ପକ୍ଷ୍ୟାଘାତ ରୋଗୀ କମଳା ଜେନାଙ୍କ ପାଇଁ ସରକାରୀ ସାହାଯ୍ୟ ପାଲଟିଛି ସାତ ସପନ

ଆଜି କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଳକ ଅନ୍ତର୍ଗତ ତୁଳସିପୁର ଗ୍ରାମର ଜୈନିକ ପକ୍ଷାଘାତ ରୋଗୀ ବା ଗରିବ ଅସହାୟ ଏବଂ ବିଧବା ମହିଳାଙ୍କ ସମେତ ସେହି ଗ୍ରାମର କିଡିନୀ ଜନିତ ଏବଂ ବ୍ଲଡ୍ ପ୍ରେସର ବଢି ମତିଷ୍କ ଆଘାତ ଜନିତ ରୋଗ ଶୀକାର ହୋଇ ମରଣ ସହିତ ସଂଗ୍ରାମ କରି ଆସୁଥିବା ଦୁଇ ବ୍ୟକ୍ତିଙ୍କୁ ଜିଲ୍ଲା ଯୁବ ବିଜେଡି ଉପଦେଷ୍ଟା ଏବଂ ଓଡିଆ ଚଳଚିତ୍ର ପ୍ରଡୁସର ଶ୍ରୀଯୁକ୍ତ ମାନସ କୁମାର ସାହୁ(ମାନଭାଇ)ଙ୍କ ସମେତ ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାସ, ସାମ୍ବାଦିକ ନାମବ୍ରହ୍ମ କର, ସାମ୍ବାଦିକା ନମିତା ନାହାକ ଏବଂ ରଞନ କୁମାର ସାହୁ ଓ ଶ୍ମୃତି ରଞନ ବାରିକ୍ ପ୍ରମୂଖ ଭେଟି ୨ହଜାର ଲେଖା ଆର୍ଥିକ ସହାୟତା ରାଶି ମାସିକ ଔଷଧ ଖର୍ଚ୍ଚ ବାବଦକୁ ସାହାଯ୍ୟ ପ୍ରଦାନ କରିଥିବା ବିଶେଷ ସୁତ୍ରରୁ ଖବର ନେବାରୁ ଜଣାପଡିଛି ।

ଦେଖନ୍ତୁ ଏ ଦୃଶ୍ୟ କୋଣସି ଓଡିଆ ଚଳଚିତ୍ର କିମ୍ବା ହିନ୍ଦୀ ଫିଲ୍ମର କାହାଣୀ ନୁହେଁ । ଏହି ଦୟନୀୟ ଓ ହୃଦୟ ବିଦାରକ ଏବଂ ଦୁଃଖଦ ପୂର୍ଣ୍ଣ ଘଟଣା ବା କାହାଣୀ ଓ ଚିତ୍ର ହେଉଛି କେନ୍ଦ୍ରାପଡା ଜିଲ୍ଲା ହେଡ୍ କ୍ୱାଟର ଠାରୁ ମାତ୍ର ୧୫ କିଲୋମିଟର ଦୂରରେ ଥିବା ମାର୍ଶାଘାଇ ବ୍ଲକ୍ ଅନ୍ତର୍ଗତ ତୁଳସୀପୁର ଗ୍ରାମର କମଳା ଜେନାଙ୍କ ଘର ଚତୃପାସର ଦାରୁଣ ଦୃଶ୍ୟ ବା ଚିତ୍ର । ଯାହାକି ନକହିବା ବରଂମ ବହୁତ୍ ଭଲ । ଦୀର୍ଘ ୭ମାସ ହେବ କମଳା ଜେନା ପକ୍ଷାଘାତ ବା ପାରାଲେସିସ୍ ରୋଗରେ ପିଡୀତ ହୋଇ ଭଂଗା ନଡା ଛପର ଘରଭିତରେ ତିନୋଟି କୁନି ପିଲାମାନଙ୍କୁ ନେଇ ବର୍ଷା, ପବନ ଓ ଶୀତ, କାକରକୁ ଖାତିରି ନକରି ଦୀର୍ଘ ୭ ରୁ ୮ ବର୍ଷ ହେବ ସ୍ୱାମୀ ମରିଯିବା ପରେ । ପରଘରେ ମୂଲ ମଜୁରୀ ଲାଗି ଗାଁ ଗଣ୍ଡାରୁ ମାଗିଯାଚି ବହୁ ଦୁଃଖ କଷ୍ଟରେ ବୃର୍ଦ୍ଧା ଶାଶୁମାଙ୍କୁ ନେଇ ଅତି ଦୟନୀୟ ଅବସ୍ଥାରେ ଭୋକ ଉପାସରେ ଜୀବନ ଆଉ ଜୀବିକା ସହିତ ପ୍ରତିଟି ମୁହୂର୍ତ୍ତରେ ବଞ୍ଚିବା ପାଇଁ ସଂଘର୍ଷ ଓ ସଂଗ୍ରାମ କରି ଚଳି ଆସୁଥିଲେ । ଦଇବ ସାଜିଲା ଦାଉ ପରି ଭଗବାନ ତାଙ୍କୁ ବୋଝ ଉପରେ ଲଳୀତା ବିଡା ପରି ଦୁଃଖ ପରେ ଦୁଃଖ ଓ ଏତେବଡ ଗୋଟେ ଦଣ୍ଡ ଦେଲେ ଯେ-ଶେଷରେ ସେ ପକ୍ଷାଘାତ ରୋଗ ବା ପାରାଲିସିସ୍ ରୋଗରେ ଆକ୍ରାନ୍ତ ହୋଇ ଘରେ ପଡି ରହିବାରୁ ।  ତାଙ୍କ ପିଲାଙ୍କ ଚଳିବା ବା ପାଠପଢିବା ଏବଂ ନିଜର ମାସିକ ଔଷଧ ଖର୍ଚ୍ଚ ବାବଦକୁ ଦରକାର ହେଉଥିବା ଟଙ୍କା ବା ଅର୍ଥ ଏଠି ସାଜିଛି ବାଧକ । କୌଣସି ସୂତ୍ରରୁ ଖବର ପାଇ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ସାହାଯ୍ୟର ହାତ ବଢାଇବା ସହିତ ତତକ୍ଷଣାତ୍ ୫ହଜାର ଟଙ୍କା ସହିତ ଏକ କୁଇଣ୍ଟାଲ୍ ଚାଉଳ ଏବଂ ଡାଲି ଓ କିଛି ରାସନ ସାମଗ୍ରୀ ପ୍ରଦାନ କରିଥିଲେ ସେହି ଅସହାୟ ରୋଗ ସଜ୍ୟାରେ ପଡିଥିବା ମହିଳାଙ୍କୁ ଏବଂ ସ୍ଥାନୀୟ ସରପଞ୍ଚଙ୍କଠୁ ଆରମ୍ଭ କରି ମାର୍ଶାଘାଇ ବିଡିଓ ଏବଂ ତହସିଲଦାରଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲା ପ୍ରଶାସନିକ ଅଧିକାରୀ ମାନଙ୍କୁ ନିଜେ ଟେଲିଫୋନ୍ ଯୋଗେ ତୁରନ୍ତ କମଳାକୁ ସରକାରୀ ସାହାଯ୍ୟ ଯୋଗାଇ ଦେବା ନିମନ୍ତେ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏପର୍ଯ୍ୟନ୍ତ ସାହାଯ୍ୟ ତା ଦୂରର କଥା କୌଣସି ସରକାରୀ ବାବୁଙ୍କ ଦେଖା ଦର୍ଶନ ମଧ୍ୟ ମିଳିନଥିବା ଯାହା ପ୍ରତିକ୍ରିୟାରେ କହିଛନ୍ତି କମଳାଙ୍କ ପଡୋଶୀ । ହଁ ଆଜ୍ଞା ଏଠି ଗୋଟେ ପ୍ରଶ୍ନ ମନକୁ ଆସେ ଯେ-ଏତେସବୁ ସରକାରୀ ସାହାଯ୍ୟ ସୁବିଧା କାହାପାଇଁ ତିଆରି କରାଯାଉଛି । ଯଦି ଏତେସବୁ ସରକାରୀ ସାହାଯ୍ୟ ସୁବିଧା ଲୋକମାନଙ୍କ ପାଇଁ ପ୍ରସ୍ତୁତ କରାଯାଉଛି । ତେବେ କଣ ପାଇଁ କମଳା ଜେନାଙ୍କ ପାଖରେ ସରକାରୀ ବୁବୁମାନେ ଏପର୍ଯ୍ୟନ୍ତ ପହଞ୍ଚି ପାରୁ ନାହାନ୍ତି କି କୌଣସି ସରକାରୀ ସାହାଯ୍ୟ ସୁବିଧା ମଧ୍ୟ ଯୋଗା ଦେଉନାହାନ୍ତି । ସତରେ କଣ ସରକାରୀ ସାହାଯ୍ୟ ସୁବିଧା ସାତ ସପନ ପାଲଟି ଯାଇଛି ଏହି ଅସହାୟ ଗରିବ ବିଧବା ମହିଳା କମଳା ଜେନାଙ୍କ ପାଇଁ ନାଆଉ କିଛି ଗୁଢ ରହସ୍ୟ ଲୁଚି ରହିଛି ଏହି କାହାଣୀ ପଛରେ । ତେବେ ଚାଲନ୍ତୁ ନା ସିଧା ସଳଖ ପଚାରି ବୁଝିବା କମଳା ଜେନାଙ୍କ ସହିତ ତାଙ୍କ ୭୦ ବର୍ଷର ବୃର୍ଦ୍ଧା ଶାଶୁ ‘ମା’ ଏବଂ ପଡୋଶୀ ମାନଙ୍କୁ । ତେବେ ଚାଲନ୍ତୁ ଏଥର ଶୁଣିବା ସେମାନଙ୍କ ମୁହଁରୁ । କଣ ଏବଂ କିପ୍ରକାର ପ୍ରତିକ୍ରିୟା ଗଣମାଧ୍ୟମ ଆଗରେ ରଖୁଛନ୍ତି ସେମାନେ ।——କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1 ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here