ପ୍ରେମ ପାଇଁ ନାବାଳିକା ଅକଥନୀୟ ଅତ୍ୟାଚାର,ଆଉ ଜୋରିମାନା ପାଇଁ ପ୍ରେମିକ ସାଜିଲା ଦାଦନ। ହଜିଗଲା ମାନବିକତା ପ୍ରେମ ପାଇଁ ନିର୍ଧୁମ୍ ମାଡ ଖାଇଲେ ନାବାଳିକା।ନବାଳିକା କୁ ମାଡମାରି ପୁରୁଷ ପଣିଆ ଦେଖାଇଲେ ଯୁବକ।

ଝିଅର ଭାଇ
ଗ୍ରାମବାସୀ
ପୁଅର ଭାଇ

ଡ଼ାବୁ ଗାଁ,୮/୧୦ ସାମାନ୍ୟ ଭୁଲ୍ ପାଇଁ  ନାବାଳିକାଙ୍କୁ ନିର୍ଧୁମ ମାଡ଼ ମାରିଲେ  ଗାଁର କିଛି  ନିର୍ଦ୍ଧିଷ୍ଟ ଯୁବକ ଆଉ ଭାଇରେଲ କଲେ ଭିଡିଓ। ଏପରି ଏକ ଲୋମହର୍ଷଣ କାରି ଭିଡ଼ିଓ ଯାହା ଦେଖିଲେ ଆପଣ ବି କିଛି ସମୟ ପାଇଁ ହତଚକିତ ହୋଇ ଯିବେ  ।

 ଝିଅ ର ଏତିକି ଭୂଲ ଥିଲା କି ସେ ନିଜ ଗାଁ ପାଖର  ଅନ୍ୟ     ଜାତିର ଏକ ପୁଅକୁ ପ୍ରେମ କରୁଥିଲେ।ପ୍ରେମ କରି ଭଲ ପାଇବା  କଣ ଭୁଲ୍ ଥିଲା କି ? କିଏ ଗୋଇଠା ବିଧା ମାରୁଛି ତ ଆଉ କିଏ ବାଡ଼ିରେ ମାରୁଛି ତ କିଏ ଏହାର ମଜା ଉଠାଇଛନ୍ତି। ଝିଅ କାକୁର୍ତି ବିନତି କରୁଥିଲେ ମଧ୍ୟ କାହାରି ମନରେ ଟିକିଏ ବି ଦୟା ଆସୁନି। ଏହା କୈଣସି ଫିଲ୍ମ ର ଦୃଶ୍ୟ ଠାରୁ କମ୍ ନୁହେଁ। କିଛି ଦିନ ତଳେ ବିଭିନ୍ନ ଗଣମାଧ୍ୟମରେ ଏହି ଭାଇରଲ ଭିଡ଼ିଓ ପ୍ରସାରିତ ହୋଇଥିଲା କିନ୍ତୁ ତାହା ପ୍ରକୃତ ସତ୍ୟାସତ୍ୟ କିଛି ନଥିଲା। ଖବର ପ୍ରସାରଣ ପରେ ପୋଲିସ ମଧ୍ୟ ଭାଇରଲ ଭିଡ଼ିଓ କୁ ନେଇ ବହୁତ ଖୋଳତାଡ କରିଥିଲେ କିନ୍ତୁ ଘଟଣା ତାହା ଜାଣି ପାରି ନଥିଲେ। ଭାଇରଲ ଭିଡ଼ିଓ ର ସତ୍ୟାସତ୍ୟ ନଥିବାରୁ ବହୁତ୍ ତଦନ୍ତ ପରେ  ଏହାର ସତ୍ୟାସତ୍ୟ ଖବର ଜଣା ପଡ଼ିଲା । ଏହି ଘଟଣା ଟି ହେଉଛି ନବରଙ୍ଗପୁର ଜିଲ୍ଲା ସୀମାନ୍ତବର୍ତ୍ତି ରାଇଘର ବ୍ଲକ ଅନ୍ତର୍ଗତ କୁନ୍ଦେଇ ପଂଚାୟତର ସମ୍ବଲପୁର ଓ କାଣ୍ଡିତରା ଗ୍ରାମର କୋଟପାରା ନିକଟ ଜଙ୍ଗଲ ପାଖର ଦୃଶ୍ୟ ।

କୋଟପାରା ଗ୍ରାମର ରାଜକୁମାର ଗଣ୍ଡଙ୍କ ଝିଅ ଘରକୁ ଫେରିବା ବେଳେ  ତାଙ୍କ ବଡ଼ ବାପାଙ୍କର ପୁଅ ଓ ସେହି ଗ୍ରାମର କିଛି ଯୁବକ ମିଶି ଅତି ନିଷ୍ଠୁର ଭାବରେ ନିର୍ଧୁମ ମାଡ଼ ମାରି ଥିଲେ । ସେ ପାଖର ଖୁଡୁକ ପଂଚାୟତ ପୂଜାରୀପାରା ଗ୍ରାମର ଚୈତରାମ ବିଶ୍ୱକର୍ମାଙ୍କ ପୁଅ ଜଗଦୀଶ ବିଶ୍ୱକର୍ମା ଙ୍କୁ ଭଲ ପାଉଥିବାରୁ ଏହିପରି ଘଟଣା ଘଟିଛି ।  ପରେ ପୂଜାରୀପାରା   ଗ୍ରାମରେ ଏକ କଙ୍ଗାରୁ କୋର୍ଟ କରି ଝିଅ ପରିବାରକୁ ୨୦ହଜାର ଟଙ୍କା ଜୋରିମାନା କରିଥିଲେ । ସେଥିରୁ ୧୦ ହଜାର ଟଙ୍କା ଦେଇ ଅଗାମୀ ଦିନରେ  ୧୦ହଜାର ଟଙ୍କା ଦେବା କୁ ବାଧ୍ୟ କରାଯାଇଥିଲା। ସେହି ପରି ପୁଅ ପରିବାର ଙ୍କୁ ୬୦ ହଜାର ଟଙ୍କା ଜୋରିମାନା କରି ଥିଲେ ।ନିଜ ନୂଆ ମୋଟର ସାଇକେଲ ବିକ୍ରି କରି ପୁଅ ଘର ଲୋକେ ୨୫ ହଜାର ଟଙ୍କା ଦେଇଥିଲେ ଓ  ୪ମାସ ପରେ ୩୫ ହଜାର ଟଙ୍କା  ନ ଦେଲେ ଗାଁ ରୁ ବାହାର କରାଯିବ ବୋଲି ଚେତାବନୀ ଦେଇଥିଲେ  । ପୁଅଟି ଗରିବ ହୋଇଥିବାରୁ ତା ପାଖରେ ଟଙ୍କା ନଥିଲା । ଫଳରେ ପୁଅଟି  ଟଙ୍କା ଆଣିବାକୁ ମହାରାଷ୍ଟ୍ରକୁ ଦାଦନ ଖଟିବାକୁ ଯାଇଥିବା ତାଙ୍କ ବଡ଼ ଭାଇ କହିଛନ୍ତି। ଖବର ବାହାରକୁ ପ୍ରଘଟ ନକରିବାକୁ ଧମକ ଦିଆଯାଇଥିଲା । ବର୍ତ୍ତମାନ  ପୋଲିସ ର ଖୋଳ ତାଳତାଡ ପରେ  କୁନ୍ଦେଇ  ପୋଲିସ ତିନି ଜଣ ଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏହି ଘଟଣା ରେ ଅନ୍ୟ କେଉଁ ମାନେ ଅଛନ୍ତି ତାହା ତଦନ୍ତ କରି ସେମାନଙ୍କୁ ଶୀଘ୍ର ଗିରଫ କରାଯିବା ବୋଲି କହିଛନ୍ତି  କୁନ୍ଦେଇ  ଥାନା ଅଧିକାରୀ ।  ଏହି ପରି ଘଟଣା ରାଇଘର ଅଞ୍ଚଳରେ ବାରମ୍ବାର ସାମନାକୁ ଆସୁଥିବାରୁ  ବୁଦ୍ଧି ଜୀବୀ ଓ ଆଇନ୍ ଜୀବୀ ମହଲରେ ତୀବ୍ରନିନ୍ଦା କରାଯାଉଛି।

ପ୍ରଜ୍ଞା ରଞ୍ଜନ ପରିଡା, ଡ଼ାବୁ ଗାଁ , Odisha1

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here