ସୁନ୍ଦରଗଡ ଜିଲ୍ଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଡୁମେରଯୋର ପଞ୍ଚାୟେତ ଅଞ୍ଚଳରେ ଜନୈକା ମହିଳା ନିଜ ଘରେ ଶୋଇଥିବା ବେଳେ ବିଶାକ୍ତ ସାପ କାମୁଡି ଦେଇଥିଲା । ପରିବାର ଲୋକେ ଜାଣିବା ପରେ ତାଙ୍କୁ ସଙ୍ଗେ ଡାକ୍ତରଖାନାକୁ ନେଇଥିଲେ ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତା ମହିଳାଙ୍କର ନାମ ମଞ୍ଜୁ ମିଞ୍ଜ (୪୫) ବୋଲି ଜଣାପଡିଛି । ଅନୁରୂପ ଭାବେ ତେଲିପୋଷ ଗ୍ରାମର ଟୁଙ୍ଗରିଟୋଲା ବସ୍ତିର ଜନୈକ ଯୁବକ ବିଷାକ୍ତ ସାପ କାମୁଡାରେ ମୃତ୍ୟୁ ବରଣ କରିଛି । ଝାରଖଣ୍ଡ ରାଜ୍ୟ ସିମଡେଗା ଜିଲ୍ଲା ପର୍ବା ଅଞ୍ଚଳର ବାସୀନ୍ଦା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ତେଲିପୋଷ ଗ୍ରାମର ଟୁଙ୍ଗରୀ ଟୋଲା ବସ୍ତିରେ ତାର ଭିଣୋଇ ଘରେ ରହି ହାତୀବାରି ରୋଡରେ ଥିବା ସର୍ଭେସ ରି ଫେକ୍ଟ୍ରିରେ ଠିକାଦାର ପାଖରେ ମଜୁରିଆ ଭାବେ କାର୍ଯ୍ୟ କରୁଥିଲା । ତେବେ ଗତ ରାତିରେ ବି ସିପ୍ଟି ସାରି ଘରକୁ ଫେରି ଖାଇ ପିଇ ଶୋଇଥିଲା । ସକାଳୁ ବୁଲି ଯିବାକୁ ଛୁଆମାନେ ମାମୁଁଙ୍କୁ ଉଠାଇବା ବେଳେ ସେ ଆଉ ଉଠି ନ ଥିଲେ । ତାଙ୍କର ଦେହ କାଠ ପାଲଟି ଯାଇଥିଲା । ପରେ ସମାଜସେବୀ ଅର୍ଜୁନ ମିଞ୍ଜଙ୍କ ସହାୟତାରେ ତାଙ୍କୁ କୁଆଁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା ହେଲେ ସେଠାରେ ଡାକ୍ତର ପରୀକ୍ଷା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ବିଷାକ୍ତ ସାପ କାମୁଡାରେ ମୃତ୍ୟୁକୁ ନେଇ କୁଆଁରମୁଣ୍ଡା ଫାଣ୍ଡିରେ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ ହୋଇଥିବାର ଜଣାପଡିଛି ।
ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।