ଶେଷରେ ଅନାସ୍ଥା ଭୋଟର ସମ୍ମୁଖୀନ ହେଲେ ପଟ୍ଟାମୁଣ୍ଡାଇ ବ୍ଳକ୍ ଅଧିନ ନରସିଂପୁର ସରପଞ୍ଚ । ନିଜ ସପକ୍ଷରେ ବି ଭୋଟ୍ ଦେବାକୁ ଆସିଲେନି ସରପଞ୍ଚ । ନିଜର ପଦବୀ ହରାଇବା ଆଶଂକା ଏକରକମ ନିଶ୍ଚିନ୍ତ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।

ଆଶା ଓ ଆଶକାଂରେ ଝୁଲୁଛି ନରସିଂହପୁର ସରପଞ୍ଚଙ୍କ ଭାଗ୍ୟ । ଆଜିଭଳି ଦିନରେ ନିକଟତମ ପ୍ରତିଦ୍ଵନ୍ଦୀଙ୍କ ସହିତ କଡା ସମ୍ମୁଖୀନ ହେବାକୁ ପଡିଛି ସରପଞ୍ଚଙ୍କୁ । ସରପଞ୍ଚଙ୍କ ବିରୋଧରେ ବହୁଦିନ ଧରି ଜିଲ୍ଲାପାଳଙ୍କ ନିକଟରେ ବାରମ୍ବାର ଅଭିଯୋଗ କରି ଆସୁଥିଲେ ୱାର୍ଡ଼ ସଦସ୍ୟମାନେ । ଶେଷରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ବା ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଶେଷ ହୋଇଛି ଅନାସ୍ଥା ଭୋଟ୍ ଗଣତି । ଏହି ଭୋଟ୍ ଗ୍ରହଣ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚଙ୍କ ଅନୁପସ୍ଥିତ ସମସ୍ତଙ୍କୁ ହତଚକିତ କରିଦେଇଥିବା ଖବରରୁ ଜଣାପଡିଛି । ସରପଞ୍ଚଙ୍କ ଭାଗ୍ୟ ନିବୁଜ୍ ବାକ୍ସ ଭିତରେ ବନ୍ଦ୍ ହୋଇ ଜିଲ୍ଲା ପ୍ରଶାସନର କଡା ସୁରକ୍ଷା ବଳୟ ଭିତରେ ରହିଛି । ଆସନ୍ତା କାଲି ଜିଲ୍ଲାପାଳ ଘୋଷଣା କରିବେ ଫଳାଫଳ  ।

ଏଥର ଜାଣନ୍ତୁ ସମ୍ପୂର୍ଣ୍ଣ ଖବର :– କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଳକ୍ ଅନ୍ତର୍ଗତ ନରସିଂହପୁର ସରପଞ୍ଚ ପ୍ରଭାତ ସେଠୀ ଆଜି ସମ୍ମୁଖୀନ ହୋଇଛନ୍ତି ଅନାସ୍ଥା ଭୋଟର । ନରସିଂପୁର ଗ୍ରାମ ପଞ୍ଚାୟତର ବିଭିନ୍ନ ୱାର୍ଡ଼ର କାମ ସବୁ ୱାର୍ଡ଼ ସଦସ୍ୟଙ୍କ ମତାମତ ନନେଇ ମନମୂଖୀ କାର୍ଯ୍ୟ ସମ୍ପାଦନ କରୁଥିବାରୁ ଦୀର୍ଘ ଦିନଧରି ବିଭିନ୍ନ ୱାର୍ଡ଼ର ୱାର୍ଡ଼ ମେମ୍ବର ମାନେ ତାଙ୍କୁ ବରୋଧ କରି ବିକ୍ଷୋଭ କରିବା ସହିତ ପଞ୍ଚାୟତ ଅଫିସରେ ତାଲା ବନ୍ଦ୍ ଭଳି ବିଭିନ୍ନ କାର୍ଯ୍ୟକ୍ରମ କରି ଆସୁଥିଲେ । ଏପରିକି ଜୁନ୍ ମାସ ୮ ତାରିଖରେ ୧୧ଜଣ ୱାର୍ଡ଼ ସଭ୍ୟ ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚି ମଧ୍ୟ ବାରମ୍ବାର ଅଭିଯୋଗ କରି ଆସୁଥିଲେ ସୁଧା କୌଣସି ସୁଫଳ ନମିଳିବାରୁ । ଶେଷରେ ୱାର୍ଡ଼ ସଭ୍ୟ ଓ ସଭ୍ୟାମାନେ ଜୁନ୍ ୨୯ ତାରିଖରେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇ ଅନାସ୍ଥା ପ୍ରସ୍ତାବ ସଂମ୍ଭନ୍ଧୀୟ ଏକ କେସ୍ ପିଟିସନ୍ ମଧ୍ୟ ଫାଇଲ୍ କରିଥିଲେ । ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଉକ୍ତ ଅନାସ୍ଥା ପ୍ରସ୍ତାବକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଗତ ଜୁଲାଇ ୧୫ ତାରିଖରେ ଜିଲ୍ଲା ପ୍ରଶାସନକୁ ଏକ ନୋଟିସ୍ ବା ସ୍ୱତନ୍ତ୍ର ଚିଠି ଜରୀଆରେ ନିର୍ଦ୍ଦେଶ ଦେଇଥିଲେ । ଆହୁରି ମଧ୍ୟ ଏହି ନିର୍ଦ୍ଦେଶ ନାମା ପାଇବାର ୭ ସପ୍ତହ ମଧ୍ୟରେ ଅନାସ୍ଥା ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ପାଇଁ ମାନ୍ୟବର ହାଇକୋର୍ଟ ବା ଉଚ୍ଚ ନ୍ୟାୟାଳୟ ମଧ୍ୟ ସେହି ଚିଠିରେ ସ୍ପଷ୍ଟଭାବେ ଉଲ୍ଲେଖ କରିଥିବାରୁ । ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇଁ ଜିଲ୍ଲା ପ୍ରଶାସନ ଆଜି ଅକ୍ଟୋବର ୭ ତାରିଖରେ ଉକ୍ତ ଅନାସ୍ଥା ପ୍ରସ୍ତାବ ଭୋଟ୍ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ପଟ୍ଟାମୁଣ୍ଡାଇ ବ୍ଳକ୍ ପରିସରରେ ଜିଲ୍ଲା ପ୍ରଶାସନର ପୋଲିସ ଅଧିକାରୀ ଏବଂ କିଛି ସ୍ୱତନ୍ତ୍ର ପାହ୍ୟାର ପଦାଧିକାରୀ ମାନଙ୍କ ଉପସ୍ଥିତରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା  । ଏହି ବୈଠକର ନିଷ୍ପତ୍ତି କ୍ରମେ ଆଳି ବ୍ଲକର ତହସିଲଦାର ଶ୍ରୀଯୁକ୍ତ ତପନ କୁମାର ସେନାପତିଙ୍କ ତତ୍ୱାବଧାନରେ ଭୋଟ ଗ୍ରହଣ କାର୍ଯ୍ୟକ୍ରମ ସମ୍ପାଦନ କରାଯିବା ପାଇଁ ନିଷ୍ପତ୍ତି ନିଆଯିବାପରେ ଅନାସ୍ଥା ଭୋଟ୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି ଭୋଟ୍ ଗ୍ରହଣ କେନ୍ଦ୍ରରେ ପଞ୍ଚାୟତର ମୋଟ୍ ୧୫ଜଣ ୱାର୍ଡ଼ ସଭ୍ୟ ଓ ସଭ୍ୟା ଏବଂ ସରପଞ୍ଚଙ୍କୁ ମିଶାଇ ସର୍ବମୋଟ୍ ୧୬ଙ୍କ ମଧ୍ୟରୁ ମାତ୍ର ୧୨ଜଣ ପହଞ୍ଚି ଭୋଟ୍ ଦେଇଥିବା ବେଳେ । ନିଜେ ସରପଞ୍ଚ ପ୍ରଭାତ ସେଠୀ ତାଙ୍କୁ ତାଙ୍କ ନିଜ ଭୋଟ୍ ଦେବା ପାଇଁ ମଧ୍ୟ ଲଜ୍ୟାରେ ସେହି ଭୋଟ୍ ଗ୍ରହଣ କେନ୍ଦ୍ରକୁ ଆସିନଥିବା ଏବଂ ସେଠାରେ ତାଙ୍କୁ ଦେଖିବାକୁ ନମିଳିବା ଏହି ଭୋଟ୍ ଗ୍ରହଣ କେନ୍ଦ୍ରପାଇଁ ଅନ୍ୟ ଏକ ରୋଚକ ପୂର୍ଣ୍ଣ ତଥ୍ୟାବଳୀ ସହିତ ଉକ୍ତ ଘଟଣାବଳୀ ସବୁର ଆଗାମୀ ଦିନରେ ଏକ ସଂଗୀନ୍ ମୋଡନେବ ବୋଲି ସ୍ଥାନୀୟ ଲୋକଙ୍କ ସମେତ ଉପସ୍ଥିତ ସମସ୍ତ ସଭ୍ୟା ଓ ସଭ୍ୟମାନେ ମତବ୍ୟକ୍ତ କରିଛନ୍ତି । ସରପଞ୍ଚଙ୍କ ଏପରି କାର୍ଯ୍ୟବଳୀ ସମସ୍ତଙ୍କ ମନରେ ଏକରକମ ଦ୍ୱୋନ୍ଦତ୍ମକ ଭାବନା ସୃଷ୍ଟି କରିଥିବା ବୁଦ୍ଧିଜିବୀ ମହଲରେ ମୂଖ୍ୟ ଚର୍ଚ୍ଚା ଏବଂ ଆଲୋଚ୍ୟର ବିଷୟ ପାଲଟିଛି । ଆସନ୍ତା କାଲି ଏହି ଅନାସ୍ଥା ଭୋଟରେ ପ୍ରତି ଦ୍ୱନ୍ଦୀତା କରୁଥିବା ପ୍ରତିଦ୍ୱନ୍ଦୀ ମାନଙ୍କ ହେବ ଭାଗ୍ୟ ପରୀକ୍ଷା । ଏହି ଭାଗ୍ୟ ପରୀକ୍ଷାରେ ଭୋଟ୍ ଗଣତି ଶେଷ ହେବାପରେ ମାନନୀୟ ଜିଲ୍ଲାପାଳ ଶ୍ରୀଯୁକ୍ତ ସମର୍ଥ ବର୍ମାଙ୍କ ଦ୍ୱାରା ନରସିଂପୁର ଗ୍ରାମ ପଞ୍ଚାୟତର ବିଜେତା ସରପଞ୍ଚଙ୍କ ନାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଘୋଷଣା କରାଯିବ ବୋଲି କାର୍ଯ୍ୟସୂଚୀ ରଖାଯାଇଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1 ଟିଭି  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here