ଡ଼ିଟିଓ ତରଫରୁ ୧୪୩ତମ ଉତ୍କଳମଣି ଗୋପବନ୍ଧୁ ଜୟନ୍ତି ପାଳନ କରାଗଲା

ଶିକ୍ଷା, ସଭ୍ୟତା, ମାନବିକତାର ପ୍ରତୀକ ଉତ୍କଳମଣି ପଣ୍ଡିତ  ଗୋପବନ୍ଧୁ ଦାସଙ୍କ ୧୪୩ତମ ଜଯନ୍ତୀ ଡେମୋକ୍ରେଟିକ ରିସର୍ଚ ଅର୍ଗାନାଇଜେସନ, ଓଡ଼ିଶା ରାଉରକେଲା କମିଟି ତରଫରୁ ଆଜି ଯଥାଯୋଗ୍ୟ ମର୍ଯ୍ୟଦାର ସହ ପାଳିତ ହୋଇଛି   | ଛେଣ୍ଡ ଚିନ୍ମୟ ବିଦ୍ୟାଳୟରେ ଥିବା ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତି ନିକଟରେ ଏକ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଓ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ କରାଗଲା  | ଉକ୍ତ କାର୍ଯ୍ୟକ୍ରମ ଡ଼ିଟିଓ ର ସମ୍ପାଦକ ଶ୍ରୀ ଆଶୋକ କୁମାର ଶୁକ୍ଲାଙ୍କ ସଭାପତିତ୍ଵରେ ଅନୁଷ୍ଠିତ କରାଗଲା    | ଏଥିରେ ବହୁ ଶିକ୍ଷକବନ୍ଧୁ ଓ ସାମାଜିକ କର୍ମୀ ସବଶ୍ରୀ ହିମାଂଶୁ ସାହୁ, ବୈକୁଣ୍ଠ ସାହୁ, ବ୍ରହ୍ମାନନ୍ଦ ପାଢ଼ୀ, ବସନ୍ତ ଢଳ,ବିଷ୍ଣୁ ପଣ୍ଡା, ରଶ୍ମି ରଞ୍ଜନ ମଲ୍ଲିକ, ଅଶୋକ ସାହୁ ପ୍ରମୁଖ ଉପସ୍ଥିତ ରହି ମାଲ୍ୟାର୍ପଣ କରିଥିଲେ ଓ ଗୋପବନ୍ଧୁଙ୍କର ସମାଜ ପ୍ରତି ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ  । ସମାଜରେ ଶିକ୍ଷା, ସଂସ୍କୃତି ଓ ସଭ୍ୟତା ଆଜି ମାନବିକ ମୂଲ୍ୟବୋଧ ଧ୍ବଂସ ହେଉଛି ସେହି ପରିସ୍ଥିତିରେ ଗୋପପବନ୍ଧୁଙ୍କ ଆଦର୍ଶ ସ୍ମରଣିୟ ବହନ କରେ   | ଏହି ଯୁଗରେ ଯେଉଁ ଭଳି  ଅଭାବ, ଅନାହାର,  ମୃତ୍ୟୁ ଯେଉଁଭଳି ବଢ଼ିଚାଲିଛି    | ଏହି ପରିସ୍ଥିତିରୁ ସମାଜକୁ ପରିବର୍ତ୍ତନ କରି ଏକ ଶୋଷଣ ବିହୀନ ସମାଜ ଗଢ଼ି ତୋଳିବା ପାଇଁ ସମସ୍ତେ ଆଗେଇ ଆସିଲେ ଗୋପବନ୍ଧୁଙ୍କ ପ୍ରତି  ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି ସଭାରେ ଆହ୍ଵାନ ଦିଆଯାଇଛି     |

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here