ବଜରଙ୍ଗ ସେବାଦଳ ଟ୍ରଷ୍ଟ ପକ୍ଷରୁ ବିଜୁଳି ବିଭାଗୀୟ କରୋନା ଯୋଦ୍ଧଙ୍କୁ ସମ୍ମାନ

ଦେଶରେ କୋରୋନା ମହାମାରୀ ବ୍ୟାପିବାରେ ଲାଗିଛି ସେଥିରେ ବହୁତ ଲୋକ ଅଛନ୍ତି ନିଜର ପ୍ରାଣର ବାଜି ଲଗେଇ ନିଜର କର୍ତ୍ତବ୍ୟକୁ ନିଷ୍ଠାର ସହିତ ନିର୍ବାହ କରିଛନ୍ତି, ସେଥିମଧ୍ୟରୁ ସ୍ୱାସ୍ଥ୍ୟ କର୍ମୀ, ପୁଲିସ କର୍ମୀ, ସଫେଇ କର୍ମୀ ମାନେ ଅଛନ୍ତି, ସେହିପ୍ରକାର ଆମର ବହୁତ ଜଣ ଅଛନ୍ତି ସେଥିମଧ୍ୟରୁ ଆମର ବିଦ୍ୟୁତ କର୍ମଚାରୀମାନେ ଅନ୍ୟତମ ନିଜର କର୍ତ୍ତବ୍ୟକୁ ଦିନେ ହେଲେ ଅବେହେଲା ନକରି ନିରନ୍ତର ନିଜର କର୍ମ କରି ଚାଲିଛନ୍ତି l

ତାପାଇଁ ବଜରଙ୍ଗ ସେବା ଦଳ ଟ୍ରଷ୍ଟ ଦ୍ୱାରା ଯେତିକି ବିଦ୍ୟୁତ କର୍ମଚାରୀ ଅଛନ୍ତି କୋଏଲନଗର, ଜଗଦା, ଝିରପାଣି, ଶକ୍ତିନଗର ର ବିଦ୍ୟୁତ କର୍ମଚାରୀ ମାନଙ୍କୁ କୋରୋନା ଯୋଦ୍ଧା ଭାବରେ  ସମ୍ମାନିତ କରାଗଲା କୋଏଲନଗର ସି ବ୍ଲକ କମ୍ୟୁନିଟି ସେଣ୍ଟର  ରେ ତାଙ୍କୁ କୋରୋନା ଯୋଦ୍ଧା ଭାବରେ ସ୍ମାରକ ପତ୍ର, ଗାମୁଛା, ମାସ୍କ ଦେଇ ସମ୍ମାନିତ କରାଗଲା, ତାଙ୍କରି କାର୍ଯ୍ୟକୁ ଭଲଭାବରେ ନିର୍ବାହ କରିବାପାଇଁ ଉତ୍ସାହିତ କରାଗଲା l

ବଜରଙ୍ଗ ସେବା ଦଳ ଟ୍ରଷ୍ଟର ସଭାପତି ପ୍ରୀତି ମିଶ୍ର ଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନନୀୟ ଶ୍ରୀ ଜଗଦୀଶ ଖାଡ଼ଙ୍ଗା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର କ୍ଷେତ୍ରୀୟ ସେବା ପ୍ରମୁଖ ମୁଖ୍ୟଅତିଥି ଭାବରେ ଯୋଗଦେଇ ସମସ୍ତ କୋରୋନା ଯୋଦ୍ଧା ମାନଙ୍କୁ ସମ୍ମାନିତ କରିବା ସାଙ୍ଗେ ସାଙ୍ଗେ ଉତ୍ସାହିତ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଟ୍ରଷ୍ଟ ଉପସ୍ଥିତ ସଭ୍ୟ ବିଜୟ ସାହୁ, ହ୍ୟାପି ପଟ୍ଟନାୟକ, ମିହିର ମିଶ୍ର, ପ୍ରକାଶ ସାହୁ, ଶ୍ରୀକାନ୍ତ ରେ, ପୂର୍ଣଚନ୍ଦ୍ର ମହାପାତ୍ର, ରାଜେଶ ସିଂ ପ୍ରମୁଖ ଉପସ୍ଥିତଥିଲେ ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here