେଇ ରହୁଥିବା ଉଭୟ କିଡିନୀ ଜନୀତ ଓ ମତିସ୍କ ଜନୀତ ଆଘାତ ରୋଗରେ ପିଡୀତ ଅରୁଣ ସ୍ୱାଇଁଙ୍କୁ ଆର୍ଥିକ ସାହାଯ୍ୟର ହାତ ବଢାଇଲେ ଜିଲ୍ଲା ବିଜେଡି ଉପଦେଷ୍ଟା ଶ୍ରୀଯୁକ୍ତ ମାନସ କୁମାର ସାହୁ(ମାନଭାଇ) ଏବଂ ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାସ,ସାମ୍ବାଦିକ ନାମ ବ୍ରହ୍ମ କର,ସାମ୍ବାଦୀକା ନମିତା ନାହାକ,ରଞନ ସାହୁ, ସ୍ମୃତି ରଂଜନ ବାରିକ୍ ପ୍ରଭୃର୍ତି ଗଣମାଧ୍ୟମର ପ୍ରତିନିଧିମାନେ ଉକ୍ତ ଦୁଇ ରୋଗୀଙ୍କୁ ସାହାଯ୍ୟର ହାତ ବଢାଇବା ସହିତ ମାସିକ ଔଷଧ ଖର୍ଚ୍ଚ ଯାହା ଲାଗିବ ସେସବୁ ଦେବାପାଇଁ ମଧ୍ୟ ରୋଗୀ ମାନଙ୍କୁ ପ୍ରତିଶୃର୍ତି ଦେଇଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି । ଏଠି ସୂଚନା ଥାଉକି ଗତ ୧୦ ଦିନ ପୂର୍ବରୁ ମଧ୍ୟ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ବର୍ତ୍ତମାନର ମହାକାଳପଡା ବିଧାୟକ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ମଧ୍ୟ କମଳା ଜେନାଙ୍କୁ ସାହାଯ୍ୟର ହାତ ବଢାଇବା ସହିତ ୫ହଜାର ଟଙ୍କା ସହିତ ୧ କୁଇଣ୍ଟାଲ୍ ଚାଉଳ ଏବଂ ୨୫କିଲୋ ଡାଲି ସାହାଯ୍ୟ କରିଥିବା ଯାହା ନିଜ ମୁହଁରେ କୁହନ୍ତି ରୋଗରେ ପିଡୀତା କମଳା ଜେନା । ସେ ଆହୁରି ମଧ୍ୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ-ଆଗକୁ ଯଦି କୌଣସି ସରକାରୀ ସାହାଯ୍ୟ ସହଯୋଗ ସହିତ ଆର୍ଥିକ ଚିକିତ୍ସା ପାଇଁ ସାହାଯ୍ୟ ଟକକ ମିଳି ପାରନ୍ତା ତେବେ ସେ ନିଶ୍ଚିନ୍ତ ରୂପେ ଏଭଳି ଦୂରାରୋଗରୁ ମୁକ୍ତି ପାଇ ପାରନ୍ତେ ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here