ଅଭିନେତ୍ରୀଙ୍କ ଗୋଡ ଏବଂ ହାତରେ ପଡିଛି ଲୁହାର ଶୀକୁଳୀ ।

କେନ୍ଦ୍ରାପଡା ଖବର :- ଦେଖନ୍ତୁ ଏ କୌଣସି ହିନ୍ଦୀ ଚଳଚ୍ଚିତ୍ର  କିମ୍ବା ଓଡିଆ ଫିଲ୍ମର କାହାଣୀ ନୁହେଁ । ଏହେଉଛି ରିୟଲ୍ ଦୁନିଆଁର ରିୟଲ୍ ବା ବାସ୍ତବ ପ୍ରତିଛବି । ଏଯେଉଁ କାହାଣୀ ବା ଛବି ଆମେ ଆପଣଙ୍କ ସମୁଖରେ ଦେଖାଇବାକୁ ଯାଉଛୁ । ସେ ହେଉଛି କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ରାମନଗର ଗ୍ରାମ ପଞ୍ଚାୟତର ବରଜ ଗ୍ରାମର ଏକ ନିଛକ ଆଉ ଗାଉଁଲି ଦୁନିଆଁର ପିତା-ଶିବ ସାମଲ ଓ ମାତା-ପୁଷ୍ପଲତା ସାମଲଙ୍କ ସାନ ୨୨ ବର୍ଷିଆ ଝିଅ ଅଭିନେତ୍ରୀ ସିବାନୀ ସାମଲଙ୍କର ଅତି କରୁଣ ଓ ହୃଦୟ ବିଦାରକ ଦୃଶ୍ୟ । ଯେଉଁ ଦୃଶ୍ୟକୁ ଆପଣେବି ଥରେ ଦେଖିଲେ ଆପଣଙ୍କ ଆଖିରୁ ନିଶ୍ଚୟଁ ଦୁଇଟୋପା  ଲୁହ ଝରି ଆସିବ । ଏମିତି ବି ମଣିଷ ବେଳେ ବେଳେ ବଞ୍ଚେ ଆଉ ମଣିଷ ଜୀବନରେ ଏମିତିକା ଘଟ୍ଟଣାବି ଘଟିପରେ କେ କହିପାରିବ ।କେତେବେଳେ ହାତରେ ତ ଆଉ କେତେବେଳେ ଗୋଡରେ ଲୁହାର ଶୀକୁଳି ପିନ୍ଧାଇ ବହୁ ଦୁଃଖ କଷ୍ଟରେ ବଞ୍ଚନ୍ତି ଏବଂ ଝିଅର ଦୁଃଖ ଆଉ ଯନ୍ତ୍ରଣାକୁ ଚାପି କୋହଭରା କଣ୍ଠରେ କୁହନ୍ତି ଶିବ ସାମଲଙ୍କ ସହିତ ତାଙ୍କ ପତ୍ନୀ ପୁଷ୍ପଲତା ସାମଲ । ଦୀର୍ଘ ଦିନ ତଳର ଏକ ଲମ୍ବା କାହାଣୀଟିଏ ପରି ମନେ ହେଲେ ମଧ୍ୟ ଘଟଣାଟି ସମ୍ପୂର୍ଣ୍ଣ ସତ୍ୟ ଘଟଣା ଉପରେ ଆଧାରିତ । ୬ବର୍ଷ ହେବ ସିବାନୀର ଗୋଡରେ ବନ୍ଧା ଯାଉଛି ଲୁହାର ଝଂଜିର । ଯାହା ସ୍ଥାନୀୟ ବାସିନ୍ଦା ଓ ପଡୋଶୀଙ୍କ ଠାରୁ ଖବର ନେବାରୁ ଜଣାପଡୁଛି ଯେ-୫ବର୍ଷ ବୟସରୁ ୧୬ବର୍ଷ ବୟସ ପର୍ଯ୍ୟନ୍ତ ଅଭିନେତ୍ରୀ ସିବାନୀ କୁଆଡେ ‘ମା’ ମନୀଶା ରାମନୀଳା ପାର୍ଟିରେ ସୀତା ଭୂମିକାରେ ଦୀର୍ଘ ୧୧ କାଳ ନିଖୁଣ ଅଭିନୟ କରି ଲୋକ ମାନଙ୍କ ମନରଞନ କରି ଆସୁଥିଲେ । ହେଲେ ଦଇବର ବଡ ବିଚିତ୍ର ନୀଳା ସତେ ଯେମିତି ସବୁକିଛି ହଠାତ୍ ଓଲଟ ପାଲଟ ହୋଇଗଲା । ଆଉ ଅଭିନେତ୍ରୀ ସିବାନୀରୁ ଜଣେ ପାଗିଳୀ ପାଲଟିଗଲେ ହତଭାଗୀ ସିବାନୀ ସାମଲ । କୌଣସି କାରଣ ବଶତଃ ଅଭିନେତ୍ରୀ ସିବାନୀଙ୍କ ମାନସୀକ ବିକୃର୍ତି ଘଟିବାରୁ । ସେମିତି ସିବାନୀ ଅଖିଆ ପିଆ, ନଗାଧୋଇ ପାଦେଇ ବାହାରେ ଚିରା ଫଟା ପିନ୍ଧି ବୁଲିବାକୁ ଆରମ୍ଭ କରେ ଏବଂ ଲୋକମାନଙ୍କୁ ଦେଖିଲେ ହସିହସି କାନ୍ଦି ପକାଏ । ଏମିତି କିଛି ଦିନଗଲା ପରେ ସିବାନୀ ବାପମାଙ୍କ ଉପରେ ବୋଝ ଉପରେ ଲଳୀତା ବିଡାପରି ମନେ ହୁଅନ୍ତି । ବହୁ ଡାକ୍ତର, ବୈଦ୍ୟଙ୍କୁ ଦେଖାଇ ଔଷଧ ଦେବା ପରେ ମଧ୍ୟ ଭଲ ହୁଅନ୍ତି ନାହିଁ ସିବାନୀ । ତାଙ୍କ ବାପାଙ୍କର ସେହି ଭଂଗା ଚାଳିଆ ବା ନଡା ଛପର ଘରେ ଗୋଡ ହାତରେ ଲୁହାର ଶିକୁଳୀ ପିନ୍ଧି ପଡି ରହିଛନ୍ତି ସିବାନୀ । ବାପା ତାଙ୍କର ନଦୀରୁ ମାଛ,କଙ୍କଡା ଧରି ବିକ୍ରିଭଟା କରି ଯୋଉ ଦିପଇସା ରୋଜଗାର କରନ୍ତି ସେଥିରେ ପାଞ୍ଚ ପରାଣୀ କୁଟୁମ୍ବ ବହୁ ଦୁଃଖ କଷ୍ଟରେ ଚଳାନ୍ତି ସିବାନୀର ପିତା ଶିବପ୍ରସାଦ । ସେହି ସୋଳ୍ପ ରୋଜଗାରରେ ତିନୋଟି ପିଲାଙ୍କ ପେଟ ବହୁ ଦୁଃଖ କଷ୍ଟରେ ଚଳାଇ ଆସୁଥିଲେ । ସିବାନୀଙ୍କ ବଡ ଭଉଣୀ ଓ ବଡ ଭାଇ ବିବାହ କରିଥିବା ବେଳେ ବାପ ମାଙ୍କ ବେକରେ ବନ୍ଧା ହୋଇ ବୋଝ ସାଜିଛନ୍ତି ଅଭିନେତ୍ରୀ ସିବାନୀ । ସିବାନୀଙ୍କ ବାପା ଶିବ ସାମଲ ସ୍ଥାନୀୟ ସରପଞ୍ଚଙ୍କ ଠାରୁ  ଆରମ୍ଭ କରି ବଡ ବଡ ସରକାରୀ ବାବୁ ଯଥା-ଆରାଇ,ବିଡିଓ, ତହସିଲଦାର ଏପରିକି ଖୋଦ୍ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବହୁଥର ଶାରିରୀକ ବିକଳାଙ୍ଗ ଝିଅକୁ ଟିକେ ସାହାଯ୍ୟ ମିଳିବାପାଇଁ ଦୌଡି ଦୌଡି ଯେତେ ଲିଖିତ ଅଭିଯୋଗ କରିବା ସହିତ ନେହୁରା ନିମନ୍ତ ଏବଂ କାକୁତି ମିନତି ହେଲେ ମଧ୍ୟ କେହି ତାଙ୍କ କଥା ଏପର୍ଯ୍ୟନ୍ତ ଶୁଣୁ ନାହାନ୍ତି କି ବୁଝୁ ନାହାନ୍ତି ବୋଲ ସିବାନୀର ବାପାମା କାନ୍ଦି କାନ୍ଦି ଆମ କ୍ୟାମେରା ସମ୍ମୁଖରେ କୋହଭରା କଣ୍ଠରେ ଯାହା କୁହନ୍ତି । ଏପର୍ଯ୍ୟନ୍ତ ମଧ୍ୟ ସେ ରାସନ କାର୍ଡ ହେଉ ଅବା ଶାରିରୀକ ବିକଳାଙ୍ଗ ଭତ୍ତା ହେଉ କିଛିବି ମିଳିପାରିନି ସିବାନୀ ଆଉ ତାଙ୍କ ପରିବାର ଲୋକଙ୍କୁ । ସମସ୍ତ ସରକାରୀ ସୁବିଧା ସୁଯୋଗ ଯେମିତି ଏମାନଙ୍କ ପାଇଁ ସାତ ସପନ ପାଲଟି ଯାଇଛି । ଗତ ୨ବର୍ଷ ତଳେ ତତ୍କାଳୀନ ଜିଲ୍ଲାପାଳ ରେଘୁଜୀ ସାମାଜିକ ଗଣମାଧ୍ୟମରୁ ଖବର ପାଇ ଅଭିନେତ୍ରୀ ସିବାନୀକୁ ମହାକାଳପଡା ବିଡିଓଙ୍କୁ କହି କଟକ ଏସିବି ମେଡିକାଲ କଲେଜରେ ସିବାନୀର ଚିକିତ୍ସା କରାଇବାର ବନ୍ଦୋବସ୍ତ ମଧ୍ୟ କରିଥିଲେ । ସିବାନୀ କିଛି ଦିନ ପାଇଁ କଟକରେ ରହି ଚିକିତ୍ସିତ ମଧ୍ୟ ହେଲା ହେଲେ ହଠାତ୍ ଜିଲ୍ଲାପାଳଙ୍କ ବଦଳି ପରେ ସିବାନୀଙ୍କୁ ସେଠାରେ ରହି ଚିକିତ୍ସିତ ହେବାପାଇଁ କେହି ଆଉ ସାହାଯ୍ୟର ହାତ ନବଢାଇବାରୁ ପୁନ୍ନରାୟ ସିବାନୀ ଫେରି ଆସିଥିଲେ ନିଜ ବରଜ ଗାଁର ସେହି ଭଂଗା ନୁଆଁଣିଆଁ ଚାଳ ବା ନଡା ଛପର ଘରକୁ । ସେବେଠାରୁ ସିବାନୀ ଗୋଡ ଆଉ ହାତରେ ଲୁହାର ବେଡି ପକାଯାଇ ରଖାଯାଇଛି । ଯାହା ଯେତିକି ଯାତ୍ରା ପାର୍ଟିର ମାଲିକ ଓ ସମାଜସେବୀ ଏବଂ ଅଭିନେତ୍ରୀ ପ୍ରମିଳା ସାମଲଙ୍କ ସାହାଯ୍ୟ ସହଯୋଗରେ ଭରଷା ଓ ନିର୍ଭର କରି ସିବାନୀର ବାପା ‘ମା’ ଆଜି ପର୍ଯ୍ୟନ୍ତ ଚଳି ଆସୁଛନ୍ତି । ସବୁଠୁ ବଡ ଦୁଃଖ,ବିଡମ୍ବନା ଆଉ ପରିତାପର ବିଷୟ ଯେ-ସରକାରଙ୍କ ଏତେସବୁ ଯୋଜନା ପରେ ଯୋଜନା ସତ୍ୱେ ମଧ୍ୟ କାହିଁକି ଗୋଟେ ଗରିବ ଶାରିରୀକ ବିକଳାଙ୍ଗ ଝିଅ ଏବଂ ତାର ପରିବାରକୁ ଆଜିଯାଏ ସରକାରୀ ସାହାଯ୍ୟ ସୁବିଧା ମିଳି ନାହିଁ କି ସେମାନେ ସରକାରୀ ସୁବିଧାରୁ ବଞ୍ଚିତ ତାହା ସ୍ଥାନୀୟ ବୁଦ୍ଧିଜୀବି ମହଲରେ ମୂଖ୍ୟ ଚର୍ଚ୍ଚା ଓ ଆଲୋଚ୍ୟର ବିଷୟ ପାଲଟିଛି । ଦେଖାଯାଉ କେବେ ସରକାରୀ ବାବୁ ମନଙ୍କ ନିଦ ଭାଙ୍ଗୁଛି ଏବଂ ଅଭିନେତ୍ରୀ ସିବାନୀଙ୍କ ପାଖରେ ସରକାରୀ ବାବୁମାନେ ପହଞ୍ଚି ତାଙ୍କୁ ମାନବାଧିକାରକୁ ଉଲଂଘନ କରୁଥିବା ସିବାନୀର ପାଦରେ ପଡିଥିବା ବେଢିକୁ ଖୋଲିବାକୁ ସକ୍ଷମ ହେଉଛନ୍ତି ଏବଂ ତାଙ୍କୁ ବଞ୍ଚିବାପାଇଁ ସାହାଯ୍ୟର ହାତ ବଢାଉଛନ୍ତି ଏବଂ ଜିଲ୍ଲା ପ୍ରଶାସନ କେତେ ତତ୍ପର ଓ ସଜାଗ ରହିଛି । ଯାହା ଖାଲି ବାକି ରହିଲା ଦେଖିବାକୁ । ଆପଣ ମାନେ ଏମିତି ଆମ ଚ୍ୟାନେଲକୁ ଦେଖୁଥାନ୍ତୁ ଆଉ ଲାଇକ୍ ସବସ୍କ୍ରାଇବ୍ କରୁଥାନ୍ତୁ ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1 ଟିଭି  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here