ପିଲାଙ୍କ ପାଠ ପଢା ସାଂଗକୁ ନିଜର ଚିକିତ୍ସା ଖର୍ଚ୍ଚ ପାଇଁ ଅର୍ଥ ସାଜିଛି ବାଧକ

ଦେଖନ୍ତୁ ଏ ଦୃଶ୍ୟ ହେଉଛି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ୍ ଅନ୍ତର୍ଗତ ତୁଳସୀପୁର ଗ୍ରାମର ଆରୁଣ ସ୍ୱାଇଁଙ୍କ ପରିବାର ର ଏକ କରୁଣ ବା ଦୁଃଖଦ ପୂର୍ଣ୍ଣ ଚିତ୍ର । ପରିବାର କହିଲେ ନିଜ ସ୍ତ୍ରୀ ଓ ତିନୋଟି ପିଲା । ଝିଅ +୨ ଶ୍ରେଣୀରେ ପାଠ ପଢୁଥିବା ବେଳେ ଅନ୍ୟ ପିଲାମାନେ ୯ମ ଓ ୫ମ ଶ୍ରେଣୀରେ ପାଠ ପଢନ୍ତି । ଦିନଥିଲ୍ ଅରୁଣ ମୂଲ ମଜୁରୀ ଓ ଭାଗଚାଷ କରି ବେସ୍ ଦୀପଇସା ରୋଜଗାର କରିବା ସହିତ ବହୁ ଆନନ୍ଦରେ ପରିବାର ଭରଣ ପୋଷଣ କରୁଥିଲେ  । କିଡିନୀ ଜନୀତ ରୋଗ ସହିତ ବ୍ଲଡ୍ ପ୍ରେସର ମୁଣ୍ଡକୁ ଉଠିଯିବା ଫଳରେ ତାଙ୍କର ଷ୍ଟ୍ରୋକ୍ ହୋଇ ଯିବାରୁ ଗୋଡହାତ ଅଚଳ ହୋଇଯାଏ ଏବଂ ଘରେ ବିଛଣାରେ ପଡିଯାନ୍ତି ଅରୁଣ । ଆଉ କିଛି କାମ ଧନ୍ଦା କରି ପାରନ୍ତି ନାହିଁ ବିଚରା ଅରୁଣ । ତେବେ ପରିବାର ଚଳିବ କେମିତି । ପିଲାଛୁଆ ଖାଇବେ କଣ ? ପାଠ ପଢିବେ କେମିତି ଏବଂ ନିଜର ଔଷଧ ଖର୍ଚ୍ଚ ଆସିବ କେଉଁଠୁ । ମୁଣ୍ଡ ଗୁଞ୍ଜିବାକୁ ଘରଖଣ୍ଡେ ମଧ୍ୟ ପାଖରେ ନାହିଁ । ଇନ୍ଦିରା ଆବାସ ଘରଖଣ୍ଡେ ମିଳିଥିଲା ଯେ-ସେ ଅଧାହୋଇ ଆଜି ଯାଙ୍କେ ପଡି ରହିଛି । ତାଙ୍କ ନାମରେ ଆସିଥିବା ଟଙ୍କା କୁଆଡେ ବାଟ ମାରଣା ହୋଇଯିବାରୁ ଘର ଖଣ୍ଡକ ଆଜିଯାଏଁ ପୁରା କରି ପାରୁ ନାହାନ୍ତି । ଏବିଷୟରେ ଯେତେ ଗୁହାରୀ କଲେ ମଧ୍ୟ ଶୁଣୁ ନାହାନ୍ତି ସ୍ଥାନୀୟ ସରପଞ୍ଚ କି ବିଡିଓ ମହୋଦ୍ୱୟ । ବିଚରା କରିବେ କଣ ! କର୍ମକୁ ଆଦରୀ ପଡିରହି ଗୁମୁରୀ ଗୁମୁରୀ କନ୍ଦନ୍ତି ଅରୁଣ । ପିଲା ମାନେ ପଇସା ଅଭାବରୁ ପାଠ ପଢାରେ ମଧ୍ୟ ନାନାଦି ସମସ୍ୟା ସୃଷ୍ଟିହୁଏ । ଏପରିକି ଜରୀ ପାଲ ଟାଂଗୀ ବର୍ଷାଦିନେ ପିଲା ଛୁଆଙ୍କୁ ନେଇ ଘରଭିତରେ ପାଣି କାଦୁଅରେ ଅତି ଦୟନୀୟ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି ଅରୁଣ । ଏସବୁ କଥା ଦିନରାତି ଭାବି ଭାବି ରାତିରେ ନଦ ମଧ୍ୟ ଆସେନି ସ୍ୱାମୀ ଓ ସ୍ତ୍ରୀ ଦୁହେଁଙ୍କୁ । ଏପରିକି ଦିନକୁ ଦିନ ଘରର ନାନାଦି ଖର୍ଚ୍ଚ ସାଂଗକୁ ବିଭିନ୍ନ ଆର୍ଥିକ ସମସ୍ୟା ଦେଖାଦିଏ ବା ମୁଣ୍ଡ ଟେକେ । ଶେଷରେ ଘର ଚଳାଇବା ପାଇଁ ଘରୁ ପଦାକୁ ଗୋଡ କାଢନ୍ତି ଅରୁଣଙ୍କ ସ୍ତ୍ରୀ ଶାନ୍ତିଲତା ସ୍ୱାଇଁ । ପରଘରେ କାମ ଦି ପାଇଟି ବା ସକାଳୁ ସଞ୍ଜଯାଏ ହାଡ ଭଂଗା ପରିଶ୍ରମ କରି ଯେଉଁ ଦିପଇସା ରୋଗଗାର କରନ୍ତି ସେଥିରେ ଘର ଚଳିବା ସାଂଗକୁ ସ୍ୱାମୀଙ୍କ ଔଷଧ ଖର୍ଚ୍ଚକୁ ନିଅଣ୍ଟ । ସ୍ତ୍ରୀଙ୍କ ସ୍ୱଳ୍ପ ରୋଜଗାର ସମୁଦ୍ରକୁ ଶଂଖେଭଳି ମନେ ହୁଏ । ସେପଟେ ଦଇବ ନସହିବା ଭଳି ଦୁଃଖ ପରେ ଦୁଃଖ ଦେଇ ଚାଲିଲେ ଠାକୁରେ । ଏଥି ମଧ୍ୟରେ ଦୀର୍ଘ ୮ ବର୍ଷ ବିତିଗଲାଣି ଅରୁଣ କିଡିନୀ ରୋଗରେ ପିଡିତ ହେବା । ଯାହା ଯେଉଁଠି ଥିଲା ସବୁ ବିକିଭାଂଗୀ ଅରୁଣ ତାର ଚିକିତ୍ସା ଖର୍ଚ୍ଚ କରିବା ପରେ ମଧ୍ୟ ଅଦ୍ୟାବଧି ଭଲ ହୁଅନ୍ତି ନାହିଁ ଅରୁଣ । ଅର୍ଥ ଆସିବ କୋଉଁଠୁ,ଏତେ ଗୁଡେ ଟଙ୍କା ଦେବ କିଏ ଭଲହେବା ପାଇଁ ? ଏବିଷୟରେ ଗ୍ରାମ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡିଓ, ତହସିଲଦାର ଏପରିକି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ମଧ୍ୟ ବହୁବାର ଦୌଡି ଦୌଡି ନୟାନ୍ତ ହେଲେଣି ବିଚର ଅରୁଣଙ୍କ ସଂଗେ ତାଙ୍କ ପରିବାର ଲୋକେ । କିଛିବି ସୁଫଳ ମିଳୁନି ଏପର୍ଯ୍ୟନ୍ତ । ବହୁ ନେତା ମନ୍ତ୍ରୀଙ୍କ ସମେତ ବଡ ବଡ ବାବୁ ମାନଙ୍କୁ ମଧ୍ୟ ଲିଖିତାକାର ରେ ଗୁହାରୀ କରିବାପରେ ମଧ୍ୟ କେହି ତାଙ୍କ କଥାକୁ କର୍ଣ୍ଣପାତ କରୁ ନାହାନ୍ତିକି, ତାଙ୍କ ଦୁଃଖ ଏପର୍ଯ୍ୟନ୍ତ ବୁଝୁ ନାହାନ୍ତି କେହି କିମ୍ବା ସରକାରୀ ସାହାଯ୍ୟ ସୁବିଧା କିଛିବି ପାଇ ପାରୁ ନାହାନ୍ତି ଅରୁଣ । ଆମ ଚ୍ୟାନେଲ ମଧ୍ୟମରେ ଆମେ ସ୍ଥାନୀୟ ବିଧାୟକ ଏବଂ ଜିଲ୍ଲାପାଳଙ୍କୁ ମଧ୍ୟ ଏହି କରୁଣ ଦୃଶ୍ୟାବଳୀ ଦେଖାଇବା ସହିତ ଅନୁରୋଧ ଜଣାଉଁଛୁ । ଯଦି ଜିଲ୍ଲା ପ୍ରଶାସନ ବିଚରା ଗରିବ ଅସହାୟ ଅରୁଣ ପ୍ରତି ଟିକେ ଦୟା ପରବେଶ ହୋଇ ସାହାଯ୍ୟର ହାତ ବଢାନ୍ତେ । ତାହେଲେ ନିଶ୍ଚିନ୍ତ ରୂପେ ବିଚରା ଅରଣ ସହିତ ତାଙ୍କ ପରିବାରଙ୍କୁ ଟିକେ ବଞ୍ଚିବାର ରାହା ମିଳିଯାନ୍ତା । ଏମିତି ଆମ ଚ୍ୟାନେଲକୁ ଦେଖୁଥାନ୍ତୁ ଏବଂ ଲାଇକ୍ ସବସ୍କ୍ରାଇବ୍ ଓ ଫରୁଆଡ୍ କରୁଥାନ୍ତୁ ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା1 ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here